ପୁଅ ମରିଗଲା ପରେ ବୋହୂ ସହ ଶାରୀରିକ ସମ୍ପର୍କ ରଖିଥିଲା ଶ୍ୱଶୁର; ଲୋକଲଜ୍ୟା ଭୟରେ ମନ୍ଦିରରେ କଲା ବିବାହ

1

 ଓଡ଼ିଆ ଗସିପ୍ ବ୍ୟୁରୋ: ସୋସିଆଲ ମିଡିଆ ଜମାନାରେ ଏମିତି ଅନେକ ଖବର ପ୍ରତି ସେକେଣ଼୍ଡରେ ଭାଇରାଲ ହେଉଛି ଯାହାକୁ ଜାଣିଲେ, ଶୁଣିଲେ, ପଢ଼ିଲେ କିମ୍ବା ଦେଖିଲେ ମୁଣ୍ଡର ଦହି ଚହଲି ଯାଏ । ଅନେକ ଆଶ୍ଚର୍ଯ୍ୟ, କିମୁଦ କିମାକାରା ଚରିତ୍ରମାନଙ୍କର ହରକତ ସାମ୍ନାକୁ ଆସିଥାଏ ଯାହାକୁ ଭାବିଲା ବେଳ କୁ ହିଁ ସ୍ୱତଃ ଛି ବାହାରି ଆସେ । କେଉଁଠି ଝିଅକୁ ବାପା ପାପ ନଜର ପକାଉଛି ତ କେଉଁଠି ବୋହୂକୁ ଶ୍ୱଶୁର ଖରାପ ନଜର ପକାଇ ଗନ୍ଦା କାମ କରିବାକୁ ପଛାଇ ନଥାଏ । ସତରେ ଏହି ସେକ୍ସ ଏକ ହାରାମି ଚିଜ୍ ନୁହେଁ କି , ଶାରୀରିକ ସମ୍ପର୍କ ପାଇଁ ସମ୍ବନ୍ଧର ଧଜିଆ ବି ଉଡ଼ିଯାଏ । ଅନେକ ନିଜ ନିଜର କାମନା ବାସନା ପ୍ରତି ଏତେ ଦୁର୍ବଳତା ପ୍ରକାଶ କରିଥାନ୍ତି ଯେ, ସେମାନେ ନିଜ ହିତାହିତ ଜ୍ଞାନ ବି ଭୁଲି ଯାଇଥାନ୍ତି । ଏମିତି ଏକ ଘଟଣା ସମ୍ପର୍କରେ ଆମେ ଆଜି ଆଲୋଚନା କରିବା ।

 


ସୋସିଆଲ ମିିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ ହେଉଛି । ଫେସବୁକ୍ ସମେତ ଅନ୍ୟ ସାମାଜିକ ଗଣମାଧ୍ୟମ ମଞ୍ଚରେ ଏହି ଭିଡିଓଟେ ଏତେ ବ୍ୟାପକ ମାତ୍ରାରେ ଭାଇରାଲ ହେଉଛି ଯେ, ଲୋକେ ଏହାକୁ ନେଇ ନାନା କଥା କହିବାକୁ ବି ପଛାଉ ନାହାନ୍ତି । ବାସ୍ତବରେ ଏହି ଭାଇରାଲ ଭିଡିଓ କେଉଁଠିକାର କେବେକାର କେତେବେଳେ ଏହାକୁ ରେକର୍ଡ କରାଯାଇଛି ତାହା ଜଣାପଡ଼ିନାହିଁ। ଯେହେତୁ ଭାଇରାଲ ଭିଡିଓରେ ନଜର ଆସୁଥିବା ଦୁଇ ଜଣ ହିନ୍ଦିରେ କଥାବାର୍ତ୍ତି କରୁଛନ୍ତି ତେଣୁ ଏହା ନିଶ୍ଚିତ ଭାବେ ଓଡ଼ିଶାର ନୁହେଁ ବୋଲି ଆମେ କହିପାରିବା । ଏହା ସହ ଆପଣ ଏହି ଭିଡିଓରେ ଯିଏ ଭିଡିଓ କରୁଛି ସେ ମଧ୍ୟ ହିନ୍ଦିରେ ହିଁ ପ୍ରଶ୍ନ କରୁଥିବାର ଆପଣ ଶୁଣିବାକୁ ଏବଂ ଦେଖିବାକୁ ପାଇବେ । ଆଉ ଏଥିରୁ ପ୍ରମାଣିତ ହେଉଛି ଯେ, ଏହା ନିଶ୍ଚିତ ଭାବେ କୌଣସି ଏକ ହିନ୍ଦି ଭାଷାଭାଷି ରାଜ୍ୟର ଘଟଣା । ଏବେ ଆସନ୍ତୁ ଜାଣିବା ଘଟଣା ପ୍ରକୃତରେ କଣ ।....

 

ଭିଡିଓରେ ଦେଖା ଯାଉଛି ଯେ, ଜଣେ ବ୍ୟକ୍ତି ମନ୍ଦିରରେ ଜଣେ ଯୁବତୀଙ୍କ ସହ ଆସୁଛନ୍ତି । ଉଭୟଙ୍କ ହାବ ଭାବ ଓ ବେଶ ପୋଷାକରୁ ଲାଗୁଛି ଯେ, ସେମାନେ ଏଇ ଏବେ ଏବେ ବିବାହ କରିଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭିଡିଓରେ ନଜର ଆସୁଥିବା ଏହି ବ୍ୟକ୍ତି ଜଣଙ୍କ ପ୍ରକୃତରେ ସଂପୃକ୍ତ ଯୁବତୀଙ୍କ ଶ୍ୱଶୁର । ଶ୍ୱଶୁରଙ୍କ ବୟସ ପାଖାପାଖି 45 ବର୍ଷ ହେବ ଏବଂ ଯୁବତୀ ଜଣଙ୍କ ହେଉଛନ୍ତି ତାଙ୍କର ବୋହୂ ଯାହାଙ୍କୁ ସେ ବିବାହ କରି ପତ୍ନୀ ରୂପେ ଗ୍ରହଣ କରିଛନ୍ତି । ସଂପୃକ୍ତ ଯୁବତୀଙ୍କ ବୟସ 25 ବର୍ଷ । ଶ୍ୱଶୁରଙ୍କ କହିବା କଥା ଯେହେତୁ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଛି  ସ୍ତ୍ରୀ ମଧ୍ୟ ଆରପାରିରେ ସେଥିପାଇଁ ବେସାହାର ବୋହୂକୁ ଅନ୍ୟ କେଉଁଠି ବିବାହ ନଦେଇ ସେ ନିଜେ ବିବାହ କରି ନେଇଛନ୍ତି । ବାସ୍ ଘର କଥା ଘରେ ହିଁ ରହିବା ନ୍ୟାୟରେ ଶ୍ୱଶୁର ଏମିତି କରିଥିବା ଭାଇରାଲ ଭିଡିଓରେ କହୁଥିବା ଦେଖିବାକୁ ମିଳୁଛି । ତେବେ ଆଉ ଡେରି କାହିଁକି ଆପଣ ବି ଦେଖିନିଅନ୍ତୁ ଏହି ଭାଇରାଲ ଭିଡିଓଟିକୁ ।......

Share this story