ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

What happens 40 seconds before we die by garuda purana know details
ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଘଟଣା!
 

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ମର୍ତ୍ତ୍ଯ ମଣ୍ଡଳେ ଜନ୍ମ ହୋଇ. ଦେବତା ହୋଇଲେ ମର‌ଇ, ' ଶେଷରେ ଜନ୍ମ ମରଣର ଚକ୍ର ଅବିରତ ଓ ଅବାରିତ. ଗତିରେ ଏ ଧରା ପୃଷ୍ଠରେ ଘୂରି ଚାଲିଛି । ମଣିଷ ଜୀବନର ସବୁଠାରୁ ବଡ଼ ସତ ମୃତ୍ୟୁ ହୋଇଥାଏ। ଯିଏ ବି ଦୁନିଆକୁ ଆସିଛି ସେ ଦିନେ ନା ଦିନେ ମୃତ୍ୟୁ ସହିତ ଦୁନିଆ ଛାଡ଼ିଥାଏ। କିନ୍ତୁ ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ ବ୍ୟକ୍ତି ସହ ଏମିତି କିଛି ଭୟାନକ ଓ କଷ୍ଟଦାୟକ ଘଟଣା ଘଟିଥାଏ ଯାହା ବିଷୟରେ କଳ୍ପନା କରିବା ସମ୍ଭବ ନୁହେଁ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ଆଜି ଆମେ ଜାଣିବା ମଣିଷଙ୍କ ସହ ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ କଣ ଘଟିଥାଏ...

ପ୍ରତେକ ବ୍ୟକ୍ତି ଦୁନିଆରେ ଜନ୍ମ ହେବା ପରେ ଭାବି ଥାଏ କି ତାକୁ ମୃତ୍ୟୁ ପରେ ମୋକ୍ଷ ମିଳିବ। ସେଥିପାଇଁ ମୃତ୍ୟୁ ପରେ ସମସ୍ତେ ଧାର୍ମିକ ସ୍ଥାନକୁ ଯିବାକୁ ଇଚ୍ଛା କରିଥାନ୍ତି। ପ୍ରତେକ ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ ଧାର୍ମିକ ସ୍ଥାନକୁ ଯାତ୍ରା କରିଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯେଉଁ ବ୍ୟକ୍ତିର ମୃତ୍ୟୁ ଧାର୍ମିକ ସ୍ଥାନରେ ହୋଇଥାଏ କିମ୍ବା ଯାହାର ମୃତ୍ୟୁ ପରେ ଧାର୍ମିକ ସ୍ଥାନରେ ତାର ଅସ୍ଥି ବିସର୍ଜନ କରିବାର ଇଚ୍ଛା ଥାଏ ସେହି ବ୍ୟକ୍ତି ଯେତେ ବଡ଼ ପାପ କରିଥିଲେ ମଧ୍ୟ ମୋକ୍ଷ ଲାଭ କରିଥାଏ। ଏଭଳି ବ୍ୟକ୍ତିକୁ ଯମଲୋକରେ ମିଳୁଥିବା ଦଣ୍ଡ ଭୋଗିବାକୁ ପଡ଼େ ନାହିଁ। ଯାହାର ବର୍ଣ୍ଣନା ଗରୁଡ ପୁରାଣରେ କରାଯାଇଛି।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ମାରିବାର ୪୦ ସେକେଣ୍ଡ ପୂର୍ବରୁ ବ୍ୟକ୍ତିର ଆତ୍ମାକୁ ଧାର୍ମିକ ସ୍ଥାନରେ ବିରାଜମାନ କରିଥିବା କାଳ ଭୈରବଙ୍କ ଦ୍ଵାରା ଶୁଦ୍ଧ କରା ଯାଇଥାଏ। ଆଉ ସେହି ବ୍ୟକ୍ତିଙ୍କୁ ଭୈରବୀ ଯନ୍ତ୍ରଣା ଦିଆ ଯାଇଥାଏ। ଭୈରବୀ ଯନ୍ତ୍ରଣା ଯମଲୋକରେ ମିଳିଥିବା ଯନ୍ତ୍ରଣା ଠାରୁ ଅଧିକ ଭୟଙ୍କର ଓ କଷ୍ଟଦାୟକ। ଏହି ୪୦ ସେକେଣ୍ଡ ମଧ୍ୟରେ ବ୍ୟକ୍ତିକୁ ତାର ପର ଜନ୍ମର ଭଲ ଓ ଖରାପ କର୍ମ ଦେଖା ଯାଇଥାଏ।

ଯେଉଁଥିରେ ବ୍ୟକ୍ତି କରିଥିବା ଖରାପ କାମର ଅନୁଭବ କରିଥାଏ। ବ୍ୟକ୍ତି ଅନ୍ୟ ସହ ମୃତ୍ୟୁ ପୂର୍ବରୁ ଭଲ କି ଖରାପ କାମ କରିଥାଏ ତାର ୧୦୦୦ ଗୁଣା ଅଧିକା ମରିବାର ୪୦ ସେକେଣ୍ଡ ପୂର୍ବରୁ ଭୋଗିବାକୁ ପଡ଼ିଥାଏ। ଯେଉଁ କାରଣରୁ ବ୍ୟକ୍ତିକୁ ଭଲ କର୍ମ ପାଇଁ ଆନନ୍ଦ ଓ ଖରାପ କର୍ମ ପାଇଁ କଷ୍ଟ ଅନୁଭବ ହୋଇଥାଏ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଏହି ଯନ୍ତ୍ରଣା ଏତେ ଅଧିକ ହୋଇଥାଏ କି ଯେମିତି କାହାକୁ ଗରମ ତେଲରେ ବୁଡା ଯାଇଥାଏ। ଏମିତି ଏଥିପାଇଁ କରାଯାଏ କି ୪୦ ସେକେଣ୍ଡ ମଧ୍ୟରେ ବ୍ୟକ୍ତିର ଭଲ ଓ ଖରାପ କର୍ମର ଫଳ ନଷ୍ଟ ହୋଇଯିବ।

କିଛି ସମୟ ପରେ ଯେବେ ବ୍ୟକ୍ତିର ଆତ୍ମା ଶୁଦ୍ଧ ହୋଇଯାଏ ସେତେବେଳେ ପରମତ୍ମାଙ୍କ ସହ ଆତ୍ମାକୁ ବିଲୀନ କରାଯାଇଥାଏ । ଆଉ ସେହି ବ୍ୟକ୍ତିକୁ ଜୀବନ ମରଣର ବନ୍ଧନରୁ ମୁକ୍ତି ମିଳିଯାଏ।

Share this story