ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

Premature Ejaculation Want To Increase Sex Timings know the tips
ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ଜାଣନ୍ତୁ କଣ କରିବେ
 

ଓଡ଼ିଆ ଗସିପ୍ ବ୍ୟୁରୋ: କିଛି ଦିନ ହେବ ମଣିପୁର ଲଜ୍ୟା ଘଟଣାର ଛାତିଥରା ହିଂସାକାଣ୍ଡ ମନରୁ ଲିଭିନଥିବାବେଳେ ପୁଣି ସାମ୍‌ନାକୁ ଆସିଛି ଆଉ ଏକ ନିଷ୍ଠୁର ଘଟଣା । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସୈତାନ ପାଲଟିଯାଇଛି ସ୍ୱାମୀ । ପୁଣି ବର୍ବରତାର ଟପିଲା ସୀମା, ଗାଁ ଦାଣ୍ଡରେ ଗର୍ଭବତୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଲା ସ୍ୱାମୀ । 

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାହାଡା ଅଂଚଳରେ ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ । ସର୍ବସାଧାରଣରେ ନିବସ୍ତ୍ର କରି ମାଡ ମାରିଛନ୍ତି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସୂଚନା ଅନୁଯାୟୀ, ବୋହୂ ଅନ୍ୟ ଏକ ଯୁବକ ସହ ପଳାଇଥିବା ଅଭିଯୋଗ କରି ବୋହୂକୁ ଗାଁ ମଝିରେ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ । ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ପୀଡିତାଙ୍କ ସ୍ୱାମୀ ସହ ଶାଶୂଘରର ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୁଲିସ ।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ଖାଲି ସେତିକି ନୁହେଁ, ପୂରା ଘଟଣାର ଭିଡିଓ ଭାଇରାଲ ପରେ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ଡିଜି । ମହାନିର୍ଦ୍ଦେଶକ ପୋଲିସ (ଡିଜିପି) ଉମେଶ ମିଶ୍ର କହିଛନ୍ତି ଯେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରହୁଥିବା ବେଳେ ତାଙ୍କ ଶାଶୂ ତାଙ୍କୁ ଅପହରଣ କରି ନେଇ ନିଜ ଗ୍ରାମକୁ ନେଇ ଯାଇଥିଲେ ଯେଉଁଠାରେ ଗୁରୁବାର ଦିନ ଏହି ଘଟଣା ଘଟିଥିଲା । ସେ କହିଛନ୍ତି ଯେ ଏହି ଘଟଣା ପାଇଁ ୬ ଜଣିଆ ଟିମ୍ ଗଠନ କରାଯାଇଛି ଏବଂ ପ୍ରତାପଗଡ ପୋଲିସ ଅଧୀକ୍ଷକ ଅମିତ କୁମାର ଗାଁରେ କ୍ୟାମ୍ପ କରୁଛନ୍ତି ।

Share this story