ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଇତିହାସ ରଚିଲେ ମହମ୍ମଦ ସିରାଜ, ଦେଖନ୍ତୁ ଭିଡ଼ିଓ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏସିଆ କପର ଫାଇନାଲରେ ଦେଖିବାକୁ ମିଳିଛି ସିରାଜ୍ ଙ୍କ ଜବରଦସ୍ତ ପଦର୍ଶନ । ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସିରାଜ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିଦେବା ସହିତ ନିଜ ନାମରେ ଯୋଡ଼ିଛନ୍ତି ଏକାଧିକ ରେକର୍ଡ ।
ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ
ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଏସିଆ କପ୍ 2023 ଫାଇନାଲରେ ସେ ଗୋଟିଏ ଓଭରରେ ଚାରିଟି ୱିକେଟ୍ ହାସଲ କରି ଇତିହାସର ତୃତୀୟ ବୋଲର ତଥା ODI ମ୍ୟାଚ୍ ରେ ଚାରିଟି ୱିକେଟ୍ ନେଇଥିବା ପ୍ରଥମ ଭାରତୀୟ ଭାବରେ ମହମ୍ମଦ ସିରାଜ ଇତିହାସ ସୃଷ୍ଟି କରିଛନ୍ତି।
ଏହାପୂର୍ବରୁ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ଚାମିଣ୍ଡା ଭାସ୍, ଆଫଗାନିସ୍ତାନର ଆଦିଲ ରସିଦ ଏବଂ ପାକିସ୍ତାନର ମହମ୍ମଦ ସାମି 2002 ପରେ ଏକ ଓଭରରେ ଚାରିଟି ୱିକେଟ୍ ନେଇଥିଲେ।
ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ
ସିରାଜ ଚତୁର୍ଥ ଓଭରର ପ୍ରଥମ ବଲରେ ପଥୁମ ନିସଙ୍କା, ତୃତୀୟ ବଲରେ ସଦୀରା ସମରବିକ୍ରମା, ଚତୁର୍ଥ ବଲରେ ଚରିଥ ଅସଲାଙ୍କା, ଷଷ୍ଠ ବଲରେ ଧନଞ୍ଜୟ ଡି’ସିଲଭାଙ୍କୁ ଆଉଟ୍ କରିଥିଲେ । ଏହାପରେ ୬ଷ୍ଠ ଓଭରରେ ସିରାଜ ଶ୍ରୀଲଙ୍କା ଅଧିନାୟକ ଦାସୁନ ସନାକାଙ୍କୁ କ୍ଲିନ୍ ବୋଲ୍ଡ କରିଦେଇଥିଲେ । ସିରାଜଙ୍କ ତୋଫାନରେ ଶ୍ରୀଲଙ୍କା ମାତ୍ର ୫୦ ରନରେ ଅଟକି ଯାଇଥିଲା ।
ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ତେବେ ଏହି ଶାନଦାର ପ୍ରଦର୍ଶନ ଫଳରେ ସିରାଜ ପ୍ରଥମ ୫୦ ୱିକେଟ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି । ସେ ୧୦୦୨ଟି ବଲରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହା ପୂର୍ବରୁ ପ୍ରଥମ ୮୪୭ଟି ବଲରେ ୫୦ଟି ୱିକେଟ ନେଇ ଶ୍ରୀଲଙ୍କାର ଅଜନ୍ତା ମେଣ୍ଡିସ ଟପରେ ରହିଛନ୍ତି । ସିରାଜ ୧୬ଟି ବଲରେ ୫ଟି ୱିକେଟ ହାସଲ କରି ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ପାଞ୍ଚ ୱିକେଟ ହାସଲକାରୀ ଭାରତୀୟ ବୋଲର ହୋଇପାରିଛନ୍ତି ।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଦେଖନ୍ତୁ ଭିଡ଼ିଓ:
The historical over of Mohammad Siraj.....!!!
— Mufaddal Vohra (@mufaddal_vohra) September 17, 2023
4 wickets in a single over. pic.twitter.com/aMd3cihLso
ଏହା ପୂର୍ବରୁ ଗତ ୨୦୦୩ରେ ଶ୍ରୀଲଙ୍କା ପେସର ଚାମିଣ୍ଡା ଭାସ ବାଂଲାଦେଶ ବିପକ୍ଷରେ ୧୬ଟି ବଲରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ଦକ୍ଷିଣ ଆଫ୍ରିକାର ପେସ ବେଲର ମାଖୟା ଏନଟିନି ପାକିସ୍ତାନ ବିପକ୍ଷରେ ୮ ରନ ଦେଇ ୫ ୱିକେଟ ଅକ୍ତିଆର କରିଥିବା ବେଳେ ସିରାଜ ୭ ୱିକେଟରେ ୫ ୱିକେଟ ହାସଲ କରିଛନ୍ତି । ଭୁବନେଶ୍ୱର କୁମାର ଶ୍ରୀଲଙ୍କା ବିପକ୍ଷରେ ୭ ରନରେ ୪ ୱିକେଟ, ଯଶପ୍ରୀତ ବୁମ୍ରା ଇଂଲଣ୍ଡ ବିପକ୍ଷରେ ୯ ରନରେ ୪ ୱିକେଟ, ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷରେ ୧୭ ରନରେ ୪ ୱିକେଟ, ଜଭାଗଲ ଶ୍ରୀନାଥ ଶ୍ରୀଲଙ୍କା ବିପକ୍ଷରେ ୨୦ ରନରେ ୪ ୱିକେଟ ହାସଲ କରିଥିଲେ ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