ମୋଦି ହେଉଛନ୍ତି ଦିଲ୍ଲୀରେ ରହୁଥିବା ପୁଅ ଯିଏ ମନିଅର୍ଡର ପଠାନ୍ତି ଏବଂ ପୋଷ୍ଟ ମ୍ୟାନ ହେଉଛି ରାଜ୍ୟ ସରକାର

ମୋଦି ହେଉଛନ୍ତି ଦିଲ୍ଲୀରେ ରହୁଥିବା ପୁଅ ଯିଏ ମନିଅର୍ଡର ପଠାନ୍ତି ଏବଂ ପୋଷ୍ଟ ମ୍ୟାନ ହେଉଛି ରାଜ୍ୟ ସରକାର
ମୋଦି ହେଉଛନ୍ତି ଦିଲ୍ଲୀରେ ରହୁଥିବା ପୁଅ ଯିଏ ମନିଅର୍ଡର ପଠାନ୍ତି ଏବଂ ପୋଷ୍ଟ ମ୍ୟାନ ହେଉଛି ରାଜ୍ୟ ସରକାର

ଭୁବନେଶ୍ୱର: ସମ୍ବଲପୁର ସଭାରେ ନିର୍ବାଚନୀ ପ୍ରଚାର ନିମନ୍ତେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ ଫୁଟାଇଛନ୍ତି ବାଣ । ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କହିଛନ୍ତି । ବିଜେଡି ସରକାରକୁ ଆକ୍ଷେପ କରି ସେ ପୋଷ୍ଟ ମେନ ବୋଲି ଓ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରେ ରହୁଥିବା ପୁଅ ବୋଲି କହିଛନ୍ତି । ଯଦି ପୁଅ ଦିଲ୍ଲୀରେ ରୁହେ ଆଉ ଗାଁରେ ରହୁଥିବା ବାପା ମାଙ୍କ ପାଇଁ ସାର୍ଟ ପ୍ୟାଣ୍ଟ କିମ୍ବା ଟଙ୍କା ପଠାଏ, ତେବେ ସେ ଡାକବାଲାର ସହାୟତା ନେଇଥାଏ ।

ଠିକ ସେହିପରି ଓଡ଼ିଶାର ପ୍ରଗତି ପାଇଁ ଦୂରରେ ରହୁଥିବା ପୁଅ ଭଳି କେନ୍ଦ୍ର ସରକାର ପଠାଇଥିବା ଅର୍ଥକୁ ରାଜ୍ୟ ସରକାର ପୋଷ୍ଟ ମ୍ୟାନ୍ ଅଥବା ଡାକବାଲା ସାଜି ହିତାଧିକାରୀଙ୍କୁ ଦିଅନ୍ତି । ଆଉ ଏହାକୁ ରାଜ୍ୟ ସରକାର ନିଜେ ଦେଉଛନ୍ତି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

୨୯/୩୦ ଟଙ୍କାରେ କେନ୍ଦ୍ର ସରକାର ଚାଉଳ କିଣି ପଠାଉଛନ୍ତି ଓ ରାଜ୍ୟ ସରକାର ସେଥିରେ ୨ଟଙ୍କା ମିଶେଇ ବାହାବା ନେଇଛନ୍ତି । ଚିଟଫଣ୍ଡ ସ୍କାମ ଓ ପିସି କାରବାର ସମ୍ପର୍କରେ ମଧ୍ୟ ମୋଦି ରାଜ୍ୟ ଉପରେ ବର୍ଷିଛନ୍ତି । ମୋଦିଙ୍କ ଏଭଳି କଟାକ୍ଷ କଥା ଶୁଣି ମଞ୍ଚ ତଳେ ବସିଥିବା ଲୋକେ ହସିଥିଲେ । ମୋଦି ନିଜ ଚିରାଚରିତ ଶୈଳୀରେ ମନିଅର୍ଡର କିୟେ ପଠାଉଛନ୍ତି, ଦିଲ୍ଲୀରେ ରହୁଥିବା ପୁଅ କି ପୋଷ୍ଟ ମ୍ୟାନ୍ ବୋଲି ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ଦେଇ ଲୋକଙ୍କ କରତାଳି ସାଉଁଟିବା ସହ ଦଳର ପ୍ରଚାର କରି ପଦ୍ମ ଚିନ୍ହ ରେ ଭୋଟ ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ମୋଦି ।

Share this story