ଆଜିଠାରୁ ବନ୍ଦ ହେବ ବାଦାମବାଡ଼ି ସମେତ ୪ ବସ୍‌ଷ୍ଟାଣ୍ଡ, ନେତାଜୀ ବସ ଟର୍ମିନାଲରୁ ଗଡ଼ିବ ବସ୍ ,କେଉଁ ବସ୍‌ କେଉଁ ପଟେ ଯିବ ଜାଣନ୍ତୁ 
 

Four bus stands including badambadi ctc will be closed from today know which bus will go where
ନେତାଜୀ ବସ ଟର୍ମିନାଲରୁ ଗଡ଼ିବ ବସ୍ ,କେଉଁ ବସ୍‌ କେଉଁ ପଟେ ଯିବ ଜାଣନ୍ତୁ 
 

ଓଡ଼ିଆ ଗସିପ୍ ବ୍ୟୁରୋ: କଟକର ବହୁ ପ୍ରତୀକ୍ଷିତ ଖାନନଗର ନେତାଜୀ ବସ ଟର୍ମିନାଲ ଗତକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ପରେ ପୁରୁଣା ବାଦାମବାଡି ବସଷ୍ଟାଣ୍ଡ ସମେତ ୪ବସଷ୍ଟାଣ୍ଡକୁ ଆସନ୍ତାକାଲି ଠାରୁ ବନ୍ଦ କରାଯିବ। ଏ ସଂକ୍ରାନ୍ତରେ କଟକ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ବାଦାମବାଡି ପୁରୁଣା ବସଷ୍ଟାଣ୍ଡ,ପାଲାମଣ୍ଡପସ୍ଥିତ ପୁରୀ ବସଷ୍ଟାଣ୍ଡ, ବାଦମବାଡିସ୍ଥିତ ପାରାଦ୍ୱୀପ ବସଷ୍ଟାଣ୍ଡ ଓ ଅନୁଗୁଳ ବସଷ୍ଟାଣ୍ଡକୁ ଆସନ୍ତା କାଲି ଠାରୁ ବନ୍ଦ କରିଦିଆଯିବ। ସେହିପରି ଏହି ସମସ୍ତ ବସଷ୍ଟାଣ୍ଡରୁ ଗଡ଼ୁଥିବା ଘରୋଇ,ସରକାରୀ ତଥା ମୋ ବସ ଗୁଡିକ ଆସନ୍ତାକାଲି ଠାରୁ ନେତାଜୀ ବସ ଟର୍ମିନାଲରୁ ଗଡ଼ିବା ବାଧ୍ୟତାମୂଳକ ହୋଇଛି।

ଦେଖନ୍ତୁ VIDEO: ବାଇକ୍‌ ରେ ଆସି ଟାଣିଲେ ‘ଦୁପଟ୍ଟା’ ସାଇକେଲ୍‌ରୁ ପଡ଼ିଯିବା ପରେ ମୁଣ୍ଡ ଉପରେ ମାଡ଼ିଗଲା ପଛପଟୁ ଆସୁଥିବା... 

ଏଣୁ ଏହି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ଏନଫୋର୍ସମେଣ୍ଟ ଟିମ କରାଯାଇଛି। ଆସନ୍ତା ୧୭ତାରିଖରୁ ୨୪ତାରିଖ ପର୍ଯ୍ୟନ୍ତ ଅଥବା ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଏହି ଏନଫୋର୍ସମେଣ୍ଟ ଜାରି ରହିବ। ଜୁନିଅର ଏମଭିଆଇ ନେତ୍ରାନନ୍ଦ ମିଶ୍ର,ଟ୍ରାଫିକ ଇନସ୍ପେକ୍ଟର ରଞ୍ଜନ କୁମାର ଦୋରା ଓ ସେମାନଙ୍କ ଟିମ ପୁରୁଣା ବସଷ୍ଟାଣ୍ଡ ଓ ନେତାଜୀ ବସ ଟର୍ମିନାଲରେ ରହି ତଦାରଖ କରିବା ସହ ସମସ୍ତ ବସ ଯେପରି ନେତାଜୀ ବସ ଟର୍ମିନାଲକୁ ଯିବ ତାହା ସୁନିଶ୍ଚିତ କରିବେ। 

ଉପରୋକ୍ତ ନିଷ୍ପତ୍ତି ଉଲ୍ଲଘଂନ କ୍ଷେତ୍ରରେ ସମ୍ପୃକ୍ତ ବସ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ନିଆଯିବ ବୋଲି ଆରଟିଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

କଟକ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ବସ ଗୁଡିକ ପାଇଁ ନେତାଜୀ ବସ ଟର୍ମିନାଲରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି। ପୁରୀ, ଭୁବନେଶ୍ୱର, ନିଆଳି, ଖୋର୍ଦ୍ଧା, ବ୍ରହ୍ମପୁର, ଗଜପତି, କୋରାପୁଟ, ରାୟଗଡ଼ା, ନୟାଗଡ଼, ଫୁଲବାଣୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଭବାନୀପାଟଣା ଆଦି ଦକ୍ଷିଣ,ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପଶ୍ଚିମ ଅଭିମୁଖେ ଯାଉଥିବା ବସ ଗୁଡିକ ନେତାଜୀ ବସ ଟର୍ମିନାଲର ମୁଖ୍ୟ ଫାଟକରେ ବାହାରି ରିଙ୍ଗରୋଡରେ ବାମ ପାର୍ଶ୍ବକୁ ଯାଇ ୧୬ନମ୍ବର ଜାତୀୟ ରାଜପଥ ଦେଇ ଯିବେ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ଅନ୍ୟ ସ୍ଥାନକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରୁ ଡାହାଣ ପଟକୁ ଯାଇ ବାଦାମବାଡି ଦେଇ ଜାତୀୟ ରାଜପଥ ଧରିବେ। ସେହିପରି ବାଙ୍କୀ, ଆଠଗଡ଼, ନରସିଂହପୁର ଆଦି ଅଞ୍ଚଳକୁ ଯାଉଥିବା ବସ ଗୁଡିକ ରିଙ୍ଗରୋଡରେ ଜୁଡିସିଆଲ ଏକାଡେମୀ ଦେଇ ନେତାଜୀ ସେତୁରେ ତ୍ରିଶୁଳିଆରେ ବାହାରିବେ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story