ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 
 

ED Seizes Rs 417 crore in illegal assets
୪୧୭ କୋଟି ଟଙ୍କା ଜବତ କଲା ଇଡି

ଓଡ଼ିଆ ଗସିପ୍ ବ୍ୟୁରୋ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଏବଂ ମୁମ୍ବାଇ ସମେତ ମୋଟ ୩୯ ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ କରିଛି । ମହାଦେବ ଏପିପି ସହିତ ଜଡିତ ମନି ଲଣ୍ଡରିଂ ନେଟୱାର୍କ ବିରୋଧରେ ଇଡି ଏହି ଚଢ଼ାଉ କରିଛି । କୁହାଯାଉଛି ଯେ, ଇଡି ବହୁ ପରିମାଣର ପ୍ରମାଣ ସଂଗ୍ରହ କରିଛି । ବଡ କଥା ହେଉଛି ଏହି ଚଢ଼ାଉ ସମୟରେ ଇଡି ୪୧୭ କୋଟି ଟଙ୍କା ଜବତ କରିଛି ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଇଡି ଦ୍ୱାରା କରାଯାଇଥିବା ଯାଞ୍ଚରୁ ଜଣାପଡିଛି ଯେ, ମହାଦେବ ଅନଲାଇନ୍ ବୁକିଂ ଆପ୍ ବିଦେଶରୁ ପରିଚାଳିତ ହୋଇଥିଲା । ସରକାରୀ ସୂଚନା ଅନୁଯାୟୀ, ଏହି ଆପ୍ ସୌରଭ ଚନ୍ଦ୍ରକର ଏବଂ ରବି ଅପ୍ପଲ ପ୍ରମୋଟ କରୁଥିଲେ । ସଂଯୁକ୍ତ ଆରବ ଏମିରେଟ୍ସରୁ ଏହା ପରିଚାଳିତ ହୋଇଥିଲା । ବିଦେଶୀ ଆକାଉଣ୍ଟକୁ କଳ୍ପନା ଜରିଆରେ ଅର୍ଜିତ ଟଙ୍କା ପଠାଇବା ପାଇଁ ହାୱାଲା ଅପରେସନ୍ କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

କେବଳ ଏତିକି ନୁହେଁ, ୱେବସାଇଟକୁ ପ୍ରୋତ୍ସାହିତ କରିବା ପାଇଁ ବିପୁଳ ପରିମାଣର ବିଜ୍ଞାପନ ମଧ୍ୟ କରାଯାଇଥିଲା, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । ଭୋପାଳ, କୋଲକାତା, ମୁମ୍ବାଇ ଏବଂ ଅନ୍ୟାନ୍ୟ ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି । କୁହାଯାଉଛି ଯେ ଏହି ଚଢ଼ାଉରେ ଇଡି ଅନେକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଛି ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ମହାଦେବ ଆପ୍ କେସ୍ କ’ଣ?

ମହାଦେବ ଆପ୍ ପ୍ରକୃତରେ ବେଆଇନ ବ୍ୟାଟିଂ ପାଇଁ ଏକ ଅନଲାଇନ୍ ପ୍ଲାଟଫର୍ମ ଯେଉଁଥିରେ କାର୍ଡ ଖେଳ, କ୍ରିକେଟ୍, ବ୍ୟାଡମିଣ୍ଟନ୍ ଖେଳାଯାଏ । ଏହି ଖେଳଗୁଡିକରେ ବେଟିଂ ବେଆଇନ ଭାବରେ କରାଯାଇଥାଏ । ଛତିଶଗଡ, ଆନ୍ଧ୍ରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ଏହି ଆପ୍ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଥିଲା । କୁହାଯାଏ ଯେ, ଏହି ଆପର ନେଟୱାର୍କ କେବଳ ଭାରତରେ ନୁହେଁ ପଡୋଶୀ ଦେଶ ନେପାଳ ଏବଂ ବାଂଲାଦେଶରେ ମଧ୍ୟ ବ୍ୟାପିଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

କ’ଣ ଏହି ରୋଗର କାରଣ ?

କର୍କଟ ରୋଗକୁ ନେଇ ଏବେ ବି ମଧ୍ୟ ଅନେକ କଥା ସାମ୍ନାକୁ ଆସିନାହିଁ । ଏହି ରୋଗର କୌଣସି ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି । ପୂର୍ବରୁ ପରିବାରର କୌଣସି ସଦସ୍ୟଙ୍କୁ ଏହି ରୋଗ ହୋଇଥିଲେ ଏହା ପରବର୍ତ୍ତୀ ପିଢ଼ିଙ୍କୁ ହେବାର ସମ୍ଭାବନା ରହିଥାଏ ବୋଲି କୁହାଯାଇଛି । ଏହା ବ୍ୟତୀତ ଖାଦ୍ୟ ଓ ରାସାୟନିକ ପଦାର୍ଥ ଦ୍ୱାରା ମଧ୍ୟ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

ଇଡିର ଟାର୍ଗେଟରେ ବଲିଉଡ :-

ବର୍ତ୍ତମାନ ବଲିଉଡର ଅନେକ ଭେଟେରାନ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଇଡି ଟାଗେର୍ଟରେ ଅଛନ୍ତି । ଏଥିରେ ଅଭିନେତା ଟାଇଗର ଶ୍ରଫ, ନେହା କକ୍କର, ସନ୍ନି ଲିଓନି, କୃଷ୍ଣ ଅଭିଷେକ, ରାହତ ଫତେହ ଅଲି ଖାନ, ବିଶାଲ ଦଦଲାନି ଏବଂ ଅନ୍ୟମାନେ ଅଛନ୍ତି । ଭାରତୀ ସିଂ, ନୁସରତ ଭରୁଚା, ଅତିଫ ଅସଲମଙ୍କ ନାମ ମଧ୍ୟ ତଦନ୍ତ ପରିସରକୁ ଆସୁଛି । କୁହାଯାଉଛି ଯେ ବଲିଉଡର ୧୪ ରୁ ଅଧିକ ନାମ ଇଡି ରାଡାରରେ ରହିଛି ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

Share this story