ଆପଣଙ୍କ ଘରେ କେହି ସଦସ୍ୟ ନିୟମିତ ମେଡ଼ିସିନ ଖାଉଛନ୍ତି କି ? ସମସ୍ୟା ଅଛି ତ ସମାଧାନ ଅଛି ଜାଣନ୍ତୁ କଣ.....

niamai aap

ଓଡ଼ିଆ ଗସିପ୍ ବ୍ୟୁରୋ:  ଆପଣଙ୍କ ଘରେ କେହି ସଦସ୍ୟ ନିୟମିତ ମେଡ଼ିସିନ ଖାଉଛନ୍ତି କି ? ଡାଏବେଟିସ, ବ୍ଳଡପ୍ରେସର ବା ଅନ୍ୟ କିଛି ରୋଗ ପାଇଁ ପ୍ରତିଦିନ ମେଡ଼ିସିନ ଖାଇବାକୁ ପଡୁଛି କି? ଏହା ବାଦ ଆପଣ ଘରେ ନଥିଲେ ବି ପରିବାର ସଦସ୍ୟଙ୍କୁ ମେଡ଼ିସିନ ଖାଇବାକୁ ମନେପକାଇବାକୁ ଆପଣ ଚାଁହୁଛନ୍ତି କି? ଯଦି ଏସବୁ ହଁ, ତେବେ ଆପଣ ମୋବାଇଲରେ ଇନଷ୍ଟଲ କରିଦିଅନ୍ତୁ ଏହି ଆପ । କିଛି  ଓଡ଼ିଆ ମିଶି ଏମିତି ଏକ ଆଣ୍ଡ୍ରଏଡ଼ ଆପ ଲଞ୍ଚ କରିଛନ୍ତି ଯାହାକି ବର୍ତ୍ତମାନ ସମୟରେ ବେଶ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଏହି ଆପର ନାମ ହେଉଛି ନିମାଇଁ

ବରିଷ୍ଠ ଡାଏବେଟୋଲୋଜିଷ୍ଟ ଡ଼. ଆଲୋକ କାନୁନଗୋ, ଡାଟା ସାଇଣ୍ଟିଷ୍ଟ ବିକ୍ରମ ରାୟ ଓ ମନସ୍ତତ୍ବବିତ ଡ଼.ସୁକନ୍ୟା ରାୟଙ୍କ ମିଳିତ ଉଦ୍ୟମରେ ଏହି ଆପ ଲଞ୍ଚ କରାଯାଇଛି । ଏହି ଆପର ଜଣେ ମୁଖ୍ୟ ପ୍ରତିଷ୍ଠାତା ଡାକ୍ତର ଆଲୋକ କାନୁନଗୋଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବିଶେଷ କରି ବୟସ୍କ ଲୋକମାନେ ନିୟମିତ ଔଷଧ ଖାଇବାକୁ ଭୁଲିଯାଇଥାନ୍ତି। ବେଳେବେଳେ ଭୁଲରେ ଗୋଟିଏ ବଟିକା ଦୁଇ ଥର ଖାଇଦେଇଥାନ୍ତି । ଏହା ସହ କେଉଁ ରୋଗ ପାଇଁ କେଉଁ ମେଡିସିନ ଖାଇବେ ତାହା ତାଙ୍କର ମନେରହିନଥାଏ ।

ଏହାକୁ ନଜରରେ ରଖି ଏହି ଆପକୁ ବିକଶିତ କରାଯାଇଛି । ଏହି ଆପ୍ ଡାଉନଲୋଡ କରିବା ପରେ ବୟସ୍କ ଲୋକମାନେ ଖାଉଥିବା  ନିତିଦିନିଆ ଔଷଧ ସହ କେଉଁ ସମୟରେ ଖାଇବେ ଓ ଏହି ଔଷଧର ଏକ ଫଟୋକୁ ଆପରେ ସେଟ କରିବାକୁ ପଡିବ | ରୋଗର ନିରାକରଣ ପାଇଁ ଔଷଧ ଖାଇବାକୁ ଭୁଲି ଯାଉଥିଲେ ଏହି ଆପ୍ ଠିକ ସମୟରେ ଆଲାର୍ମ ବାଜିବ । ଆଲାର୍ମ ସହ ଆପଣ ଖାଇବାକୁ ଥିବା ମେଡିସିନର ଫଟୋ ମଧ୍ୟ ମୋବାଇଲ ସ୍କ୍ରିନରେ ଦେଖିବାକୁ ମିଳିବ | ନିମାଇ ଆପ ରେ ଆପଣଙ୍କୁ ଟ୍ରିଟମେଣ୍ଟ  କରୁଥିବା ଡାକ୍ତରଙ୍କ ନାମ ଏବଂ ପ୍ରେସକ୍ରିପସନ ଆଡ୍ କଲେ ଏହି ଆପ ଜଣାଇ ଦେବ ଯେ କେଉଁ ଟାଇମରେ କେଉଁ ମେଡିସିନ ଖାଇବେ । ଯାହା ଦ୍ୱାରା ଆପଣଙ୍କୁ ଔଷଧ ଖାଇବାକୁ ସହଜ ହୋଇଯିବ |

Share this story