ଖୋଲିବ ହନିଟ୍ରାପ୍ ଲିଙ୍କ୍, ରିମାଣ୍ଡରେ ଆସିବ ମାୟାବିନୀ ଇରାନୀଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର

Police To Seek Remand Of Honey Trap Queen Iranis Husband
ରିମାଣ୍ଡରେ ଆସିବ ଇରାନୀଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱର ଇରାନୀ ଗ୍ୟାଙ୍ଗର ଗିରଫ ମାମଲା । ରିମାଣ୍ଡରେ ଆସିବ ଇରାନୀ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡରେ ଆଣିବା ଲାଗି ଏସଡିଜେଏମ କୋର୍ଟରେ ଆବେଦନ କରିବ ତମାଣ୍ଡୋ ଥାନା ପୁଲିସ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ ଲିଙ୍କ । ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୁଲିସ ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ୩ ଜଣକ ମଧ୍ୟରେ ଜଣେ ଡାକ୍ତର, ଛାତ୍ର ଓ ବୋଲଗୋଡ଼ର ଜଣେ ଗ୍ରୋସରି ବ୍ୟବସାୟୀ ଅଛନ୍ତି । ଅଭିଯୋଗ ଅନୁଯାୟୀ, ବୋଲଗଡ଼ ଥାନା ରୋଳସିଂହ ଅଞ୍ଚଳର ପ୍ରଶାନ୍ତ ପଟ୍ଟନାୟକ ସ୍ଥାନୀୟ ଅଞ୍ଚଳରେ ହୋଲ୍‌‌ସେଲ ଗ୍ରୋସରୀ ଦୋକାନ କରିଥିଲେ ଓ ପରବର୍ତ୍ତୀ ସମୟରେ ବ୍ୟବସାୟରେ କ୍ଷତି ହୋଇଥିଲା।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଇରାନୀ ତାଙ୍କୁ ଫେସ୍‌‌ବୁକ୍‌‌ରେ ଫ୍ରେଣ୍ଡ୍‌‌ ରିକ୍ୱେଷ୍ଟ ପଠାଇବା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ପ୍ରଶାନ୍ତ ତାଙ୍କ ବେପାରରେ ହୋଇଥିବା କ୍ଷତି ବିଷୟରେ ଜଣାଇଥିଲେ। ତାଙ୍କ ସ୍ୱାମୀ ନିଶିକାନ୍ତ ପାତ୍ର ରାଉରକେଲା ଷ୍ଟିଲ୍‌‌ ପ୍ଲାଣ୍ଟରେ ଚାକିରି କରିଥିବା କହିବା ସହିତ ତାଙ୍କୁ ମଧ୍ୟ କୌଣସି ଏକ କମ୍ପାନିରେ ଚାକିରି କରାଇଦେବ ବୋଲି ଇରାନୀ ପ୍ରତିଶ୍ରୁତି ଦେଇଥିଲା।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଗତ ୨ ତାରିଖ ଦିନ ଇରାନୀର କହିବା ମୁତାବକ, ପ୍ରଶାନ୍ତ ଆସି ସିଟି ହୋମ୍ସ ସ୍ଥିତ ଘରେ ପହଞ୍ଚିଥିଲେ। ପ୍ରଶାନ୍ତ ଘର ଭିତରକୁ ପ୍ରବେଶ କରୁ କରୁ ଇରାନୀ ଭିତର ପଟରୁ ମୁଖ୍ୟ ଦ୍ୱାର ବନ୍ଦ କରି ଦେଇଥିଲା। ଏଥିସହିତ ନିର୍ଦ୍ଦିଷ୍ଟ ରୁମ୍‌‌ ବା ଗୁପ୍ତ କୋଠରିକୁ ଯିବାକୁ କହିଥିଲା। ପୂର୍ବ ଯୋଜନା ମୁତାବକ ଇରାନୀର ସ୍ୱାମୀ ନିଶିକାନ୍ତ ଓରଫ ବାପି ଓ ଗଣେଶ ସେହି ରୁମ୍‌‌ରେ ଛକି ରହିଥିଲେ। ପ୍ରଶାନ୍ତ ସେହି ଘରକୁ ଯିବାପରେ ହଠାତ୍‌‌ ବାପି ତାଙ୍କୁ ଗାଳିଗୁଲଜ କରିବା ସହ ଲୁହା ରଡ଼ ଓ ପ୍ଲାଷ୍ଟିକ୍‌‌ ପାଇପ୍‌‌ରେ ନିର୍ଘାତ ପିଟିଥିଲା।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ପ୍ରଶାନ୍ତ ପ୍ରାଣ ବଞ୍ଚାଇବାକୁ କାକୁତି ମିନତି ହେଉଥିବାବେଳେ ବାପି ନିର୍ଦ୍ଦୟ ଭାବେ ପିଟି ଚାଲିଥିଲା। ମୁକୁଳିବାକୁ ହେଲେ ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ମଝିରେ ମଝିରେ ଗଣେଶ ଆସି ପ୍ରଶାନ୍ତଙ୍କୁ ଟଙ୍କା ଦେବାକୁ ଧମକ ଦେଉଥିଲା। ପ୍ରଥମେ ପ୍ରଶାନ୍ତଙ୍କ ହାତରୁ ସୁନାମୁଦି ଓ ପର୍ସରେ ଥିବା ୩୩୦୦ ଟଙ୍କା ଛଡ଼ାଇ ନେଇଥିଲେ। ପ୍ରଶାନ୍ତଙ୍କ ବେକରେ ଛୁରି ଲଗାଇ ଫୋନ୍‌‌ ପେ’ ପାସ୍‌‌ୱାର୍ଡ ନେଇ ବାଲାନ୍ସ ଚେକ୍‌‌ କରିଥିଲେ। ଦୁଇଟି ଆକାଉଣ୍ଟରେ ୪୫୦୦ ଟଙ୍କା ଥିବା ଦେଖିବା ପରେ ଟଙ୍କା ମଗାଇବାକୁ ଧମକାଇଥିଲେ। କିଛି ଦିନ ପୂର୍ବେ ଦୁର୍ଘଟଣାର ଶିକାର ହୋଇ ପ୍ରଶାନ୍ତଙ୍କ ହାତ ଭାଙ୍ଗି ଯାଇଥିବାବେଳେ ଇରାନୀ ଗ୍ୟାଙ୍ଗ୍‌‌ର ଆକ୍ରମଣ ତାଙ୍କ ଯନ୍ତ୍ରଣାକୁ ବହୁଗୁଣିତ କରିଥିଲା।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

