ପତ୍ନୀଙ୍କ ଏହି କାଣ୍ଡକୁ ସମ୍ଭାଳି ନପାରି ନିଜ ଗୁପ୍ତାଙ୍ଗ କାଟିଦେଲେ ସ୍ବାମୀ, ଆଉ ତାପରେ...

Man cuts his genital after fight with wife

ଓଡିଆ ଗସିପ୍ ବ୍ୟୁରୋ: ପତ୍ନୀ ସହ କୌଣସି ଏକ ଛୋଟ କଥାକୁ ନେଇ ପାଟିତୁଣ୍ଡ ହେବା ପରେ ସ୍ବାମୀ ଜଣଙ୍କ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଥିବା ସୁଚନା ମିଳିଛି । ଘଟଣା ଟି ଘଟିଛି ବିହାରର ମାଧେପୁରା ଜିଲ୍ଲାରେ । କିନ୍ତୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ାର ଅସଲ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଏହି ଲଜ୍ଜା ଜନକ ଘଟଣା ଘଟିଛି ମାଧେପୁରା ଜିଲ୍ଲାର ନୟା ନଗର ଗ୍ରାମରେ । ସୂଚନା ମିଳିଛି କି, କୌଣସି ଏକ କାରଣ ପାଇଁ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ପତ୍ନୀ ରାଗି ଯାଇ ତାଙ୍କ ବାପ ଘରକୁ ଚାଲିଯାଇଥିଲେ ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବରମୁଣ୍ଡା ବସଷ୍ଟାଣ୍ଡରେ ଜଳିଗଲା ଯାତ୍ରୀବାହୀ ବସ୍

ପତ୍ନୀ କାହିଁକି ବାପ ଘରକୁ ଚାଲିଗଲା ସେନେଇ ସ୍ବାମୀ ଏଥିରେ ନିଜକୁ ସମ୍ଭାଳି ନପାରି ରାଗରେ ନିଜର ଗୁପ୍ତାଙ୍ଗ କାଟି ପକାଇଥିଲେ । ସଙ୍ଗେ ସଙ୍ଗେ ରୁମ୍ ଭିତରେ ରକ୍ତ ଚାରିଆଡ଼େ ବୋହି ଯାଇଥିଲା । ଘର ଲୋକେ ଏହା ଦେଖିବା ପରେ ତାଙ୍କୁ ମେଧାପୁରା ମେଡିକାଲ କଲେଜ ରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ ।

ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍ଗୀନ ନଥିବା ଡାକ୍ତର କହିଛନ୍ତି । ସେ ସୁସ୍ଥ ଅଛନ୍ତି ବୋଲି ସ୍ବାସ୍ଥ୍ୟ କର୍ମୀ ସୂଚନା ଦେଇଛନ୍ତି । ଏହି ଘଟଣା ଜାନୁଆରୀ ୨୦, ୨୦୨୩ ରେ ଘଟିଛି ଆଉ ପତ୍ନୀ ଘର ଛାଡ଼ି ଚାଲି ଯିବାରୁ ସ୍ବାମୀ ଏଭଳି କାଣ୍ଡ ଭିଆଇଥିଲେ ।

ସ୍ବାମୀ ଏବଂ ସ୍ତ୍ରୀ ତିନି ଝିଅ ଏବଂ ଗୋଟେ ପୁଅ ସହ ନୟା ନଗର ଗ୍ରାମ ରେ ରୁହନ୍ତି । ଏହି ଘଟଣା ଘଟିବା ପରେ ସାରା ଅଂଚଳରେ ଆଲୋଡନା ସୃଷ୍ଟି ହୋଇଛି । ସମସ୍ତେ ଏହି ଘଟଣାକୁ ଛି ଛି କରିଛନ୍ତି ।

Share this story

World Odia Language Conferene