ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ
 

4 Things A Husband Should Not Tell A Wife according to Acharya Chanakya
ଚାଣକ୍ୟ ନୀତି : ଅଜଣାନ୍ତାରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଖୁସି ବିବାହର ରହସ୍ୟ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଏତେ ସମ୍ବେଦନଶୀଳ ଯେ ସାମାନ୍ୟ ମିଥ୍ୟା ଦ୍ୱାରା ମଧ୍ୟ ସମସ୍ୟା ଦେଖା ଦେବା ସହ ଭଲ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇ ଥାଏ, କିନ୍ତୁ ଚାଣକ୍ୟ ନୀତି ଅନୁଯାୟୀ, ଦାମ୍ପତ୍ୟ ଜୀବନରେ ଖୁସି ରହିବାକୁ ହେଲେ ଏଭଳି କିଛି କଥା ଲୁଚାଇ ରଖିବା ଆବଶ୍ୟକ। 

କିନ୍ତୁ ପ୍ରକୁତରେ ପରସ୍ପର ମଧ୍ୟରେ କୌଣସି କଥା ଲୁଚାଇ ରଖିବା ଅନୁଚିତ । କିନ୍ତୁ ଦାମ୍ପତ୍ୟ ସଂପର୍କକୁ ସୁଖମୟ କରିବା ଲାଗି କିଛି ଜିନିଷର ଦାୟିତ୍ୱ ଏମାନଙ୍କୁ ଏକାକୀ ନେବାକୁ ହୋଇଥାଏ । ଏହା ବ୍ୟତିତ କିଛି ଏପରି କଥା ରହିଛି ଯାହାକୁ ନିଜ ମଧ୍ୟରେ ଗୁପ୍ତ ରଖିବା ବି ଜରୁରୀ । ଏଚାଣକ୍ୟ ନୀତି ଅନୁଯାୟୀ, ଦ୍ୱାରା ଉଲ୍ଲେଖ କରାଯାଇଥିବା କିଛି ଏପରି କଥା ବିଷୟରେ କହିବାକୁ ଯାଉଛୁ ଯାହା କୌଣସି ବି ପତି ନିଜ ପତ୍ନୀଙ୍କ ସହ ସେୟାର କରିବା ଅନୁଚିତ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ନିଜର ଅପମାନ କଥା: କୌଣସି ବି ପତ୍ନୀ ନିଜ ପତିଙ୍କ ଅପମାନକୁ ବରଦାସ୍ତ କରିପାରନ୍ତି ନାହିିଁ । ଏହା ଜାଣିବା ମାତ୍ରକେ ତାଙ୍କ ମନ ମଧ୍ୟରେ ପ୍ରତିଶୋଧ ଭାବନା ଓ କ୍ରୋଧ ଜାଗ୍ରତ ହୋଇଥାଏ । ଏପରି କ୍ଷେତ୍ରରେ ସେ ସଂପର୍କର ମୂଲ୍ୟକୁ ବି ଭୁଲିଯାଏ । ଏଣୁ ଶାନ୍ତି ବଜାୟ ରଖିବା ଲାଗି କେବେ ବି କୌଣସି ପୁରୁଷ ନିଜ ଅପମାନ କଥା ପତ୍ନୀଙ୍କୁ କହିବା ଅନୁଚିତ ।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

ନିଜର ପ୍ରକୃତ ରୋଜଗାର: ଜଣେ ବୁଦ୍ଧିମାନ ବ୍ୟକ୍ତି ନିଜ ପତ୍ନୀଙ୍କୁ କେବେ ବି ନିଜର ଅସଲ ରୋଜଗାର ବିଷୟରେ କହି ନ ଥାଏ । ଚାଣକ୍ୟ ନୀତି ଅନୁସାରେ ଯଦି ପତିଙ୍କ ଦରମା କମ୍ ହୋଇଥାଏ ତେବେ ତାଙ୍କ ପ୍ରତି ପତ୍ନୀଙ୍କର ସମ୍ମାନ କମିଯାଏ । ସେହିପରି ଯଦି ପତି ଅଧିକ ରୋଜଗାର କରୁଥାନ୍ତି ତେବେ ପତ୍ନୀ ଅଧିକ ଖର୍ଚ୍ଚି ହୋଇଯାଇ ପାରନ୍ତି ।

ଅଧିକ ପଢ଼ନ୍ତୁ: ୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍‌

ଦାନ କରିଥିଲେ କୁହନ୍ତୁ ନାହିଁ: ଶାସ୍ତ୍ରରେ କୁହାଯାଇଛି ଅସଲ ଦାନ ତାହା ହୋଇଥାଏ ଯାହା ବିଷୟରେ ନିଜ ବ୍ୟତିତ ଆଉ କାହା ପାଖରେ ସୂଚନା ନ ଥାଏ । ତେଣୁ ପତି ଦାନ କରିଥିଲେ ସେ ବିଷୟରେ ପତ୍ନୀଙ୍କୁ କହିବା ଅନୁଚିତ । କାରଣ ଯଦି ପତ୍ନୀ ଲୋଭୀ କି କଞ୍ଜୁସ ହୋଇଥିବେ ତେବେ ଏହାକୁ ନେଇ ସେ ପତିଙ୍କ ସହ ଝଗଡା କରିପାରନ୍ତି ।

ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

ନିଜର ଦୂର୍ବଳତା କୁହନ୍ତୁ ନାହିଁ: ଜଣେ ସ୍ୱାମୀ ନିଜର ଦୂର୍ବଳତା ବିଷୟରେ ପତ୍ନୀଙ୍କୁ କେବେ ବି କିଛି କହିବା ଅନୁଚିତ । କାରଣ ବହୁ ସମୟରେ ମହିଳାମାନେ ନିଜ ଅଜାଣତରେ ଏ ବିଷୟରେ ଅନ୍ୟ ମହିଳାଙ୍କୁ କହି ଦେଇଥାନ୍ତି । ଏହା ବ୍ୟତିତ ଦୁଷ୍ଟା ପତ୍ନୀ ଏହାର ଫାଇଦା ଉଠାଇ ପତିଙ୍କୁ ହଇରାଣ କରିଥାନ୍ତି ।

 

Share this story

News Hub