ଦେଖନ୍ତୁ VIDEO: ବାଇକ୍‌ ରେ ଆସି ଟାଣିଲେ ‘ଦୁପଟ୍ଟା’ ସାଇକେଲ୍‌ରୁ ପଡ଼ିଯିବା ପରେ ମୁଣ୍ଡ ଉପରେ ମାଡ଼ିଗଲା ପଛପଟୁ ଆସୁଥିବା... 
 

UP girl dies as 2 men pull dupatta and biker runs over her
ବାଇକ୍‌ ରେ ଆସି ଟାଣିଲେ ‘ଦୁପଟ୍ଟା’ ସାଇକେଲ୍‌ରୁ ପଡ଼ି ବାଇକ୍‌ ଚାପାରେ ଗଲା ଜୀବନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦେଶରେ କୋଣ ଅନୁକୋଣରୁ କିଛି ନା କିଛି ଭୟଙ୍କର ଦୃଶ୍ୟ ପ୍ରତିଦିନ ଦେଖିବାକୁ ମିଳୁଛି, ବର୍ତମାନ ଏଭଳି ଏକ ଅମାନବୀୟ ଘଟଣା ଉତ୍ତର ପ୍ରଦେଶର ଅମ୍ବେଦକର ନଗର‌ରେ ଘଟିଛି ଯାହା ଦେଖିବା ଲୋକଙ୍କୁ ଚିନ୍ତାରେ ପକାଇ ଦଉଛି, ୨ଜଣ ଲୋକ ‘ଦୁପଟ୍ଟା’ ଟାଣି ପକାଇବାରୁ ସାଇକେଲ୍‌ରୁ ପଡ଼ିଯାଇଥିବା ଜଣେ ଝିଅ ଉପରେ ଆଉ ଜଣେ ଲୋକର ବାଇକ୍‌ ଚଢ଼ିଯିବାରୁ ତା’ର ମୃତ୍ୟୁ ଘଟିଥିବା କଥା ଶନିବାର ଦିନ ସ୍ଥାନୀୟ ଅଂଚଳରେ ଚହଳ ସୃଷ୍ଟି କରିଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସାଇକେଲ୍‌ ରେ ସ୍କୁଲ୍‌ରୁ ପାଠ ପଢି ଘରକୁ ଫେରୁଥିଲା ୧୭ ବର୍ଷୀୟ ଝିଅଟିର ମୁଣ୍ଡ ଉପରେ ଚଢ଼ିଗଲା ବାଇକ୍‌ ଆଉ ଅକାଳରେ ଚାଲିଗଲା ଜୀବନ । ଏହି ଘଟଣାର ଭିଡିଓ ‘ସିସିଟିଭି’ କ୍ୟାମେରାରେ ମଧ୍ୟ ଉତ୍ତୋଳିତ ହୋଇଛି। ସେଥିରୁ ସଂଗୃହୀତ ଫୁଟେଜ୍‌ରେ ଦିଶୁଛି, ୨ଜଣ ଲୋକ ‘ଦୁପଟ୍ଟା’ ଟାଣି ପକାଇବାରୁ ଝିଅଟି ସାଇକେଲ୍‌ ଉପରୁ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯାଉଛି। ତା’ପରେ ସେ ଦୁଇ ଦୁର୍ବୃତ୍ତଙ୍କ ସାଥିରେ ଆସିଥିବା ଆଉ ଜଣେ ଦୁର୍ବୃତ୍ତ ଚଳାଉଥିବା ବାଇକ୍‌ ସେ ଝିଅର ମୁଣ୍ଡ ଉପରେ ଚଢ଼ିଗଲା, ଫଳରେ ଝିଅଟିର ଜୀବନ ଚାଲିଗଲା।

ଅଧିକ ପଢ଼ନ୍ତୁ: ବିଡ଼ା ବିଡ଼ା ନୋଟ୍, ସୁନା, ରୂପା ସହ ୪୧୭ କୋଟି ଟଙ୍କା ଜବତ କଲା ଇଡି, ରାଡାରରେ ବଲିଉଡର ୧୪ ରୁ ଅଧିକ ନାମ 

ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଅମ୍ବେଦକର ନଗରରେ ଏହି ଘଟଣା ଘଟିଥିବା କଥା ପୁଲିସ କହିଛି। ଆହତ ଝିଅଟିକୁ ତୁରନ୍ତ ଡାକ୍ତରଖାନାକୁ ନିଆ ଯାଇଥିଲା, କିନ୍ତୁ ତାକୁ ମୃତାବସ୍ଥାରେ ଅଣାଯାଇଥିବା କଥା ଡାକ୍ତରମାନେ କହିଲେ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

ସ୍ଥାନୀୟ ଥାନାରେ ଝିଅର ବାପା କରିଥିବା ଅଭିଯୋଗରେ ଉଲ୍ଲେଖ ଅଛି ଯେ, ଅପରାହ୍ଣ ପ୍ରାୟ ୩.୩୦‌ରେ ଝିଅ ଘରକୁ ଫେରୁଥିବା ବେଳେ ୩ ଜଣ ଲୋକ ବାଟରେ ତାକୁ ହଇରାଣ କରିଥିଲେ। ଶାହନୱାଜ୍‌ ଓ ଅର୍‌ବାଜ୍‌ ନାମରେ ୨ଜଣ ବ୍ୟକ୍ତି ତାଙ୍କ ଝିଅକୁ ହଇରାଣ କରିବା ସହିତ ତା’ର ‘ଦୁପଟ୍ଟା’ ଟାଣି ପକାଇଥିଲେ। ସେ ତଳେ ପଡ଼ିଯିବାରୁ ଫୈସଲ୍‌ ନାମରେ ଆଉ ଜଣେ ବ୍ୟକ୍ତି ତା’ ଉପରେ ମୋଟର୍‌ ସାଇକେଲ୍‌ ଚଢ଼ାଇ ଦେଲେ ବୋଲି ‘ଏଫ୍‌ଆଇଆର୍‌’ରେ ଝିଅର ବାପା କହିଛି।

ଦେଖନ୍ତୁ ଚକିତ କରିଦେଲା ଭଳି VIDEO: 


ବରିଷ୍ଠ ପୁଲିସ ଅଧିକାରୀ ସଞ୍ଜୟ କୁମାର ରାୟ କହିଛନ୍ତି, ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ପଞ୍ଜିକରଣ କରାଯାଇଛି। ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ସଂଗୃହୀତ ପ୍ରମାଣକୁ ଆଧାର କରି ବାକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଧିକ ପଢ଼ନ୍ତୁ: କେରଳରେ ନିପା ଭାଇରସ୍ ଆତଙ୍କ, ସିଧା ମଣିଷର ବ୍ରେନକୁ କରୁଛି ଆଟାକ୍! ଜାଣନ୍ତୁ ଲକ୍ଷଣ

 

Share this story