ନାତୁଣି ଲୋ ନାତୁଣି: ଭିଡିଓ ଦେଖିଲେ ଆପଣଙ୍କ ହୃଦୟକୁ ଛୁଇଁ ଯିବ

viral-video-shows-grandfather-shaking-a-leg-with-granddaughter

ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି । ଯାହା ମଧ୍ୟରେ ପ୍ରାୟତଃ ବେଶୀ ନାଚ ଗୀତ ଦେଖିବାକୁ ମିଳୁଛି । ଏହା ଏକ ପ୍ରକାରର ଟାଇମ ପାସ୍ ବୋଲି କହିପାରିବେ । ଲକଡାଉନ୍ ରେ ଘରେ ବସି ବସି ନିଜକୁ ଏଣ୍ଟରଟେନମେଣ୍ଟ କରୁଛନ୍ତି ବିଭିନ୍ନ ପିଢିର ବ୍ୟକ୍ତିବିଶେଷ । ଏଥିରୁ ବାଦ ପଡିନାହାନ୍ତି ବୟସ୍କ ବ୍ୟକ୍ତି । ଏହା ମଧ୍ୟରେ ଏମିତି ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣଙ୍କ ହୃଦୟକୁ ଛୁଇଁ ଯିବ । ଏହି  ଭିଡିଓରେ ଜେଜେବାପା ଏବଂ ନାତୁଣୀ ଏକ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଛି ।

ତେବେ ବାସ୍ତବରେ, ଏହି ଭାଇରାଲ୍ ଭିଡିଓରେ ଜେଜେବାପା ଏବଂ ନାତୁଣୀଙ୍କ ମଧ୍ୟରେ ପ୍ରେମ ସହ ନିବିଡ ସମ୍ପର୍କ ରହିଛି । ଯାହାକି ଏହି ନାଚ ମାଧ୍ୟମରେ ଭରପୂର ମଜା ମସ୍ତି ଦେଖିବାକୁ ମିଳୁଛି । ଦିବେଶା ବଜାଜ ନାମକ ଜଣେ ଯୁବତୀ ଗୀତରେ ନାଚୁଥିବା ନଜର ଆସିଛନ୍ତି । ଏହା ସହ ତାଙ୍କ ଜେଜେବାପା ନାତୁଣୀ ନାଚୁଥିବାର ଡ୍ୟାନ୍ସ ଷ୍ଟେପ୍ କପି କରିବାକୁ ଚେଷ୍ଟା କରି ନାଚୁଛନ୍ତି । ଯାହାକି ବେଶ କୌତୁହଳ ସୃଷ୍ଟି କରୁଛି ।

ଭିଡିଓ ଆରମ୍ଭରେ, ଦିବେଶା ବଜାଜ ତାଙ୍କ ଜେଜେବାପାଙ୍କ ସହ ଜଷ୍ଟିନ ୱେଲିଙ୍ଗଟନ୍‌ଙ୍କ ଏକ ଗୀତରେ ନାଚୁଥିବା ନଜର ଆସିଛନ୍ତି । ଜେଜେବାପା, ଦିବେଶାଙ୍କ ଷ୍ଟେପଙ୍କୁ ନକଲ କରି ନାଚିବାକୁ ଚେଷ୍ଟା କରୁଛନ୍ତି । ଏହି ଭିଡିଓଟି ୨ ୪ ଜୁନ୍ ରେ ଇନଷ୍ଟାଗ୍ରାମରେ ସେୟାର କରାଯାଇଥିଲା ।

ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୭ ହଜାରୁ ଅଧିକ ଲାଇକ୍ କମେଣ୍ଟ ମିଳି ସାରିଛି  । ୟୁଜର୍ସ ମାନେ ଏହି ଭିଡିଓକୁ ବାରମ୍ବାର ଦେଖୁଛନ୍ତି  । ଭାଇରାଲ୍ ଭିଡିଓ ଦେଖି ୟୁଜର୍ସମାନେ ଜେଜେବାପା ଓ ନାତୁଣୀଙ୍କ ନାଚକୁ ଖୁବ ପ୍ରଶଂସା କରୁଛନ୍ତି ।

Share this story