‘ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ’

‘ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ’
‘ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ’

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ମାନଙ୍କରେ ଯୋଗ ଦେଇଥିଲେ । ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ଆପଣ କାଳିଆ ଯୋଜନା ବିଷୟ ଜାଣନ୍ତି । କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ଏହିପରିସ୍ଥଳେ କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ବିଜେପି ଚକ୍ରାନ୍ତ ଚଳାଇଛି । ଚାଷୀକୁ ତାର ହକ ପାଇବା ପାଇଁ ଏହା ବିଜେପିର ହୀନ ଉଦ୍ୟମ । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ କାଳିଆ ଯୋଜନାର ଦୁଇଟି କିସ୍ତି ପାଇଁ ୧୦ହଜାର ଟଙ୍କା ମିଳିବ ।”

‘ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ’

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, “ସୁନ୍ଦରଗଡ ହକିର ଜନ୍ମଭୂମି । ସାରା ବିଶ୍ୱରେ ହକି ହିଁ କ୍ରୀଡ଼ା କ୍ଷେତ୍ରରେ ଭାରତ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଆରେ ହକି ବିଶ୍ଵ କପ ସଫଳ ଆୟୋଜନ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।” ସେ ପୁଣି କହିଲେ ଯେ, ମହିଳା ମାନେ ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ । ବିଜୁ ଜନତା ଦଳ ମହିଳା ମାନଙ୍କୁ ତାଙ୍କ ହକ ଦେଇଛି । ସୁନ୍ଦରଗଡ ମାଟିର ଝିଅ ସୁନୀତା ବିଶ୍ୱାଳଙ୍କୁ ଲୋକସଭା ପାଇଁ ପ୍ରାର୍ଥୀ କରିଛି । ସୁନ୍ଦରଗଡ ହକ ପାଇଁ ସେ ଦିଲ୍ଲୀ ସଂସଦରେ ଲଢେଇ କରିବେ ।”

‘ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ’

ଓଡିଶାବାସୀଙ୍କ ପାଇଁ ବିଜେଡି ସରକାର ସବୁବେଳେ ଥିବା ବେଳେ ଖାଲି ନିର୍ବାଚନ ବେଳେ କେନ୍ଦ୍ରର ବଡ଼ ବଡ଼ ନେତାମାନଙ୍କର ଓଡିଶା କଥା ମନେ ପଡେ । ସେମାନଙ୍କୁ ପଚାରନ୍ତୁ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କୁଆଡେ ଗଲା ? ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ କୁଆଡେ ଗଲା ? କାହିଁକି ବୀମା କରି ଚାଷୀ ହଇରାଣ ଓ କମ୍ପାନୀ ଲାଭବାନ ? କୋଇଲାରୁ କେନ୍ଦ୍ର ସରକାର ପାଉଛି ହଜାର ହଜାର କୋଟି ଟଙ୍କା । ହେଲେ ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ଚୁପ ବସିଛି । ଫଳରେ ଓଡିଶା ପାଉଛି ପ୍ରଦୂଷଣ ଓ ଧୂଳି ।

ଖାଲି ଏତିକି ନୁହେଁ ସେ କହିଥିଲେ, “ସୁନ୍ଦରଗଡରୁ କେନ୍ଦ୍ରରେ ଜଣେ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି । ସେ ସବୁ ଜାଣନ୍ତି । କିନ୍ତୁ ତାଙ୍କ ହାଇକମାଣ୍ଡଙ୍କ ଆଗରେ ଆପଣଙ୍କ ହକ କହିବା ପାଇଁ ତାଙ୍କର ସହାସ ନାହିଁ । ଆପଣମାନେ ହେଉଛନ୍ତି ମୋର ହାଇ କମାଣ୍ଡ । ଆପଣମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମୋର ଲଢେଇ ଜାରି ରହିବ । ସାଢ଼େ ୪ କୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର । ତେଣୁ ବିଜେଡିକୁ ଭୋଟ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅନୁରୋଧ କରିଥିଲେ ।

Share this story