ଆରମ୍ଭ ହେଲା ମତଦାନ, ମଇଦାନରେ ଅଛନ୍ତି ୨୬ ଲୋକସଭା ପ୍ରାର୍ଥୀ ଓ ୧୯୧ ବିଧାନସଭା ପ୍ରାର୍ଥୀ

ଆରମ୍ଭ ହେଲା ମତଦାନ, ମଇଦାନରେ ଅଛନ୍ତି ୨୬ ଲୋକସଭା ପ୍ରାର୍ଥୀ ଓ ୧୯୧ ବିଧାନସଭା ପ୍ରାର୍ଥୀ
ଆରମ୍ଭ ହେଲା ମତଦାନ, ମଇଦାନରେ ଅଛନ୍ତି ୨୬ ଲୋକସଭା ପ୍ରାର୍ଥୀ ଓ ୧୯୧ ବିଧାନସଭା ପ୍ରାର୍ଥୀ

ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ନିର୍ବାଚନୀ ମତଦାନ ।

ପ୍ରାର୍ଥୀମାନଙ୍କ ଛାତି ଧଡପଡ ଓ ମନରେ ଆଶଙ୍କା ଭାରି ରହିଥିବା ବେଳେ ଦୀର୍ଘ ୫ବର୍ଷର ବ୍ୟବଧାନ ପରେ ନିର୍ଦ୍ଧାରିତ ହେବ ୨୧୭ ପ୍ରାର୍ଥୀଙ୍କ ଭାଗ୍ୟ । ଆଜି ୪ଟି ଲୋକସଭା ସହ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି । ଏହି ଚାରୋଟି ଲୋକସଭା ଆସନ ହେଲା- କଳାହାଣ୍ଡି, କୋରାପୁଟ, ବ୍ରହ୍ମପୁର ଓ ନବରଙ୍ଗପୁରବ ।

ଆରମ୍ଭ ହେଲା ମତଦାନ, ମଇଦାନରେ ଅଛନ୍ତି ୨୬ ଲୋକସଭା ପ୍ରାର୍ଥୀ ଓ ୧୯୧ ବିଧାନସଭା ପ୍ରାର୍ଥୀ

ତେବେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ ହୋଇଥିବା ସୂଚନା ମିଳିଛି । କୋରାପୁଟ ଜିଲ୍ଲା ଜୟପୁର ପାରବେଡ଼ା ହାଇ ସ୍କୁଲର ୧୬୨ ନମ୍ବର ବୁଥରେ ଓ ଚିତ୍ରକୋଣ୍ଡା ୟୁପି ସ୍କୁଲର ୨୧୧ ନମ୍ବର ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବରେ ହୋଇଥିବା ଜଣାପଡିଛି । ଫଳରେ ମତଦାନ ପାଇଁ ଭୋଟରମାନେ ଧାଡିରେ ଛିଡା ହୋଇଛନ୍ତି ।

Share this story