କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
 

Weekly Horoscope 17 September to 23 September 2023
କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମେଷ: ରବି, ସୋମବାରରେ ଅକସ୍ମାତ୍‌ ବନ୍ଧୁମିଳନ ହୋଇପାରେ । ମଙ୍ଗଳ,ବୁଧ, ଗୁରୁବାରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ପରିବାରଠାରୁ ସହଯୋଗ ନ ପାଇ ଦୁଃଖିତ ହେବେ। ଶୁକ୍ର, ଶନିବାରରେ ବେରୋଜଗାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

ବୃଷ: ରବି,ସୋମବାରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ମଙ୍ଗଳ, ବୁଧ,ଗୁରୁବାରରେ ନୂଆ କାମ କରି ଉତ୍ସାହିତ ରହିବେ। ଛାତ୍ରଛାତ୍ରୀ କ୍ୟାରିୟର ପାଇଁ ଚିନ୍ତିତ ରହିବେ। ଶୁକ୍ର, ଶନିବାରରେ ପାରିବାରିକ ନିବିଡ଼ତା ମଧ୍ୟ ବୃଦ୍ଧି ପାଇବ।

ମିଥୁନ: ରବି, ସୋମବାରରେ ଆଶା କରୁଥିବା ଦିଗରୁ ସୁଫଳ ପାଇବେ। ସମସ୍ୟାର ସମାଧାନ ହେବ। ମଙ୍ଗଳ, ବୁଧ, ଗୁରୁବାରରେ ଅଧିକ ବିଶ୍ବାସ କରି ଠକାମିର ଶିକାର ହୋଇପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଦେଖାଦେବ।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

କର୍କଟ: ରବି, ସୋମବାରରେ ମାନସିକ ଅବସାଦର ଶିକାର ହୋଇପାରନ୍ତି। ମଙ୍ଗଳ, ବୁଧ, ଗୁରୁବାରରେ ସାଙ୍ଗସାଥୀଙ୍କ ସହ ଭୁଲ୍‌ ବୁଝାମଣା ପାଇଁ ଦୂରତା ବଢ଼ିବ। ଶୁକ୍ର, ଶନିବାରରେ କର୍ମକ୍ଷେତ୍ରରେ ଅସ୍ଥିରତା ଅନୁଭବ କରିବେ। ଭାଇ ଭଉଣୀଙ୍କ ସହଯୋଗ ପାଇବେ।

ସିଂହ: ରବି, ସୋମବାରରେ ପରିବାରରେ ଏକତା ବଢ଼ିବ। ମଙ୍ଗଳ,ବୁଧ,ଗୁରୁବାରରେ ବିଭିନ୍ନ କ୍ଷେତ୍ରରୁ ସଫଳତା ପାଇବେ। ବ୍ୟବସାୟ ବିସ୍ତାର କରିବା ପାଇଁ ନୂତନ ପଥ ଉନ୍ମୋଚନ ହେବ। ଶୁକ୍ର, ଶନିବାରରେ ସୁଖ ସନ୍ତୋଷର ଲାଭ କରିବେ। ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ।

କନ୍ୟା: ରବି, ସୋମବାରରେ ଘରକୁ ଅତିଥିଙ୍କ ଆଗମନ ହୋଇପାରେ। ପରିବାରରେ ଆନନ୍ଦଉଲ୍ଲାସ ଦେଖାଦେବ। ମଙ୍ଗଳ, ବୁଧ, ଗୁରୁବାରରେ ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରି ଲାଭବାନ ହେବେ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହେବେ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

ତୁଳା: ରବି, ସୋମବାରରେ କର୍ମକ୍ଷେତ୍ରରେ ବ୍ୟସ୍ତତା ମଧ୍ୟରେ ରହିବେ। ସମାଜରେ ମାନସମ୍ମାନର ଅଧିକାରୀ ହେବେ। ମଙ୍ଗଳ,ବୁଧ, ଗୁରୁବାରରେ ବ୍ୟବସାୟରେ ପ୍ରସାର ହୋଇପାରେ। ଶୁକ୍ର,ଶନିବାରରେ ଆର୍ଥିକ କ୍ଷେତ୍ରରେ ଉନ୍ନତି କରିବେ। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ।

ବିଛା: ରବି, ସୋମବାରରେ ନିଜ ସ୍ବାଧୀନତାରେ ବାଧା ସୃଷ୍ଟି ହୋଇପାରେ। ମଙ୍ଗଳ,ବୁଧ, ଗୁରୁବାରରେ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ଶୁକ୍ର, ଶନିବାରରେ ବ୍ୟବସାୟିକ ଲାଭାନ୍ବିତ ହେବେ। କଠିନ ପରିଶ୍ରମ କରି ସଫଳତା ପାଇବେ।

ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

ଧନୁ: ରବି, ସୋମବାରରେ ମାନସିକ ଅବସାଦରେ ରହିପାରନ୍ତି। କାର୍ଯ୍ୟରେ ବାଧାବିଘ୍ନ ସୃଷ୍ଟି ହୋଇପାେର। ମଙ୍ଗଳ, ବୁଧ, ଗୁରୁବାରରେ ଧାର୍ମିକ କାର୍ଯ୍ୟରେ ମନବଳାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଶୁକ୍ର, ଶନିବାରରେ ଗୁରୁଜନଙ୍କ ପରାମର୍ଶ ପାଇ ଆଗକୁ ବଢ଼ିବେ।

ମକର: ରବି, ସୋମବାରରେ କ୍ୟାରିୟରରେ ଉନ୍ନତି ପରିଲକ୍ଷିତ ହେବେ। ପରିବାର ସହଯୋଗରେ ଅର୍ଥଚିନ୍ତା ଦୂର ହେବ। ମଙ୍ଗଳ,ବୁଧ, ଗୁରୁବାରରେ ଗୁପ୍ତ କଥାକୁ ଅନ୍ୟକୁ କହନ୍ତୁ ନାହିଁ। ଶୁକ୍ର, ଶନିବାରରେ ଉଚ୍ଚଆଶା ପୂରଣ ହୋଇପାରେ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

କୁମ୍ଭ: ରବି, ସୋମବାରରେ ମନୋବଳ ଦୃଢ଼ କରି ଆଗକୁ ବଢ଼ିବେ। ସମସ୍ୟାର ସମାଧାନ ବାଟ ପାଇବେ। ମଙ୍ଗଳ,ବୁଧ, ଗୁରୁବାରରେ ପଡ଼ୋଶୀଙ୍କ ସହ ସମ୍ପର୍କରେ ଭିନ୍ନ ମୋଡ଼ ଦେଖାଦେବ। ଶୁକ୍ର, ଶନିବାରରେ ତରବରିଆ ଭାବରେ କୌଣସି ନିଷ୍ପତ୍ତି ନଅନ୍ତୁ ନାହିଁ।

ମୀନ: ରବି,ସୋମବାରରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରା ହୋଇପାରେ । ମଙ୍ଗଳ,ବୁଧ,ଗୁରୁବାରରେ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ଶୁକ୍ର, ଶନିବାରରେ ସନ୍ତାନମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା ଜାରି ରଖିବେ। ବ୍ୟବସାୟରେ ହାନି ହୋଇପାରେ।

Share this story