ଆପ୍ କୁ ଅଲବିଦା କହିଲେ ଏହି ସୁନ୍ଦରୀ ନାରୀନେତ୍ରୀ, ହାତକୁ ପୁଣି କଲେ ଭରସା

ଆପ୍ କୁ ଅଲବିଦା କହିଲେ ଏହି ସୁନ୍ଦରୀ ନାରୀନେତ୍ରୀ, ହାତକୁ ପୁଣି କଲେ ଭରସା
ଆପ୍ କୁ ଅଲବିଦା କହିଲେ ଏହି ସୁନ୍ଦରୀ ନାରୀନେତ୍ରୀ, ହାତକୁ ପୁଣି କଲେ ଭରସା

ଦିଲ୍ଲୀ ବ୍ୟୁରୋ (ଓଡ଼ିଆ ଗସିପ): ଜାତୀୟ କଂଗ୍ରେସ ଦଳ ସହ ଦୀର୍ଘ ୨୦ ବର୍ଷ ଧରି ସାଥ୍ ଦେଇଥିବା ଅଳକା ଲାମ୍ବା ୨୦୧୫ରେ ହାତ ଛାଡି ଆପ୍ର ସାଥୀ ହୋଇ ଥିଲେ । ଆନ୍ନାଙ୍କ ଦୁର୍ନୀତି ବିରୋଧୀ ଅଭିଯାନରେ ଅରବିନ୍ଦ କେଜରୀଓ୍ୱାଲଙ୍କ ସହ ମିଶି ଗୋଟିଏ ସ୍ବରରେ ନୂଆ ରାଜନୀତି କଥା କହିଥିଲେ । ଏବେ କିନ୍ତୁ ୪ ବର୍ଷ ପରେ ସବୁ କିଛି ବଦଳି ଯାଇଛି । ଆପ୍କୁ ପରକରି ଆସିଥିବା ଅଳକା ମାସକର ଅନ୍ତରାଳ ପରେ ଏବେ ପୁଣି ଥରେ ପୁରୁଣା ଘରକୁ ଫେରିଛନ୍ତି । ମାନେ ପୁଣି ଥରେ କଂଗ୍ରେସର ପ୍ରାଥମିକ ସଦସ୍ଯତା ଗ୍ରହଣ କରିଛନ୍ତି ।

ଆପ୍ କୁ ଅଲବିଦା କହିଲେ ଏହି ସୁନ୍ଦରୀ ନାରୀନେତ୍ରୀ, ହାତକୁ ପୁଣି କଲେ ଭରସା

ନୂଆଦିଲ୍ଲୀର ୨୪ ଆକବର ରୋଡ୍ ସ୍ଥିତ କଂଗ୍ରେସ ମୁଖ୍ଯାଳୟରେ ପହଞ୍ଚି ଦଳର ପ୍ରାଥମିକ ସଦସ୍ଯତା ଗ୍ରହଣ କରିଛନ୍ତି ପୂର୍ବତନ ଆମ୍ ଆଦମୀ ପାର୍ଟି ବିଧାୟିକା ଅଳକା ଲାମ୍ବା । ଦିଲ୍ଲୀ କଂଗ୍ରେସ ପ୍ରଭାରୀ ପିସି ଚୌକେଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ଗତ ମାସରେ ସେ ଆମ୍ ଆଦମୀ ପାର୍ଟିରୁ ଇସ୍ତଫା ଦେଇଛଥିଲେ । ଆମ୍ ଆଦମୀ ପାର୍ଟି କେବଳ ଖାସ୍ ଆଦମୀ ପାର୍ଟି ହୋଇଛି ବୋଲି କହି ସେ ଦଳ ଛାଡ଼ିଥିଲେ । ଏହା ପୂର୍ବରୁ ଅଳକା ଦୀର୍ଘ ୨୦ ବର୍ଷ ଧରି କଂଗ୍ରେସରେ ଥିଲେ । ତେବେ ଆନ୍ନା ମୁଭମେଣ୍ଟ ବେଳେ ଆପ୍ ରେ ସାମିଲ ହୋଇ ୨୦୧୫ରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ ।

କଂଗ୍ରେସରେ ସାମିଲ ପୂର୍ବରୁ ଗତ କିଛି ଦିନ ତଳେ କଂଗ୍ରେସ ଅନ୍ତରୀଣ ଅଧ୍ଯକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ ଅଳକା । ଦିଲ୍ଲୀ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଯେ, ଆପ୍ରୁ ଯାଇ କଂଗ୍ରେସରେ ସାମିଲ ହୋଇପାରନ୍ତି । ଗତକିଛି ଦିନ ଧରି ଆପ୍ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ୍ ଙ୍କ କାଯର୍ୟ ଧାରାକୁ ନେଇ ସମାଲୋଚନା କରି ଆସିଛନ୍ତି ଅଳକା । ଦଳ ଭିତରେ କୋଣଠେସା ହୋଇ ରହିଥିବା ନେଇ ବି ସେ ଅଭିଯୋଗ ବି ଆଣିଥିଲେ ।

Share this story