ଫେକ୍ ନ୍ୟୁଜ ଭାଇରାଲ କରୁଛନ୍ତି ଓଡିଶା ସରକାର: କଂଗ୍ରେସ

ଫେକ୍ ନ୍ୟୁଜ ଭାଇରାଲ କରୁଛନ୍ତି ଓଡିଶା ସରକାର: କଂଗ୍ରେସ
ଫେକ୍ ନ୍ୟୁଜ ଭାଇରାଲ କରୁଛନ୍ତି ଓଡିଶା ସରକାର: କଂଗ୍ରେସ

-ଏଜି ଧରିଲେ ପଂଚାୟତିରାଜ ବିଭାଗର ଡାଟା ଜାଲିଆତି

ଭୁବନେଶ୍ୱର: ବିଭିନ୍ନ ଜାତୀୟ, ଆଂଚଳିକ ଖବରକାଗଜ ଓ ଟେଲିଭିଜନରେ ମିଥ୍ୟା ତଥ୍ୟ ଦେଇ ଓଡିଶା ସରକାର ବିଭ୍ରାନ୍ତିକର ବିଜ୍ଞାପନ ଛାପୁଛନ୍ତି । ଏପରିକି ଭୁଲ୍ ତଥ୍ୟର ଫେକ୍ ନ୍ୟୁଜକୁ ବିଜ୍ଞାପନ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ରାଜ୍ୟ ସରକାର ଭାଇରାଲ କରୁଛନ୍ତି ବୋଲି ପ୍ରଦେଶ କଂଗ୍ରେସ ମିଡିଆ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଗୁରୁତର ଅଭିଯୋଗ ଆଣିଛନ୍ତି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆକାଉଂଟାଂଟ ଜେନେରାଲ ବି. ବସନ୍ତିଆ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିଭିନ୍ନ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ କିଭଳି ମିଥ୍ୟା ଓ ଅତିରଞ୍ଜିତ ତଥ୍ୟ ବ୍ୟବହାର କରାଯାଇ ବିଜ୍ଞାପନ ଛପାଯାଉଛି ସେ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ।

ଫେକ୍ ନ୍ୟୁଜ ଭାଇରାଲ କରୁଛନ୍ତି ଓଡିଶା ସରକାର: କଂଗ୍ରେସ

ସୂଚନାଯୋଗ୍ୟ ଯେ, ଏପ୍ରିଲ୍ ୨୦୧୪ରୁ ସେପ୍ଟେମ୍ବର ୨୦୧୮ ବିଗତ ୪ ବର୍ଷ ମଧ୍ୟରେ ଓଡିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ୧୯ ଲକ୍ଷ ୫୩ ହଜାର ୩୬୩ (୧୯,୫୩,୩୬୩) ପକ୍କାଘର ନିର୍ମାଣ କରାଯାଇଛି ବୋଲି ଦାବି କରାଯାଇଛି ।

ଖାଲି ସେତିକି ନୁହେଁ, ଏହି ତଥ୍ୟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ବିଜ୍ଞାପନ ଜରିଆରେ କୁହାଯାଇଛି ଯେ “ସମଗ୍ର ଦେଶରେ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାରେ ଓଡିଶା ଅଗ୍ରଣୀ” । ଏହି ଖବର ଓ ତଥ୍ୟ ସଂପୂର୍ଣ୍ଣ ମିଥ୍ୟା ଏବଂ ଅତିରଞ୍ଜିତ ବୋଲି ଆକାଉଂଟାଂଟ ଜେନେରାଲ କହିଛନ୍ତି ।

ବାସ୍ତବରେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରଣାଳୟର ୱେବସାଇଟ୍ (ଇଙ୍ଗବବଗ୍ଦଝକ୍ଟଲଗ୍ଧ) ଦ୍ୱାରା ସରଜମିନ୍ ତର୍ଜମା ପରେ ଜଣାପଡିଛି ଯେ ମୋଟ୍ ମାତ୍ର ୧୧ ଲକ୍ଷ ୯ ହଜାର ଘର ନିର୍ମାଣ ହୋଇଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଏଜିଙ୍କ କାଗଜପତ୍ରର ପ୍ରମାଣ ଦିଆଯାଇଛି । ଅର୍ଥାତ୍ ବାହାବା ନେବା ପାଇଁ ନବୀନବାବୁ ୮ ଲକ୍ଷ ୪୪ ହଜାର ଭୂତଗୃହ ନିର୍ମାଣ ନେଇ ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ଦାବି କରିଛି ।

ଏଜି ତାଙ୍କ ଚିଠିରେ ଏକଥା ମଧ୍ୟ ଲେଖିଛନ୍ତି ଯେ ବାସ୍ତବରେ ସଂପୂର୍ଣ୍ଣ ଭାବେ ନିର୍ମାଣ ହୋଇଥିବା ଗୃହର ସଂଖ୍ୟା ମାତ୍ର ୪୫% ପ୍ରତିଶତ । ଅର୍ଥାତ୍ ବାସ୍ତବରେ ମାତ୍ର ୫ ଲକ୍ଷ ଗୃହ ରାଜ୍ୟ ନିର୍ମାଣ କରିଥିବା ବେଳେ ୧୯ ଲକ୍ଷ ୫୩ ହଜାର ଗୃହ ନିର୍ମାଣ କରିଛନ୍ତି ବୋଲି ମିଥ୍ୟା ବା ଫେକ୍ ନ୍ୟୁଜକୁ ନବୀନ ବାବୁ ବିଭିନ୍ନ ଖବରକାଗଜ ମାଧ୍ୟମରେ ଭାଇରାଲ କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । ତେଣୁ ନବୀନ ବାବୁ ଏ ନେଇ କ୍ଷମା ପ୍ରାର୍ଥନା କରନ୍ତୁ ଓ ବିଜ୍ଞାପନ ଜରିଆରେ ତ୍ରୁଟି ସଂଶୋଧନ କରନ୍ତୁ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି ।

Share this story