ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେଡିର ଗୁଣ୍ଡାରାଜ, ରାଜନୈତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା ଦେଲା ବିଜେପି

ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେଡିର ଗୁଣ୍ଡାରାଜ, ରାଜନୈତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା ଦେଲା ବିଜେପି
ମୁଖ୍ୟ ନିର୍ବାଚନ କମିଶନଙ୍କୁ ବିଜେଡିର ଗୁଣ୍ଡାରାଜ, ରାଜନୈତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା ଦେଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳର ଗୁଣ୍ଡମାନେ ନିର୍ବାଚନ ସୁପରିଚାଳନା କରିବାରେ ବାଧା ସୃଷ୍ଟି କରୁଛନ୍ତି । ଶାସକ ଦଳର ଇଙ୍ଗିତରେ ରାଜ୍ୟରେ ଗୁଣ୍ଡାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଇ ନିର୍ବାଚନରେ ବାଧକ ସାଜୁଛନ୍ତି । ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା ଘଟଣା, ମରଣାନ୍ତକ ଆକ୍ରମଣ, ହିଂସା ଆଦି ବୃଦ୍ଧି ପାଇଛି । ବିଜେପି କର୍ମୀଙ୍କୁ ଆକ୍ରମଣ କରିବା, ହତ୍ୟା କରିବା, ବିଜେପି ସମର୍ଥକ ମାନଙ୍କୁ ଧମକ ଦେବା, ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି ।

ସେହିପରି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୁଲିଂ ଦିନ ବୁଥ ରିଗିଂ, କ୍ୟାପଚିରିଙ୍ଗ ଆଦି ଘଟଣା ସାମ୍ନାକୁ ଆସିଛି । ଏହା ସତ୍ୱେ ନିର୍ବାଚନ ଅଧିକାରୀ କିମ୍ବା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନଷ୍ଠାନ ନେବା ସହ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି । ଏଥିସହ ଶାସକ ବିଜେଡି ଘଟାଇଥିବା ହିଂସା, ହତ୍ୟାକାଣ୍ଡ, ବୁଥ ରିଗିଂ, ବୁଥ କ୍ୟାପଚରିଙ୍ଗର ତାଲିକା ପ୍ରଦାନ କରିଛି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୨୭ଟି ବୁଥରେ ନିର୍ବାଚନ ସମୟରେ ଶାସକ ଦଳ ଦ୍ୱାରା ଅରାଜକତା କରାଯାଇଛି । ଶାସକ ଦଳର ଗୁଣ୍ଡାମାନେ ୬ଟି ବୁଥ କ୍ୟାପଚରିଙ୍ଗ କରିଥିବାର ତଥ୍ୟ ପ୍ରମାଣ ଗତ ୧୨ ତାରିଖରେ ପ୍ରଦାନ କରାଯାଇଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୨୫ଟି ବୁଥ କ୍ୟାପଚରିଙ୍ଗ, ୪୭ଟି ବୁଥରେ ବିଶୃଙ୍ଖଳା ଏବଂ ୩୩ଟି ବୁଥରେ ବୁଥ ରିଗିଂ ହେବାର ରିପୋର୍ଟ କରାଯାଇଥିଲା । ଏହି ସବୁର ତଥ୍ୟ ପ୍ରମାଣ ବିଜେପି ପକ୍ଷରୁ ଗତ ଏପ୍ରିଲ ୧୯ ତାରିଖ ଦିନ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଅଯାଇଥିଲା ।

ଶାସକ ବିଜେଡି ଦ୍ୱାରା ଖୋର୍ଦ୍ଧାଠାରେ ବିଜେପି ମଣ୍ଡଳ ସଭାପତି ମଙ୍ଗୁଳି ଜେନା ହତ୍ୟା, ଘଷିପୁରା ଠାରେ ରାମଚନ୍ଦ୍ର ବେହେରା, ଆସ୍କାରେ କଂଗ୍ରେସ ନାହାକ, ଭଂଜନଗର ଠାରେ ବିଜେପର ୨ ଜଣ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ହିଜିଂଳି ବିଜେପି ବିଧାୟକ ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଧମକ ଦେବା, ଚିକିଟି ବିଜେପି ବିଧାୟକ ପ୍ରାର୍ଥୀ ମନୋରଜଂନ ଧ୍ୟାନ ସାମନ୍ତରାୟଙ୍କୁ ଆକ୍ରମଣ, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତର ବିଜେପି ବିଧାୟିକା ପ୍ରାର୍ଥୀନୀ ଅପରାଜିତା ମହାନ୍ତି, ବିଜେପୁର ବିଜେପି ବିଧାୟକ ପ୍ରାର୍ଥୀ ସନତ ଗଡତିଆ, ବ୍ରଦରାଜନଗର ବିଧାୟିକା ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ପିଏସଓ, କେନ୍ଦ୍ରାପଡା ଲୋକସଭା ବିଜେପି ପ୍ରାର୍ଥୀଙ୍କ ଉପରକୁ ଶାକକ ବିଜେଡି ଦଳର କର୍ମୀମାନେ ଆକ୍ରମଣ କରିଛନ୍ତି ।

ସେହିପରି ଭଟଲି, ଭଂଜନଗର ସମେତ ଅନେକ ସ୍ଥାନରେ ବିଜେପିର କର୍ଯ୍ୟକର୍ତାଙ୍କୁ ଶାସକ ଦଳର ଗୁଣ୍ଡାମାନେ ଆକ୍ରମଣ କରି ଲହୁ ଲୁହାଣ କରାଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ଓଡିଶାରେ ନିର୍ବାଚନ ଚାଲିଥିବାବେଳେ ପୋଲିସ ଏଠି ଶାସକ ଦଳ ଇଙ୍ଗିତରେ କାର୍ଯ୍ୟ କରୁଛି ଓ ଶାସକ ଦଳର ଗୁଣ୍ଡାମାନଙ୍କୁ ଅପରାଧିକ କାର୍ଯ୍ୟ କରିବା ପାଇଁ ଖୁଲମଖୁଲା ଛାଡିଛି ।

୩ଟି ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ କିପରି ଶୃଙ୍ଖଳାର ସହ ହେବ ଏବଂ ବିଜେପି ସମେତ ଅନ୍ୟ ବିରୋଧୀଦଳ ମାନେ କିପରି ସୁରକ୍ଷାର ସହ ନିର୍ବାଚନ ପ୍ରଚାର କରିବେ, ସେଥିପ୍ରତି ନିର୍ବାଚନ କମିଶନ ଧ୍ୟାନ ଦେବାକୁ ପ୍ରତିନିଧୀ ଦଳ ଦାବି କରିଛି ।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ ଏବଂ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।

Share this story