ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କି ଅରୁଣ ପଟ୍ଟନାୟକ ? ୨୪ ବର୍ଷ ପରେ ଖୋଲିଲା ଗୁମର...

Will Arun Patnaik niece of Naveen Patnaik hold the prime position of BJD

ଓଡ଼ିଆ ଗସିପ ବ୍ୟୁରୋ: କିଏ ହେବ ନବୀନଙ୍କ ରାଜନୈତିକ ଉତ୍ତରଦାୟାଦ? କଣ ଯୁବ ଚେହେରା ରୂପେ ନବୀନଙ୍କ ପୁତୁରା ଅରୁଣ ରାଜନୈତିକ ମଇଦାନକୁ ଓହ୍ଲାଇବେ? ଏହି ପ୍ରକାର କଳ୍ପନା ୨୦୧୯ ବିଧାନସଭା ନିର୍ବାଚନରେ ଆଶା କରାଯାଉଥିଲା ମାତ୍ର ତାହା ସତ ହେଲା ନାହିଁ । କିନ୍ତୁ ଭବିଷ୍ୟତରେ ଅରୁଣ ଗାଦି ସମ୍ଭାଳିପାରନ୍ତି ତାହାକୁ ଏଡାଇ ଦିଆଯାଇ ନପାରେ ।

ସୂଚନାଯୋଗ୍ୟ ଯେ, ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ୭୦ବର୍ଷ ପୂର୍ତ୍ତି ଉପଲକ୍ଷେ ଇଣ୍ଡୋନେସିଆ ଦୂତାବାସ ପକ୍ଷରୁ ନୂଆଦିଲ୍ଲୀଠାରେ ବିଜୁବାବୁ ଓ ଇଣ୍ଡୋନେସିଆକୁ ନେଇ ନୂଆଦିଲ୍ଲୀ ଠାରେ ଏକ ବିରଳ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକଙ୍କ ପୁତ୍ର ପ୍ରେମ ପଟ୍ଟନାୟକ ଓ ନାତି ଅରୁଣ ପଟ୍ଟନାୟକ ଯୋଗ ଦେଇଥିଲେ ।

ରାଜନୀତି ରେ ପ୍ରବେଶ ନେଇ ଏକ ସାମ୍ବାଦିକଙ୍କ ପ୍ରଶ୍ନରେ ଅରୁଣ କହିଥିଲେ ଯେ "ମୁଁ ମୋ ଜେଜେଙ୍କ କୃତିକୁ ନେଇ ଗର୍ବିତ । ଇଣ୍ଡୋନେସିଆ ମୁକ୍ତିରେ ତାଙ୍କର ଯୋଗଦାନ ଓ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ବିଜୁବାବୁ ଯେଉଁ ସମ୍ପର୍କର ସେତୁ ଗଢିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଚିର ସ୍ମରଣୀୟ ।"

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରମେଶ ଜେନାଙ୍କ ପିଠିକୁ କିଭଳି ଛୁରୀ ମାରିଥିଲେ ପ୍ରଦୀପ ପାଣିଗ୍ରାହୀ ? ଗଞ୍ଜାମ ରାଜନୀତିର ଗୁମର କଥା

ସୂଚନାଯୋଗ୍ୟ ଯେ ବିଜୁବାବୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ମଧ୍ୟ ପାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସଂକୋଚ ପ୍ରକାଶ କରି ଯଦିଓ ରାଜନୀତିରେ ଯୋଗ ଦେବାର ପ୍ରଶ୍ନକୁ ଅରୁଣ ଏଡାଇ ଦେଇଥିଲେ ମାତ୍ର ଭବିଷ୍ୟରେ ରାଜନୀତିରେ ରୁଚି ରଖିପାରନ୍ତି ଅରୁଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।

କିଛି ବର୍ଷତଳେ କଟକସ୍ଥିତ ବିଜୁଙ୍କ ବାସଭବନ ଆନନ୍ଦଭବନକୁ ରାଜ୍ୟବାସୀଙ୍କୁ ସମର୍ପଣ କରିବା ସମୟରେ ସପରିବାର ସହିତ ଉକ୍ତ ଉତ୍ସବରେ ଥିଲେ ଅରୁଣ । ଇତିହାସକୁ ଦେଖିଲେ ବିଜୁଙ୍କ ଶାସନ କାଳରେ ନବୀନଙ୍କୁ ଦେଖିବାକୁ ମିଳିନଥିଲା କିନ୍ତୁ ପିତାଙ୍କ ମୃତ୍ୟୁ ପରେ ରାଜନୀତିରେ ଉଭା ହୋଇଥିଲେ ନବୀନ । ଆଉ ନବୀନଙ୍କ ପରେ ରାଜନୀତିରେ ଅଦୃଶ୍ୟମାନ ଥିବା ଅରୁଣ ଯେ ପାଦ ନ ଥାପିବେ ତାହା ସମୟ କହିବ ।

Share this story