୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ, ଆସିଲା ନୂଆ ଧାନ ସଂଗ୍ରହ ନୀତି ସହ ଉଚ୍ଛେଦ ହେବ ୩୫ଟି ଟୋଲ୍ ଗେଟ୍‌
 

Odisha cabinet approves 19 important proposals
୧୯ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ରାଜ୍ୟ ରାଜଧାନୀରୁ ପଞ୍ଚାୟତକୁ ସହଜରେ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା  ‘ଲକ୍ଷ୍ମୀ’କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହାବ୍ୟତୀତ ସିଲିକନ୍ ଓ ନିଷ୍ଟକୁ ଏକକ ୟୁନିଭର୍ସିଟି କରିବାକୁ ମଧ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏଥି ସହିତ କ୍ୟାବିନେଟ ବୈଠକରେ ଖରିଫ ଋତୁ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରଯାଇଛି। ୨୦୨୩-୨୪ରେ ୭୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ୭୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ୫୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଧାନ ମଣ୍ଡିକୁ ଆସିଲେ ବି ସରକାର କ୍ରୟ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏହା ସହ ରାଜ୍ୟ ପୂର୍ତ୍ତ ଓ ଆର୍‌ଡି ବିଭାଗ ଅଧୀନରେ ଥିବା ସବୁ ଟୋଲ୍‌ ଗେଟ୍‌ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେତୁ ଓ ନିର୍ମାଣ ନିଗମ ଦ୍ବାରା ପରିଚାଳିତ ସମସ୍ତ ୩୫ ଟୋଲ୍‌ ଗେଟ୍‌ ଉଠିଯିବ । ସମସ୍ତ ୩୫ ଟୋଲ୍‌ ଗେଟ୍‌ ଉଚ୍ଛେଦକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛି।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ସରକାରଙ୍କ ନୂଆ ‘ଲକ୍ଷ୍ମୀ’ଯୋଜନାରେ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେବ। ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ। ‘ଲକ୍ଷ୍ମୀ’ ଯୋଜନାରେ ବ୍ଲକରେ ଅନ୍ୟୂନ ଗୋଟିଏ ‘ଆମ ବସ୍‌‌ ଷ୍ଟାଣ୍ଡ’ ନିର୍ମାଣ କରାଯିବ।

ପରିଣତିସ୍ୱରୂପ ମହିଳା ସଶକ୍ତିକରଣଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା, କୃଷି, ଶିଳ୍ପ, ପର୍ଯ୍ୟଟନ ଆଦି କ୍ଷେତ୍ର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲାଭବାନ୍‌‌ ହେବ। ଏହି ‘ଲକ୍ଷ୍ମୀ’ଯୋଜନାରେ ୨୦୨୩-୨୪ ବର୍ଷ ପାଇଁ ସରକାର ୧୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର ରେଳବାଇ, ରାଜପଥ, ଜଳପଥ ତଥା ଆକାଶ ମାର୍ଗରେ ଗମନାଗମନ ସୁନିଶ୍ଚିତ କରୁଥିବା ବେଳେ ତୃଣମୂଳ ସ୍ତରରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ ଏହି କାର୍ଯ୍ୟକ୍ରମ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ବସ୍‌‌, ରେଳ ଷ୍ଟେସନ୍‌‌, ବାଣିଜ୍ୟିକ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଶିକ୍ଷାନୁଷ୍ଠାନ ପାଇଁ ଗ୍ରାମରୁ ସହର ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଯାତାୟତାର ସୁଯୋଗ ସୃଷ୍ଟି କରିବା ପାଇଁ ଏହି ଯୋଜନାରେ ଲକ୍ଷ୍ୟ ରହିଛି। ଏଥିନିମନ୍ତେ ଚଳିତ ବର୍ଷ ପରିବହନ ବିଭାଗ ଆରମ୍ଭ କରିଛି ଲୋକେସନ୍‌‌ ଆକ୍ସେସିବଲ୍‌‌ ମଲ୍ଟିମୋଡାଲ ଇନିସିଏଟିଭ୍‌‌ (ଏଲ୍‌‌ଏସିସିଏମ୍‌‌ଆଇ) ଅବା ଲକ୍ଷ୍ମୀ କାର୍ଯ୍ୟକ୍ରମ।

ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

Share this story