ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

Do these friday rituals at night for maa laxmi blessing and Will get  ultimate wealth
ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଆମ ହିନ୍ଦୁ ଧର୍ମରେ ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବେ ବିବେଚନା କରାଯାଇଥାଏ । ଯେଉଁ ବ୍ୟକ୍ତି ମାଆ ଲକ୍ଷ୍ମୀକୁ ପୂଜା ଓ ଶ୍ରଦ୍ଧା ମାଧ୍ୟମରେ ସନ୍ତୁଷ୍ଟ କରିଥାଏ ତା’ ଜୀବନରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସହ ଧନ ଲାଭ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । 

ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ପରିବାର ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ କୃପା ସଦା ସର୍ବଦା ରହିଥାଉ । ତେଣୁ ଶୁକ୍ରବାର ଦିନକୁ ମାଆ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରିବା ସହ କିଛି ବିଶେଷ ଉପାୟ କଲେ ଧନର ଦେବୀଙ୍କ ଆଶିଷ ଲାଭ ହୋଇଥାଏ ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଯଦି ଆପଣ ଆର୍ଥିକ୍ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାଲେ ଶୁକ୍ରବାର ରାତିରେ ଏହି ଗୁପ୍ତ ଉପାୟ ଆପଣାନ୍ତୁ । ଏହା କରିବା ଦ୍ବାରା ଧନର ଦେବୀ ପ୍ରସନ୍ନ ହେବା ସହ ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।  ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

-ଶାସ୍ତ୍ରରେ, ସପ୍ତାହର ସାତ ଦିନକୁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ଉତ୍ସର୍ଗ କରାଯାଇଥିବା ବେଳେ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ ସର୍ମପିତ। ଶୁକ୍ରବାର ରାତିରେ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ରାତିରେ ଦୀପ, ଧୂପ ସହ ଗୋଲାପ ଫୁଲ ଅର୍ପଣ କରିବା ଦ୍ବାରା ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

-ଏକ ଗୋଲାପି ରଙ୍ଗର କପଡ଼ାରେ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖି ପୂଜା କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । 

-ମାଆ ଲକ୍ଷ୍ମୀଙ୍କୁ ପୁଷ୍ପ ଅର୍ପଣ କରି ଲକ୍ଷ୍ମୀ ମନ୍ତ୍ର ଜାପ କରନ୍ତୁ । ଏପରି କରିବା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନର ଦେବୀଙ୍କ କୃପା ଲାଭ ହୋଇଥାଏ । ଜୀବନରେ ଥିବା ଆର୍ଥିକ୍ ସମସ୍ୟା ମଧ୍ଯ ଦୂର ହୋଇଯାଏ ।

ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?

-କୁହାଯାଏ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ । ଶୁକ୍ରବାର ରାତିରେ ଦକ୍ଷିଣ ମୁହାଁ ହୋଇଥିବା ଶଙ୍ଖରେ ପାଣି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

-ଧନ ଲାଭ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କୁ ଚନ୍ଦନ ଲଗାଇ ଜଳରେ ଅଭିଷେକ କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ଓଡ଼ିଆ ଗସିପ୍ ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Share this story