ଗୋଲଡେନ ବାବା ସହିତ ବିଜେଡ଼ି ତୁଙ୍ଗ ନେତାଙ୍କର ଭିତିରି ସଂପର୍କ: ଛାତ୍ର କଂଗ୍ରେସ

ଗୋଲଡେନ ବାବା ସହିତ ବିଜେଡ଼ି ତୁଙ୍ଗ ନେତାଙ୍କର ଭିତିରି ସଂପର୍କ: ଛାତ୍ର କଂଗ୍ରେସ
ଗୋଲଡେନ ବାବା ସହିତ ବିଜେଡ଼ି ତୁଙ୍ଗ ନେତାଙ୍କର ଭିତିରି ସଂପର୍କ: ଛାତ୍ର କଂଗ୍ରେସ

ଭୁବନେଶ୍ୱର: କୁଖ୍ୟାତ ଠକ କୋଟି କୋଟି ଟଙ୍କା ହଡ଼ପକାରୀ ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ସହିତ ବିଜେଡ଼ିର ତୁଙ୍ଗ ନେତା, ମନ୍ତ୍ରୀ, ଭୁବନେଶ୍ୱର ମେୟରଙ୍କର ଭିତିରି ସଂପର୍କ ଏବଂ ଏହି ଅପରାଧିଙ୍କ ଘଣ୍ଟ ଘୋଡାଉଥିବା ନେତା, ମନ୍ତ୍ରୀ ଏବଂ ମେୟରଙ୍କ ବିରୁଦ୍ଧରେ ଛାତ୍ର କଂଗ୍ରେସ ଆଜି ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରିଥିଲେ ।

ଗୋଲଡେନ ବାବା ସହିତ ବିଜେଡ଼ି ତୁଙ୍ଗ ନେତାଙ୍କର ଭିତିରି ସଂପର୍କ: ଛାତ୍ର କଂଗ୍ରେସ

ଛାତ୍ର କଂଗ୍ରେସର ସଭାପତି ଇତିଶ୍ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ପ୍ରଦେଶ କଂଗ୍ରେସ ଗଣମାଧ୍ୟମର ମୁଖ୍ୟ ସତ୍ୟପ୍ରକାଶ ନାୟକ, ରଜନୀ ମହାନ୍ତି, ନିରଞ୍ଜନ ନାୟକ, ଦୀପକ ମହାପାତ୍ର, ଶ୍ରୀଧର ବେହେରା, ବିଭୁପ୍ରସାଦ ଜେନା, ଅଖିଳେଷ ଯାଦବ, ପ୍ରବିଣ କୁମାର, ସମ୍ବିତ ମଙ୍ଗରାଜ, ଦେବାଶିଷ ମହାରଣା, ମହମ୍ମଦ କାପା, ପ୍ରତୀକ ଦାସ, ହିଂମାଶୁ ସାହୁଙ୍କ ସହ ହଜାର ହଜାର ଛାତ୍ର କଂଗ୍ରେସ ନେତୃବର୍ଗ ଯେତେବେଳେ ନବୀନ ନିବାସଙ୍କ ଅଗ୍ରସର ହେଉଥିଲେ କମିଶନରେଟ ପୋଲିସ ନବୀନ ବାବୁଙ୍କ ମନ୍ତ୍ରୀ ତାଙ୍କର ମେୟର ଏବଂ ତାଙ୍କର ତୁଙ୍ଗ ନେତାମାନଙ୍କର ସୁରକ୍ଷା କବଚ ସାଜି ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ ନେତୃବର୍ଗଙ୍କ ଉପରେ ପୋଲିସର ଆଚରଣ ଏବଂ ଉଚାରଣରେ ପ୍ରକୃତରେ କମିଶନରେଟ ପୋଲିସର ମୁଖା ଖୋଲିଗଲା ।

ଗୋଲଡେନ ବାବା ସହିତ ବିଜେଡ଼ି ତୁଙ୍ଗ ନେତାଙ୍କର ଭିତିରି ସଂପର୍କ: ଛାତ୍ର କଂଗ୍ରେସ

କୌଣସି ବିଶୃଙ୍ଖଳା ବା ପରିସ୍ଥିତି ଅଣାୟତ ନଥିଲା ବେଳେ ପୋଲିସ୍ ମାତ୍ରାଧିକ କାଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ର କଂଗ୍ରେସର ଇତିଶ୍ ପ୍ରଧାନଙ୍କ ସହ ଆଦିତ୍ୟ ପ୍ରିତମ ଦାସ, ବିଳ୍ପବ ପରିଡ଼ା, ଅକ୍ଷୟ କୁମାର ମଲ୍ଲ, ବିଶ୍ୱରଞ୍ଜନ ପାଣିଗ୍ରାହୀ, ଅହମ୍ମଦ ଖାନ ୬ଜଣ କର୍ମକର୍ତାଙ୍କୁ ଗିରଫ କରି ଜେଲ ପଠାଇଲେ । ପ୍ରଶ୍ନ ଉଠୁଛି ଗଣତାନ୍ତ୍ରିକ ପଦ୍ଧତିରେ ଅନ୍ୟାୟ ଓ ଦୁର୍ନିତି ବିରୁଦ୍ଧରେ ସ୍ୱର ଉତୋଳନ କରୁଥିବା ଲୋକମାନଙ୍କର କଣ୍ଠରୋଧ କରିବା କ’ଣ ସରକାରଙ୍କ ନୀତି କି ?

ଗୋଲଡେନ ବାବା ସହିତ ବିଜେଡ଼ି ତୁଙ୍ଗ ନେତାଙ୍କର ଭିତିରି ସଂପର୍କ: ଛାତ୍ର କଂଗ୍ରେସ

ଏ ପ୍ରଶ୍ନ ଆଜି ରାଜ୍ୟ ସରକାରଙ୍କୁ ଏବଂ ତାଙ୍କ ମୁଖିଆଙ୍କୁ ପ୍ରଦେଶ କଂଗ୍ରେସ ପଚାରୁଛି । ଏଠାରେ ସୂଚାଇ ଦେବାକୁ ଚାହୁଁଛୁ ଛାତ୍ର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଯଥେଷ୍ଟ ସମୟ ଦେଇଥିଲେ ଏବଂ ପ୍ରମାଣ ମଧ୍ୟ ଦେଇଥିଲେ କିନ୍ତୁ ସରକାର ଦୋଷୀ ନେତୃବୃନ୍ଦଙ୍କୁ ଘଂଟ ଘୋଡାଇ ବସିଗଲେ । ଆଜି ପ୍ରଦେଶ କଂଗ୍ରେସ ସଭାପତି ସିଧାସଳଖ ସରକାରଙ୍କୁ ଏତାଦୃଶ କାର୍ଯ୍ୟକୁ ସମାଲୋଚନା କରିବାକୁ ଯାଇ ସରକାର ପୋଲିସ୍ ବାହିନୀକୁ ଲଗାଇ ଦମନ କରିବା କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ଏବଂ ସରକାରଙ୍କୁ ଚେତେଇ ଦବାକୁ ଯାଇ କହିଛନ୍ତି କଂଗ୍ରେସ ଦଳ ଆସନ୍ତା ଦିନରେ ସରକାରଙ୍କର ସମସ୍ତ ଦୁର୍ନୀତିକୁ ପର୍ଦାଫାସ କରିବ । ଜେଲ ଯିବାକୁ କଂଗ୍ରେସ କେବେ ଭୟ କରେ ନାହିଁ ।

Share this story