ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଏହି ଅଭିନେତ୍ରୀ ଦେଲେ 'ଅଫର' ! କିନ୍ତୁ ରଖିଲେ ଏହି ଗୋଟିଏ ସର୍ତ୍ତ...

Sherlyn Chopra is Ready to Marry Rahul Gandhi But Only on This Condition
ରାହୁଲ ଗାନ୍ଧୀଙ୍କୁ ବିବାହ କରିବାକୁ ଏହି ଅଭିନେତ୍ରୀ ଦେଲେ 'ଅଫର' ! କିନ୍ତୁ ରଖିଲେ ଏହି ଗୋଟିଏ ସର୍ତ୍ତ...

ଓଡ଼ିଆ ଗସିପ୍ ବ୍ୟୁରୋ: ଶର୍ଲିନ୍‌ ଚୋପ୍ରା ଏବେ ଚର୍ଚ୍ଚାରେ। ବୋଲ୍ଡ ଲୁକ୍‌ ପାଇଁ ଜଣାଶୁଣା ଏହି ଅଭିନେତ୍ରୀ ନିକଟରେ ସେ ଏକ ବୟାନ ଦେଇ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ହଠାତ୍‌ ତାଙ୍କ ନାମ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଯୋଡ଼ି ହୋଇଛି।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ପ୍ରକୃତରେ, ଶର୍ଲିନ ଚୋପ୍ରା କଂଗ୍ରେସ ନେତାଙ୍କ ସହ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଛନ୍ତି। ସେ ରାହୁଲଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି କି, ମୁଁ ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହୁଁଛି। ଯଦିଓ ସେ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି।

ଶର୍ଲିନ ସୋମବାର ଏକ ଆକର୍ଷଣୀୟ ଅଫ୍‌ ଶୋଲ୍‌ଡର ବ୍ଲାକ୍‌ ଡ୍ରେସ୍‌ରେ ନଜର ଆସିଥିଲେ। ସେ ନିଜ ଫ୍ୟାନ୍‌ମାନଙ୍କ ସହିତ ସେଲ୍‌ଫି ନେଇଥିଲେ। ଏହି ସମୟରେ ତାଙ୍କୁ ପଚରାଯାଇଥିଲା ଯେ ‘କ’ଣ ସେ ରାହୁଲ ଗାନ୍ଧିଙ୍କୁ ବିବାହ କରିବାକୁ ଚାହିଁବେ କି’? ଏହାର ଉତ୍ତରରେ ଶର୍ଲିନ୍‌ ହଁ କହିଥିଲେ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

କିନ୍ତୁ ଅଭିନେତ୍ରୀ ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ ଯେ ବିବାହ ପରେ ତାଙ୍କ ସର୍‌ନେମ ବଦଳିବା ଉଚିତ୍‌ ନୁହେଁ। ଅର୍ଥାତ୍‌ ସେ ନିଜର ସାଙ୍ଗିଆ ପରିବର୍ତ୍ତନ କରିବେ ନାହିଁ। ବିବାହ ପରେ ମଧ୍ୟ ସେ ଚୋପ୍ରା ହିଁ ରଖିବେ ବୋଲି କହିଛନ୍ତି, ଶର୍ଲିନ୍‌ଙ୍କର ଏହି ବୟାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। 

କହି ରଖୁଛୁ ଯେ ୩୫ ବର୍ଷୀୟା ଶର୍ଲିନ୍‌ ୨୦୧୨ରେ ‘ପ୍ଲେବୟ’ ପତ୍ରିକା ପାଇଁ ନଗ୍ନ ଫଟୋ ଉଠାଇଥିବା ପ୍ରଥମ ଭାରତୀୟ ମହିଳା ଥିଲେ। ସେପଟେ ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଚର୍ଚ୍ଚାରେ ଅଛନ୍ତି। ୧୩୭ ଦିନ ପରେ ସେ ନିଜର ସାଂସଦ ପଦ ଫେରି ପାଇଛନ୍ତି। 

ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ 

Share this story