ବୁଢା ବୟସରେ ବି ଜବାନ ଅଛି ଦେହ ଓ ମନ: ଅଫ ଲାଇନରେ ଆଜି ପରୀକ୍ଷା ଦେବାକୁ ଆସିଲେ ଗଂଜାମ ସୋରଡା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ
Jul 30, 2021, 18:10 IST

ପରୀକ୍ଷା କେନ୍ଦ୍ରେ ମୋଟ୍ ୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାବେଳେ ଅଣ ସ୍କୁଲ ଭାବରେ ୨୫ ଜଣ ଛାତ୍ର ପରୀକ୍ଷା ଦେଉଛନ୍ତି । ସେଥିମଧ୍ୟରୁ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପରୀକ୍ଷା ଦେଉଛନ୍ତି । ସେଣ୍ଟରରେ ସାନିଟାଇଜର ବ୍ୟବସ୍ଥା, ସିସିଟିଭି କ୍ୟାମେରା ବ୍ୟବସ୍ଥା, ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯାଇଛି ।
ଅନ୍ୟପଟେ ବିଧାୟକଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସ୍କୁଲକୁ ଜଣାଇଥିଲେ । ତେଣୁ ତାଙ୍କ ପାଇଁ ସତନ୍ତ୍ର କକ୍ଷର ଆୟୋଜନ କରାଯାଇଛି । ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ତାହାହେଲେ ବିଧାୟକ ସମସ୍ତ ପରୀକ୍ଷାର୍ଥୀଙ୍କ ସହିତ ପରୀକ୍ଷା ଦେବେ ।
କିନ୍ତୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ୩ ଥର ବିଧାୟକ ହୋଇଥିଲେ ମଧ୍ୟ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବା ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି ।