ବୟସ ଓ ଯୌନ ସମ୍ପର୍କ ମଧ୍ୟରେ ରହିଛି କି ସମ୍ପର୍କ ? ନୂଆ ଅଧ୍ୟୟନରୁ ସାମ୍ନାକୁ ଆସିଲା ଏହି ତଥ୍ୟ…

physical

ଓଡ଼ିଆ ଗସିପ ବ୍ୟୁରୋ: ବୃଦ୍ଧାବସ୍ଥା ହେଉ କି ଲମ୍ବା ଆୟୁଷ କାହା ହାତର କଥା ନୁହେଁ । ବିଜ୍ଞାନ ବିଶ୍ଵାସ କରେ ପଢିବା, ବ୍ୟାୟାମ କରିବା ଏବଂ ସୁସ୍ଥ ଖାଦ୍ୟ ଖାଇବା ଭଳି ଭଲ ଅଭ୍ୟାସ ଆପଣଙ୍କ ଜୀବନର କିଛି ବର୍ଷ ବୟସ ବଢେଇ ଦେଇପାରେ । ସୁସ୍ଥ ଶରୀର ପାଇଁ ଏସବୁ ଜିନିଷ ଆବଶ୍ୟକ, କିନ୍ତୁ ବର୍ତ୍ତମାନ ଅନୁସନ୍ଧାନକାରୀମାନେ ଏହି ତାଲିକାରେ ଆଉ ଗୋଟିଏ ଜିନିଷ ଯୋଡ଼ି ଦେଇଛନ୍ତି ଏବଂ ତାହା ହେଉଛି ଯୌନ ସମ୍ପର୍କ ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଅନେକ ଗୁରୁତର ରୋଗ ହେବାର ଆଶଙ୍କା କମିଯାଏ । ଯୌନ ସମ୍ପର୍କ କେବଳ ଶାରୀରିକ ସନ୍ତୁଷ୍ଟି ପ୍ରଦାନ କରେ ନାହିଁ, ବରଂ ଏହା ମନୋବଳକୁ ମଧ୍ୟ ଉନ୍ନତ କରିଥାଏ, ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ, ରକ୍ତଚାପକୁ ନିୟନ୍ତ୍ରଣରେ ରଖେ ଏବଂ ହୃଦରୋଗରୁ ରକ୍ଷା କରିଥାଏ, ଯାହାକି ଜୀବନକୁ ଦୀର୍ଘାୟୁ କରିଥାଏ ।

ନ୍ୟୁ ଇଂଲଣ୍ଡ ଅନୁସନ୍ଧାନ ପ୍ରତିଷ୍ଠାନର ଅନୁସନ୍ଧାନକାରୀମାନେ ଯୌନକ୍ରିୟା ଏବଂ ହୃଦରୋଗକୁ ସଂଯୋଗ କରୁଥିବା ଏକ ନୂଆ ଅଧ୍ୟୟନ କରିଛନ୍ତି । ୬୫ ବର୍ଷରୁ କମ୍ ୧,୧୨୦ ପୁରୁଷ ଏବଂ ମହିଳାଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି ଯାହାର ଫଳାଫଳ ୨୨ ବର୍ଷ ପରେ ସାମ୍ନାକୁ ଆସିଛି । ଅଧ୍ୟୟନରେ ଏହା ଦାବି କରାଯାଇଛି ଯେ ପ୍ରତିଦିନ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଇଥାଏ ।

ଅଧ୍ୟୟନରେ କୁହାଯାଇଛି ଯେ ଯୌନକ୍ରିୟାରେ ସକ୍ରିୟ ରହୁଥିବା ବ୍ୟକ୍ତି ହୃଦଘାତ ପରେ ବି ଜୀବିତ ରହିବାର ସମ୍ଭାବନା ରଖିଥାଆନ୍ତି । ଯେଉଁମାନେ ସପ୍ତାହରେ ଥରେରୁ ଅଧିକ ଥର ଶାରୀରିକ ସମ୍ପର୍କ ରଖନ୍ତି ସେମାନଙ୍କ ହୃଦଘାତ ପରେ ମୃତ୍ୟୁ ଆଶଙ୍କା ୨୭ ପ୍ରତିଶତ କମ ଥିଲା । ହେଲେ ଯେଉଁମାନେ ବେଳେବେଳେ ଶାରୀରିକ ସମ୍ପର୍କ ରଖନ୍ତି ସେମାନଙ୍କ ମଧ୍ୟରେ ଏହି ସମ୍ଭାବନା ମାତ୍ର ୮ ପ୍ରତିଶତ କମ୍ ଥିଲା ।

ଅଧ୍ୟୟନ କହିଛି ଯେ ଯଦି ଆପଣଙ୍କୁ ହୃଦଘାତ ହୋଇସାରିଛି ତେବେ ଯୌନ ସମ୍ପର୍କ ରଖିବା ଆପଣଙ୍କ ପାଇଁ ଉପାଦେୟ ହେବ । କିନ୍ତୁ ଶାରୀରିକ ସମ୍ପର୍କ ରଖିବା ପୂର୍ବରୁ ଏବଂ ପରେ ଆପଣଙ୍କର ଆପଣଙ୍କ ସାଥୀ ସହିତ କେତେ ପ୍ରେମ ରହିଛି ତାହା ମଧ୍ୟ ଗୁରୁତ୍ଵ ରଖେ ।

ଅଧ୍ୟୟନ ଅନୁଯାୟୀ, ସପ୍ତାହରେ ଥରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଦୀର୍ଘାୟୁ ହେବାର ସମ୍ଭାବନା ୩୭ ପ୍ରତିଶତ ବଢିଯାଇଥାଏ । ତେବେ କିଛି ବର୍ଷ ପୂର୍ବେ ଆମେରିକୀୟ ଜର୍ନାଲ୍ ଅଫ୍ କାର୍ଡିଓଲୋଜିରେ ମଧ୍ୟ ସମାନ ଅଧ୍ୟୟନ ପ୍ରକାଶ ପାଇଥିଲା ।

Share this story

World Odia Language Conferene