କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

Signs and Symptoms Of Nipah Virus
କେରଳରେ ନିପା ଭାଇରସ୍ ଆତଙ୍କ,ଜାଣନ୍ତୁ ଲକ୍ଷଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: କେରଳ କୋଝିକୋଡରେ ନିପା ଭୟ। ଜଣେ ୩୯ ବର୍ଷୀୟ ବ୍ୟକ୍ତି ନିପା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନମୁନା ପଜିଟିଭ୍ ଆସିଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏପର୍ଯ୍ୟନ୍ତ ୨ଜଣଙ୍କ ଜୀବନ ନେଲାଣି ନିପା ଭାଇରସ। କେରଳରେ ନିପା ଭାଇରସର ବାଂଲାଦେଶ ଭାରିଆଣ୍ଟ ସଂକ୍ରମଣ କରୁଛି। ରାଜ୍ୟରେ ସର୍ଭେଲାନ୍ସ ବଢାଯାଇଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଓ ରାଜୀବ ଗାନ୍ଧୀ ସେଣ୍ଟର ଫର୍ ବାୟୋଟେକ୍ନୋଲୋଜି ପକ୍ଷରୁ କୋଝିକୋଡକୁ ମୋବାଇଲ୍ ଟେଷ୍ଟି ଭ୍ୟାନ୍ ପଠାଯାଇଛି। ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉଛି।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

କେରଳରେ ସ୍ଥିତି ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ୍। ତାଳ ସଲପ ନପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସଂକ୍ରମିତ ଥିବା ଗ୍ରାମପଞ୍ଚାୟତ ଗୁଡ଼ିକୁ କ୍ବାରେଣ୍ଟାଇନ୍ ଜୋନ୍ ଘୋଷଣା କରାଯାଇଛି। ସେପଟେ କେରଳରେ ନିପା ସଂକ୍ରମଣ ନେଇ କର୍ଣ୍ଣାଟକ, ରାଜସ୍ଥାନରେ ଆଲର୍ଟ ଜାରି କରାଯାଇଛି। 

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ସୂଚନାଅନୁସାରେ, କର୍ଣ୍ଣାଟକ ର ସୀମାବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ସଂକ୍ରମଣକୁ ଚେକ୍ ଦେବାକୁ ସର୍ଭେଲାନ୍ସ ବଢାଯାଇଛି। ଚମରାଜନଗର, ମହୀଶୁର, କୋଡାଗୁ, ଦକ୍ଷିଣ କନ୍ନଡ ଉପରେ ନଜର ରହିଛି।

ଡାକ୍ତରଙ୍କ କହିବା ଅନୁସାରେ, ନିପା ଭାଇରସ କରୋନା ଅପେକ୍ଷା ଆହୁରି ଭୟଙ୍କର । କରୋନା ତୁଳନାରେ ଏହାର ମୃତ୍ୟୁସଂଖ୍ୟା ମଧ୍ୟ ଖୁବ ଅଧିକ । କରୋନା ରୋଗୀଙ୍କ ଫୁସଫୁସକୁ ଆକ୍ରାନ୍ତ କରୁଥିବା ବେଳେ ନିପା ଭାଇରସ ବ୍ରେନକୁ ଆଟାକ କରୁଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ନିପା ଭାଇରସରେ ରୋଗୀଙ୍କ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି ସହିତ ମୁଣ୍ଡ ବୁଲାଇବା ଏବଂ ଗଳାରେ ସମସ୍ୟା ଦେଖାଦେଇଥାଏ । ତେବେ ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ନିୟମିତ ହାତ ଧୋଇବା(ବିଶେଷ କରି ଖାଦ୍ୟ ଗ୍ରହଣ ପୂର୍ବରୁ) ସହ ଖରାପ ଫଳରୁ ଦୂରେଇ ରୁହନ୍ତୁ । ଏହାବ୍ୟତୀତ ଜ୍ୱରରେ ପୀଡ଼ିତ ବ୍ୟକ୍ତିଙ୍କ ପାଖରୁ ଦୂରେ ରହିବା ସହିତ ପାଣି ଫୁଟାଇ ପିଇବା ପାଇଁ ଉପଦେଶ ଦେଇଛନ୍ତି ଡାକ୍ତର ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

Share this story