ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

The 10 Health Benefits of Regular Sex
ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା

ଓଡ଼ିଆ ଗସିପ୍ ବ୍ୟୁରୋ: ସେକ୍ସ ବା ଶାରୀରିକ ସମ୍ପର୍କ ରଖିବା ଦ୍ବାରା କେବେଳ ଖୁସି ମିଳି ଥାଏ । ତାହା ନୁହେଁ ଏହା ସ୍ବାସ୍ଥ୍ୟକୁ ମଧ୍ୟ ଅନେକ ଫାଇଦା ଦେଇଥାଏ। ଖାସ୍ କରି ଆପଣଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ସାଥୀ ସହ ଶାରୀରିକ ସମ୍ପର୍କ ଗଢିବା ସମୟରେ ଆପଣ ଉଭୟ ମାନସିକ ଖୁସି  ମିଳିବା ସହ ଶାରୀରିକ ଆନନ୍ଦ ମଧ୍ୟ ମିଳିଥାଏ। 

ଖାସ୍ କରି ପ୍ରତିଦିନ ଆପଣ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ବାରା ଆପଣଙ୍କୁ ଭଲ ନିଦ ହେବା ସହ ଚାପରୁ ମୁକ୍ତି ମିଳିଥାଏ । ଏବଂ ଶରୀରରେ ଭଲ ହରମୋନ ମଧ୍ୟ ସୃଷ୍ଟି ହୋଇଥାଏ। ତେବେ, ଯଦି ଆପଣ ପ୍ରତିଦିନ ସେକ୍ସ କରୁଛନ୍ତି । ତେବେ, ଆପଣଙ୍କୁ ଏହି ୧୦ଟି ଫାଇଦା ବିଷୟରେ ଜାଣିବା ଜାଣିବା ଆବଶ୍ୟକ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା :

୧-ସେକ୍ସ ବା ଶାରୀରିକ ସମ୍ପର୍କ ଗଢିବା ଆପଣଙ୍କୁ କେବଳ ଆନନ୍ଦ ଦିଏ ନାହିଁ । ଏହା ଆପଣଙ୍କ ସାଥୀଙ୍କ ହୃଦୟ ସହ ଆପଣଙ୍କୁ ଯୋଡେ। ଏହି ଶାରୀରିକ ସମ୍ପର୍କ ସ୍ଥାପନ ସମୟରେ ଆପଣ ଗୋଟିଏ ଦୁନିଆରେ ହଜି ଯାଆନ୍ତି । ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡି଼ଛି ଯେ, ଯେଉଁ ପୁରୁଷମାନେ ସପ୍ତାହରେ ଦୁଇ ଥରରୁ ଅଧିକ ଥର ସେକ୍ସ ବା ଶାରୀରିକ ସମ୍ପର୍କ ଗଢନ୍ତି । ସେମାନଙ୍କୁ ଅନ୍ୟ ମାନଙ୍କ ତୁଳନାରେ  ହୃଦଘାତ ବା ହାର୍ଟ ଆଟାର୍କ ହେବାର ଆଶଙ୍କା କମ୍ ଥାଏ । 

୨- ଯେଉଁମାନେ ପ୍ରତିଦିନ  ସେକ୍ସ କରନ୍ତି ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ସେମାନଙ୍କୁ ସାଧାରଣତଃ ଜ୍ବାର ଓ ଥଣ୍ତା ହୋଇ ନ ଥାଏ। 

୩- ଏହା ସହ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡି଼ଛି ଯେ, ଯେଉଁମାନେ ପ୍ରତିଦିନ ସେକ୍ସ ବା ଶାରୀରିକ ସମ୍ପର୍କ ଗଢନ୍ତି । ସେମାନଙ୍କୁ ଚାପ ବା ଟେନସନ୍ ଭଳି ସମସ୍ୟାର ସମ୍ମୁଖିନ ହେବାକୁ ପଡି ନଥାଏ । 

୪- ସେକ୍ସ କରିବା ଦ୍ବାରା ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍ ଭାବରେ ହୁଏ।  ଯେଉଁଥିପାଇଁ ଆପଣଙ୍କ ଶରୀରର ବିଭିନ୍ନ ଅଙ୍ଗ ଠିକ୍ ରୁହେ। ଏବଂ କୋଷକୁ ସତେଜ ରକ୍ତ ଯୋଗାଇବାରେ ସାହାଯ୍ୟ କରିଥାଏ । ଖାସ୍ କରି ପାରାଲିସିସ୍ ଭଳି ରୋଗ ମଧ୍ୟ ଆପଣଙ୍କୁ ହେବାର ଆଶଙ୍କା କମ୍ ଥାଏ ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

୫-  ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଆପଣଙ୍କ ଠାରେ ମାନସିକ ଚାପ କମିଯାଏ । ଯାହା ଫଳରେ ଆପଣଙ୍କୁ ଭଲ ନିଦ ହୋଇଥାଏ ।  ଏବଂ ସୁସ୍ଥ ଅନୁଭବ କରନ୍ତି।

୬- ପ୍ରତିଦିନ ସେକ୍ସ କରିବା ଦ୍ବାରା ଆପଣଙ୍କ ଓଜନ ହ୍ରାସ ହୋଇଥାଏ। ଯାହା ଆପଣଙ୍କୁ ଫିଟ୍ ରଖିବାରେ ସାହାର୍ଯ୍ୟ କରିଥାଏ। ଅଧ ଘଣ୍ଟା ଧରି ଶାରୀରିକ ସମ୍ପର୍କ ଦ୍ବାରା ଆପଣ ୮୦ ରୁ ଅଧିକ କ୍ୟାଲୋରୀ ନଷ୍ଟ କରିଥାଆନ୍ତି । ଯାହା ଆପଣଙ୍କୁ ମୋଟାପାରୁ ବଞ୍ଚାଇଥାଏ । 

୭- ପ୍ରତିଦିନ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଦ୍ବାରା ତ୍ବଚାରେ ଏକ ଉଜ୍ଜଳମୟ ଚମକ ଆସିଥାଏ । ଯାହା ଫଳରେ ଆପଣଙ୍କୁ ବାଦ୍ଧାକ୍ୟ ବହୁ ବିଳମ୍ବରେ ଛୁଇଁଥାଏ। 

୮- ଖାସ୍ କରି ପୁରୁଷଙ୍କୁ ବୟସର ଅପରାହ୍ନରେ ହେଉଥିବା ପ୍ରୋଷ୍ଟେଟ୍ କର୍କଟରୁ ମଧ୍ୟ ରକ୍ଷା ମିଳିଥାଏ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

୯- ଲୋ- ବିପିରୁ ମଧ୍ୟ ରକ୍ଷା ମିଳିଥାଏ। 

୧୦-ସବୁଠୁ ବଡ଼ କଥା ହେଲା,  ପ୍ରତିଦିନ ସେକ୍ସ କରିବା ଦ୍ବାରା ଆପଣଙ୍କ ମସ୍ତଷ୍କ ମଧ୍ୟ ସୁସ୍ଥ ରହିଥାଏ ବୋଲି ଏକ ରିସର୍ଚ୍ଚରୁ ଜଣାପଡିଛି। 

(Disclaimer: ଆମର (ଓଡ଼ିଆ ଗସିପ୍) ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)

Share this story