ନଦୀକୁ ଖସିଲା କାର୍‌, ୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କ ମୃତ୍ୟୁ, ଅନ୍ୟ ୪ ଜଣ ଗରୁତର

Seven killed four injured after SUV rolls down into river in Himachal Pradeshs Chamba district
ନଦୀକୁ ଖସିଲା କାର୍‌, ୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣ ମୃତ୍ୟୁ, ଅନ୍ୟ ୪ ଜଣ ଗରୁତର

ଓଡ଼ିଆ ଗସିପ୍ ବ୍ୟୁରୋ: ହିମାଚଳ ପ୍ରଦେଶ ଛାମ୍ବା ଜିଲ୍ଲାରେ ଶୁକ୍ରବାର ଏକ ଏସୟୁଭି ନଦୀକୁ ଖସି ପଡିବାରୁ ୬ ଜଣ ପୋଲିସ କର୍ମଚାରୀଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ୪ ଜଣ ଗରୁତର ଆହତ ହୋଇଛନ୍ତି ।

ମୃତ ପୋଲିସମାନେ ଦ୍ୱିତୀୟ ଭାରତୀୟ ରିଜର୍ଭ ବାଟାଲିୟନର ଥିବା ବେଳେ ସେମାନେ ଜମ୍ମୁ-କଶ୍ମୀର ସୀମା ନିକଟ ଅଂଚଳରେ ପାଟ୍ରୋଲିଂ ଡ୍ୟୁଟିରେ ଥିଲେ । ମୃତକମାନେ ହେଲେ ସବ୍‌ ଇନସ୍ପେକ୍ଟର ରାକେଶ ଗୋରା, ହେଡ କନେଷ୍ଟବଳ ପରଭୀନ, କନେଷ୍ଟବଳ କମଲଜିତ, ସଚ୍ଚୀନ, ଅଭିଷେକ ଏବଂ କନେଷ୍ଟବଳ ଲକ୍ଷ୍ୟ ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଡ୍ରାଇଭର ଚନ୍ଦୁରାମଙ୍କର ମଧ୍ୟ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଡ୍ରାଇଭର ଗାଡି ଉପରେ ନିଜର କଣ୍ଟ୍ରୋଲ ହରାଇବାରୁ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ବିଧାୟକ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏହା ଓ୍ଵାର୍କ ଡିପାର୍ଟମେଣ୍ଟର ଅବହେଳା ବୋଲି କହିଛନ୍ତି ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଲ୍ୟାଣ୍ଡସ୍ଳାଇଡ ଯୋଗୁ ଦୁର୍ଘଟଣା ହୋଇଛି । ଉକ୍ତ ଅଂଚଳରେ ବାରମ୍ବାର ଲ୍ୟାଣ୍ଡସ୍ଲାଇଡ ହେଉଥିବାରୁ ବହୁବାର ଆବଶ୍ୟକ ପଦକ୍ଷେପ ପାଇଁ କୁହାଯାଇଛି । ହେଲେ ପଦକ୍ଷେପ ନିଆ ନଯିବା ଯୋଗୁ ଏପରି ହୋଇଛି ବୋଲି ବିଧାୟକ ଅଭିଯୋଗ କରିଛନ୍ତି ।

Share this story