ଅର୍ଥ ମନ୍ତ୍ରଣାଳୟର ବଡ ଘୋଷଣା, ୧୩ ଲକ୍ଷ ଏଲଆଇସି ଏଜେଣ୍ଟ ଏବଂ ଏକ ଲକ୍ଷ କର୍ମଚାରୀ ପାଇବେ ଏହି ସୁବିଧା ସୁଯୋଗ
 

Government gave gift to 13 lakh LIC agents and one lakh employees
ଅର୍ଥ ମନ୍ତ୍ରଣାଳୟର ବଡ ଘୋଷଣା

ଓଡ଼ିଆ ଗସିପ୍ ବ୍ୟୁରୋ: ଅର୍ଥ ମନ୍ତ୍ରଣାଳୟ ପାର୍ବଣ ପୂର୍ବରୁ LIC ଏଜେଣ୍ଟ ଏବଂ କର୍ମଚାରୀମାନଙ୍କୁ ବଡ଼ ଉପହାର ଦେଇଛି। ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ର ଏଜେଣ୍ଟ ଏବଂ କର୍ମଚାରୀଙ୍କୁ ପାଇଁ ସରକାର ସୋମବାର ଦିନ ଅନେକ କଲ୍ୟାଣମୂଳକ ପଦକ୍ଷେପକୁ ଅନୁମୋଦନ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଜାରି ବିବୃତ୍ତି ଅନୁଯାୟୀ, ଏଥିରେ ଏଲ୍‌ଆଇସି କର୍ମଚାରୀ ଓ ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ ଏବଂ ସେମାନେ ସମାନ ହାରରେ ପରିବାର ପେନ୍‌ସନ୍ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଅନୁମୋଦନ କରିଥିବା କଲ୍ୟାଣକାରୀ ପଦକ୍ଷେପଗୁଡିକ ମଧ୍ୟରେ ଏଲଆଇସି ଏଜେଣ୍ଟମାନଙ୍କ ଗ୍ରାଚ୍ୟୁଇଟି ସୀମା ୩ଲକ୍ଷରୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଫଳରେ ସମ୍ପୃକ୍ତ ଏଜେଣ୍ଟମାନେ ଉପକୃତ ହେବେ । ପୁନଃ ନିଯୁକ୍ତି ପାଇଥିବା ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ହେବେ । ଏହା ଫଳରେ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ଏବେ ଏଲଆଇସି ଏଜେଣ୍ଟମାନେ ରିନ୍ୟୁଆଲ କମିଶନ ପାଇବାକୁ ଯୋଗ୍ୟ ନୁହଁନ୍ତି ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଟର୍ମ ବୀମା ସୁବିଧା ଏଜେଣ୍ଟମାନଙ୍କ ପାଇଁ ୨୫ହଜାରରୁ ଦେଢଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୩୦୦୦ରୁ ୧୦ହଜାର ଟଙ୍କା ମଧ୍ୟରେ ସୀମିତ ଥିଲା । ଏହା ଫଳରେ କୌଣସି ଏଲଆଇସି ଏଜେଣ୍ଟଙ୍କର ମୃତ୍ୟୁ ଘଟିଲେ ତାଙ୍କ ପରିବାର ଅଧିକ ଅର୍ଥ ପାଇବେ । ଏଲଆଇସି କର୍ମଚାରୀଙ୍କ ପାଇଁ ପରିବାର ପେନ୍‌ସନ୍ ହାରକୁ ଏକ ପ୍ରକାର କରାଯାଇଛି । ଏଣିକି ସବୁ କର୍ମଚାରୀଙ୍କୁ ୩୦ ଶତକଡା ହାରରେ ପରିବାର ପେନ୍‌ସନ୍ ମିଳିବ । 

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୧୩ଲକ୍ଷରୁ ଅଧିକ ଏଲ୍‌ଆଇସି ଏଜେଣ୍ଟ ଓ ଏକଲକ୍ଷରୁ ଅଧିକ ନିୟମିତ କର୍ମଚାରୀ ଉପକୃତ ହେବେ। ଏହି ପଦକ୍ଷେପ ଯୋଗୁଁ ଏଲଆଇସିର ଅଭିବୃଦ୍ଧି ମଧ୍ୟ ବଢିବ ଏବଂ ଦେଶରେ ଏହି ବୀମା ବ୍ୟବସ୍ଥାର ପ୍ରସାରକୁ ପ୍ରୋତ୍ସାହନ ମିଳିବ ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story