ସେ ବିଭିନ୍ନ ସାଙ୍ଗଙ୍କୁ ଫୋନ୍‌‌ କରି ଫୋନ୍‌‌ ପେ’ ମାଧ୍ୟମରେ ଟଙ୍କା ପଠାଇବାକୁ କହିଥିଲେ। ଏମିତିକି ତାଙ୍କ ପତ୍ନୀଙ୍କୁ ମଧ୍ୟ ଟଙ୍କା ମାଗିଥିଲେ। ସନ୍ଧ୍ୟା ୫ଟାରୁ ପ୍ରାୟ ଦୁଇ ଘଣ୍ଟା ଗୃହବନ୍ଦୀ ହୋଇ ମାଡ଼ ଖାଇବା ପରେ ପତ୍ନୀ ବିଭିନ୍ନ ସୂତ୍ରରୁ ଯୋଗାଡ଼ କରି ୧୫ ହଜାର ଟଙ୍କା ପ୍ରଶାନ୍ତଙ୍କୁ ପଠାଇଥିଲେ। ଏଟିଏମ୍‌‌ରୁ ଟଙ୍କା ନ ଉଠିବାରୁ ବାପିର କହିବା ମୁତାବକ ପ୍ରଶାନ୍ତ ଫୋନ୍‌‌ ପେ’ ମାଧ୍ୟମରେ ଇରାନୀ ପାତ୍ରକୁ ୧୯ ହଜାର ୫ଶହ ଟଙ୍କା ପଠାଇ ମୁଣ୍ଡ ଜାମିନରୁ ମୁକୁଳିଥିଲେ। ଲୋକଲଜ୍ଜା ସାଙ୍ଗକୁ ଭୟଭୀତ ହୋଇ ସେ ଆଉ ଥାନାର ଦ୍ୱାରସ୍ଥ ହୋଇ ନ ଥିଲେ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

ହେଲେ ଇରାନୀ ଫୋନ୍‌‌ର ହ୍ୱାଟ୍ସଆପ୍‌‌ ଚାଟ୍‌‌ରୁ ପ୍ରଶାନ୍ତଙ୍କୁ ଯୋଗାଯୋଗ କରିଥିଲା ପୁଲିସ। ସେପଟେ ବ୍ଲାକ୍‌‌ମେଲ୍‌‌ କରି ୫ ହଜାର ଟଙ୍କା ଠକିଥିବା ନେଇ ବୁଧବାର କେନ୍ଦୁଝରର ଦେବଦତ୍ତ ସାହୁ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଏ ପର୍ଯ୍ୟନ୍ତ ମୋଟ ୩ଟି ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୁଲିସ। ଆଗକୁ ଅଭିଯୋଗର ସଂଖ୍ୟା ବଢ଼଼ିବା ନେଇ ପୁଲିସ ଆଶା କରୁଛି।

ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

ସୂଚନାଯୋଗ୍ୟ ଯେ, ଇରାନୀ ଗତ ୮ ତାରିଖ ଦିନ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡା. ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଚିକିତ୍ସାଗତ ସହାୟତା ପାଇଁ ସିଟି ହୋମ୍ସକୁ ଡକାଇଥିଲା। ଡା. ପଣ୍ଡା ପହଞ୍ଚିବା ପରେ ଇରାନୀର ସ୍ୱାମୀ ବାପି, ସହଯୋଗୀ ଗିରିଜା ଓ ଗଣେଶ ମିଶି ତାଙ୍କୁ ଏକ ଘରେ ବନ୍ଦୀ କରି ଧମକଚମକ ଦେଇ ୨୫ ଲକ୍ଷ ଟଙ୍କା ଦାବି କରିଥିଲେ। ଏଥିସହିତ ଜୋର୍‌‌ଜବରଦସ୍ତ ତାଙ୍କ ଫୋନ୍‌‌ ପେ’ ମାଧ୍ୟମରେ ୧ ଲକ୍ଷ ଟଙ୍କା ନେଇଯାଇଥିଲେ। ଏଥିସହିତ ୯ ଲକ୍ଷ ଟଙ୍କାର ଏକ ଚେକ୍‌‌ ନେଇଯାଇଥିଲେ। ଡା. ପଣ୍ଡା ଥାନାର ଦ୍ୱାରସ୍ଥ ହେବାପରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

Share this story