ରାଜଧାନୀରେ ଚାପା ଉତ୍ତେଜନା, ପୁଲିସ ଯୋଗୁ ହଣା ଖାଇଲେ ବ୍ୟବସାୟୀ!

Mancheswar Police station

ଓଡ଼ିଆ ଗସିପ ବ୍ୟୁରୋ: ପୁଲିସ ଯୋଗୁ ହଣା ଖାଇଲେ ବ୍ୟବସାୟୀ! ମଞ୍ଚେଶ୍ୱର ଥାନା ଅଧିକାରୀଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ପଳାଶୁଣୀ ଅଞ୍ଚଳର ଚଗଲା I

ତେବେ ଚଗଲାଙ୍କ ଅଭିଯୋଗ ଅନୁସାରେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟକୁ କେନ୍ଦ୍ର କରି ପଳାଶୁଣୀ ଗ୍ରାମର ରାଜୁ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କର ବାଚଷା ହୋଇଥିଲା I ଏନେଇ ଗତକାଲି ଥାନର ଦ୍ୱାରସ୍ତ ହେବା ସହ ଅଭିଯୋଗ ମଧ୍ୟ କରିଥିଲେ ଚଗଲା I

ଥାନା ଅଧିକାରୀ (ଆଇଆଇସି)ଙ୍କ ହସ୍ତକ୍ଷେପ ପରେ ବି ଥାନାକୁ ଆସିନଥିଲେ ରାଜୁ I ତେବେ ଆଜି ସକାଳ ସମୟରେ ଚଗଲା ରାଜୁଙ୍କୁ କାବୁ କରି ଆଇଆଇସିଙ୍କୁ ଖବର ଦେଇଥିଲେ I ଫଳରେ ତାଙ୍କୁ ଥାନାକୁ ଡକାଯାଇଥିଲା I

ଚଗଲାଙ୍କ କହିବାନୁସାରେ ରାଜୁ ନିଜ ଫୋନରୁ ଆଇଆଇସିଙ୍କୁ କଲ କରିଥିଲେ, ଆଉ ଆଇଆଇସି କହିଥିଲେ ରାଜୁକୁ ଛାଡି ଦେବା ପାଇଁ I

ସବୁଠୁ ବଡ଼କଥା ହେଉଛି, ଘଟଣାର ପ୍ରାୟ ଦେଢ଼ ଘଣ୍ଟା ପରେ ରାଜୁ ଓ ତାଙ୍କ ପରିବାର ଲୋକେ ମିଶି ଚଗଲାଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ I

ଚଗଲାଙ୍କ ଭାଇ ଏବେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି I

ଏନେଇ ରାଜୁ ନିଜ ପ୍ରତିକ୍ରିୟା ରଖିଲେ ନାହିଁ କହିଲେ ମୁଁ ବି ଥାନାରେ ଅଭିଯୋଗ ଦେଇଛି I

Share this story