ପ୍ରଦେଶ କଂଗ୍ରେସର ସାଂଗଠନିକ ବୈଠକ: କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ ପଟ୍ଟନାୟକ

ପ୍ରଦେଶ କଂଗ୍ରେସର ସାଂଗଠନିକ ବୈଠକ: କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ ପଟ୍ଟନାୟକ
ପ୍ରଦେଶ କଂଗ୍ରେସର ସାଂଗଠନିକ ବୈଠକ: କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାକକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ଆଜି ଆୟୋଜିତ ହୋଇଥିଲା । ଓଡ଼ିଶା ଜାଗରଣ ଯାତ୍ରାକୁ ଅଧିକ କ୍ରିୟାଶୀଳ କରିବା ଓ ଗ୍ରାମପଂଚାୟତ ଲୋକଙ୍କ ସହ ସିଧାସଳଖ ଯୋଡ଼ିବା ପାଇଁ ଜିଲ୍ଲା ସଭାପତିମାନେ ୪ଦିନ ମଧ୍ୟରେ ସେମାନଙ୍କର କାର୍ଯ୍ୟଖସଡ଼ା ଦେବାକୁ ସମ୍ମତିପ୍ରକାଶ ପାଇଥିଲା ।

ଆସନ୍ତା ଡିସେମ୍ବର ୧୫ ତାରିଖ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ପରିଷଦ ଜୋନ କମିଟି ଓ ବୁଥ କମିଟି ସଂପୂର୍ଣ୍ଣ ଗଠନ କରି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ପଠାଇବାକୁ ବୈଠକରେ ଗୁରୁତ୍ୱଆରୋପ କରାଯାଇଥିଲା ।

ପ୍ରଦେଶ କଂଗ୍ରେସର ସାଂଗଠନିକ ବୈଠକ: କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ ପଟ୍ଟନାୟକ

ଷାଢ଼େ ୧୮ ବର୍ଷର ନବୀନ ସରକାର ଓ ଷାଢ଼େ ୪ ବର୍ଷର ମୋଦି ସରକାରଙ୍କର ଜନମାରଣ ନୀତି ବିରୁଦ୍ଧରେ କଂଗ୍ରେସ ଦଳ ଏକମାତ୍ର ବିକଳ୍ପ ବୋଲି ସମବେତ ନେତୃମଣ୍ଡଳୀଙ୍କୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବର୍ଣ୍ଣନା କରିଥିଲେ ।

ଓଡ଼ିଶା ବିଧାନ ସଭାର ମାନନୀୟ ବିରୋଧି ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ର ଯୋଗଦେଇ କଂଗ୍ରେସ ଦଳର ସାଂଗଠନିକ ପୁନଃବିନ୍ୟାଶରେ ଯୁବକମାନଙ୍କୁ ଅଗ୍ରାଧିକାର ଦିଆଯାଇଥିବାରୁ ସଂଗଠନ ସୁଦୃଢ଼ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।

ପ୍ରଦେଶ କଂଗ୍ରେସର ସାଂଗଠନିକ ବୈଠକ: କର୍ମକର୍ତାଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ ପଟ୍ଟନାୟକ

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସର୍ବଶ୍ରୀ ଚିରଞ୍ଜିବ ବିଶ୍ୱାଳ, ନବକିଶୋର ଦାସ, ଏଆଇସିସି ସଂପାଦକ ସେକ୍ ମସ୍ତାନ ଅଲ୍ଲୀ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ପ୍ରେଜେକ୍ଟ ଶକ୍ତି ଓ ମୋ ବୁଥ ମୋ ଗୌରବ ଉପରେ ଆଲୋକପାତ କରିଥିଲେ ।

ପ୍ରଦେଶ କଂଗ୍ରେସର ବିଭିନ୍ନ କର୍ମକର୍ତା ଓ ଜିଲ୍ଲା କଂଗ୍ରେସର ସଭାପତି ଓ କାର୍ଯ୍ୟକାରୀ ସଭାପତି ମାନେ ସେମାନଙ୍କର ବହୁମୂଲ୍ୟ ମତାମତ ବୈଠକରେ ଉପସ୍ଥାପନ କରିଥିଲେ । ଅନ୍ୟୁନ ୧୦୧ ଜଣ ବୈଠକରେ ଅଂଶଗ୍ରହଣ କରିଥିଲେ ।

Share this story