ହୃଦୟ ବିଦାରକ ଦୁର୍ଘଟଣା, ଟ୍ରକକୁ ଧକ୍କା ଦେଲା କାର୍, ୭ ଜଣ ଜୀବନ୍ତ ଦଗ୍ଧ

ଓଡ଼ିଆ ଗସିପ୍ ବ୍ୟୁରୋ: ବିକାନେର ଜାତୀୟ ରାଜପଥରେ ଏକ କାର୍ ଟ୍ରକ୍ ପଛରେ ପଶିଯିବାରୁ ଦୁଇଟି ଯାକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଫଳରେ ୭ ଜଣ ଜୀବନ୍ତ ଜଳି ଯାଇଛନ୍ତି। ରାଜପଥରେ ଏହି ଦୁର୍ଘଟଣା ପରେ ପୋଲିସ ପ୍ରଶାସନରେ ଆତଙ୍କ ଖେଳିଯାଇଥିଲା। କାର୍ରେ ଥିବା ଲୋକମାନେ ଉତ୍ତରପ୍ରଦେଶର ବୋଲି କୁହାଯାଉଛି। ମୃତକଙ୍କ ମଧ୍ୟରେ ଦୁଇ ଶିଶୁ ମଧ୍ୟ ସାମିଲ ଥିଲେ।
ଆଧିକ ପଢନ୍ତୁ : ଦମ୍ପତିଙ୍କ ଭିତରେ ଏତିକି ବୟସ ପାର୍ଥକ୍ୟ ରହିବା ଉଚିତ୍..ନଚେତ ବୈବାହିକ ଜୀବନରେ ଦେଖାଦେବ ଅଶାନ୍ତି!
ପୋଲିସର ସୂଚନାନୁସାରେ, ରବିବାର ଅପରାହ୍ନରେ ସିକରର ଫତେହପୁର କୋଟଓ୍ବାଲି ଅଞ୍ଚଳରେ ଏହି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଜୟପୁର-ବିକାନେର ଜାତୀୟ ରାଜପଥରେ ଫତେହପୁର ବାଇପାସ ନିକଟରେ ଏହି ଦୁର୍ଘଟଣା ଘଟିଛ।
ଆଧିକ ପଢନ୍ତୁ : ମାନସିକ ଅବସାଦର ଶିକାର ହେବା ସହ ଅକସ୍ମାତ୍ ଦୂରଯାତ୍ରା କରି କରିପାରନ୍ତି! ପଢନ୍ତୁ ଏ ସପ୍ତାହର ରାଶିଫଳ
ଦ୍ରୁତ ଗତିରେ ଆସୁଥିବା ଏକ କାର୍ ଆଗକୁ ଯାଉଥିବା ଟ୍ରକ ପଛରେ ପଶିଗଲା। ଫଳରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା ଏବଂ ଉଭୟ ଗାଡ଼ିରେ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। କେହି କିଛି ବୁଝିବା ପୂର୍ବରୁ କାର୍ ଏବଂ ଟ୍ରକ୍ ନିଆଁରେ ଜଳିପୋଡ଼ି ଛାରଖାର ହୋଇଯାଇଛି।
ଆଧିକ ପଢନ୍ତୁ : ୟୁରିକ୍ ଏସିଡ୍କୁ ଦୂର କରିବ ଏହି ୩ଟି ଜିନିଷ, ଯନ୍ତ୍ରଣାରୁ ମିଳିବ ମୁକ୍ତି!