ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

Chanakya Neeti for best successful marriage and Women
ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ

ଓଡ଼ିଆ ଗସିପ୍ ବ୍ୟୁରୋ: ବହୁ ବର୍ଷ ପୂର୍ବରୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା କୁହାଯାଇଥିବା ନୀତି କେବଳ ଶାସନ ପାଇଁ ନୁହେଁ ବରଂ ମାନବ ଜୀବନରେ ମଧ୍ୟ ସହାୟକ ହେଉଛି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ମାନବ ଜୀବନ ସହ ଜଡିତ ସମସ୍ତ ବିଷୟ ଖୋଲାଖୋଲି ଭାବରେ ରଖାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସାଥୀ ବାଛିବା ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶାସ୍ତ୍ର ଅନୁସାରେ ଏହି ସମ୍ପର୍କଗୁଡିକ ପୂର୍ବରୁ ଗଠିତ ହୋଇଥାଏ। ଅନେକ ମହିଳା ଅଛନ୍ତି ଯେଉଁମାନେ ନିଜ ସ୍ୱାମୀଙ୍କ ଭାଗ୍ୟକୁ ମଧ୍ୟ ଉଜ୍ଜ୍ୱଳ କରିଦିଅନ୍ତି। ଯାହାଫଳରେ ସ୍ୱାମୀଙ୍କ ଭାଗ୍ୟରେ ଏଭଳି ଏକ ପରିବର୍ତ୍ତନ ଦେଖାଯାଏ ଯାହା ବିବାହ ପୂର୍ବରୁ ଘଟି ନଥାଏ।

ସେଥିପାଇଁ କୁହାଯାଏ ଯେ ପତ୍ନୀମାନେ ନିଜ ସ୍ୱାମୀଙ୍କ ପାଇଁ ଭାଗ୍ୟବାନ ହେବାର ପ୍ରମାଣ ଦେଇଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି ଯେ, ପତ୍ନୀଙ୍କର କିଛି ବିଶେଷ ଗୁଣ ରହିଛି ଯାହା ସ୍ୱାମୀଙ୍କୁ ଭାଗ୍ୟବାନ କରିବାରେ ସାହାଯ୍ୟ କରିଥାଏ। ଏହାସହ ଶାଶୂ ଘରକୁ ମଧ୍ୟ ସ୍ବର୍ଗ କରିଦିଅନ୍ତି ଏହି ମହିଳାମାନେ। ତେବେ ଆସନ୍ତୁ ଜାଣିବା ସେହି ବିଶେଷ ଗୁଣଗୁଡ଼ିକ କଣ...

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ୱରୟେତ୍‌ କୁଲଜାଂ ପ୍ରାଜ୍ଞୋ ୱିରୁପାମପି କନ୍ୟକାମ୍‌।
ଋପଶୀଲାଂ ନ ନୀଚସ୍ୟ ବିବାପଃ ସଦୃଶେ କୁଲେ ।

୧. ଉପରୋକ୍ତ ପଦ ଅନୁଯାୟୀ, ଚାଣକ୍ୟଙ୍କ ନୀତି ଅନୁଯାୟୀ ଏହି ପଦରେ କୁହାଯାଇଛି ଯେ, ବିବାହ ପୂର୍ବରୁ ସାଥୀ ବାଛିବାବେଳେ ଜଣେ ବ୍ୟକ୍ତି ନିଜ ଶରୀର ପରିବର୍ତ୍ତେ ଗୁଣଗୁଡ଼ିକୁ ଦେଖିବା ଉଚିତ୍।

୨. ପୁରୁଷମାନେ ସୁନ୍ଦର ନାରୀମାନଙ୍କ ପଛରେ ନ ଦୌଡି ଗୁଣବାନ ପତ୍ନୀ ଯେପରିକି ବିପର୍ଯ୍ୟୟ ସମୟରେ ସେ ପରିବାରର ଯତ୍ନ ନେଇପାରିବ ସେଭଳି ପତ୍ନୀ ବାଛିବା ଉଚିତ୍‌।

୩. ଜଣେ ମହିଳାର ବାହ୍ୟ ସୌନ୍ଦର୍ଯ୍ୟ ଅପେକ୍ଷା ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ଦେଖିବା ସହ ତାଙ୍କର ଧୈର୍ଯ୍ୟ ଶକ୍ତି ଦେଖିବା ଉଚିତ୍।

୪. ଚାଣକ୍ୟଙ୍କ ନୀତି ଅନୁସାରେ ଧାର୍ମିକ କାର୍ଯରେ ବିଶ୍ୱାସ ରଖୁଥିବା ଲୋକ ମର୍ଯ୍ୟାଦିତ ହୋଇଥାନ୍ତି। ତେବେ ବିବାହ ଆଗରୁ ସାଥିର ଧାର୍ମିକ କାର୍ଯ୍ୟରେ କେତେ ଭରସା ଅଛି ଜାଣି ନେବା ଉଚିତ୍‌।

୫. କ୍ରୋଧ ହେଉଛି ଆଚାର୍ଯ୍ୟ ଚାଣକ୍ୟଙ୍କର ସବୁଠାରୁ ବଡ଼ ଶତ୍ରୁ। ଚାଣକ୍ୟଙ୍କ କହିବା ଅନୁସାରେ ଜଣେ ମହିଳା ଯିଏ ଅତ୍ୟଧିକ କ୍ରୋଧିତ ହୁଏ ସେ ପରିବାରକୁ କେବେ ଖୁସି କରିପାରେ ନାହିଁ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

୬. ଆଚାର୍ଯ୍ୟଙ୍କ ନୀତି ଅନୁଯାୟୀ ଏପରି ମହିଳାଙ୍କୁ କେବେବି ବିବାହ କରିବା ଉଚିତ୍ ନୁହେଁ, ଯିଏ ନିଜ ଇଚ୍ଛାରେ ବିବାହ କରେ ନାହିଁ। ଯାହା ଫଳରେ ଏପରି ମହିଳା କେବେ ଆପଣଙ୍କୁ ଖୁସି ରଖିପାରିବେ ନାହିଁ କିମ୍ବା ସମ୍ମାନ ମଧ୍ୟ ଦେଇ ପାରିବେ ନାହିଁ।

ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ପରିବାର ବିକାଶରେ ପତ୍ନୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। କାରଣ ଯଦି ଜଣେ ଶିକ୍ଷିତ ଏବଂ ସଂସ୍କାରୀ ମହିଳା ଜଣେ ବୋହୂ ଭାବରେ ଘରକୁ ଆସନ୍ତି, ତେବେ ସେ ପରିବାରରେ ସମନ୍ୱୟ ବୃଦ୍ଧି କରି ଘରକୁ ସୁନ୍ଦର ଭାବେ ଗଢ଼ି ତୋଳନ୍ତି। ଯେଉଁଥିପାଇଁ ପରିବାର ସଦସ୍ୟଙ୍କ ଅଗ୍ରଗତି ହୋଇଥାନ୍ତି।

ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?
 

Share this story