ଭାରତରେ ପ୍ରଥମ ଥର ପାଇଁ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ନିଆଗଲା ଏହି ୭ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ'ଣ

7 major decisions were taken in the G-20 summit
ଜି-୨୦ ଶିଖର ସମ୍ମିଳନୀରେ ନିଆଗଲା ଏହି ୭ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ'ଣ

ଓଡ଼ିଆ ଗସିପ୍ ବ୍ୟୁରୋ: ସେପ୍ଟମ୍ବର ୯ ତାରିଖ ଶନିବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନ ଠାରେ ଅବସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ହୋଇଯାଇଛି ଜି-୨୦ ଶିଖର ସମ୍ମିଳନୀ। ଏହି ସମ୍ମିଳନୀ ସେପ୍ଟେମ୍ବର ୧୦ ତାରିଖ ରବିବାର ଶେଷ ହେବ। ଚଳିତ ବର୍ଷ ଆୟୋଜିତ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିଛନ୍ତି ସଦସ୍ୟ ରାଷ୍ଟ୍ରର ରାଷ୍ଟ୍ରାଧ୍ୟକ୍ଷ। ସଦସ୍ୟ ରାଷ୍ଟ୍ର ହେବା ପର ଠାରୁ ଭାରତ ପ୍ରଥମ ଥର ପାଇଁ ଜି-୨୦ ସମ୍ମିଳନୀ ଆୟୋଜନ କରୁଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହୋଇଥିଲା ୨୦୨୩ ଜି-୨୦ ଶିଖର ସମ୍ମଳନୀ। ଏହି ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କୋଭିଡ-୧୯ ପରେ ଅଭାବ ହେତୁ ବିଶ୍ୱରେ ଏକ ବିରାଟ ସଙ୍କଟ ଆସିଛି। ଯେତେବେଳେ ଆମେ କୋରୋନା ମହାମାରୀକୁ ପରାସ୍ତ କରିପାରିବା, ସେତେବେଳେ ପାରସ୍ପରିକ ବିଶ୍ୱାସ ଦ୍ୱାରା ଏଭଳି ସଙ୍କଟକୁ ଦୂର କରିପାରିବା। 

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଆମେ ବିଜୟ ହାସଲ କରିପାରିବା। ଆମ ସମସ୍ତଙ୍କ ଏକାଠି ହୋଇ ଆଗକୁ ବଢିବାର ଏହା ହେଉଛି ସମୟ। "ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରାର୍ଥନା" ମନ୍ତ୍ର ଆମ ସମସ୍ତଙ୍କ ପାଇଁ ମାର୍ଗଦର୍ଶକ ହୋଇପାରେ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଜି-୨୦ ଶିଖର ସମ୍ମିଳନୀରେ ନିଆଯାଇଥିବା ୭ ବଡ଼ ନିଷ୍ପତ୍ତି

ସେପ୍ଟମ୍ବର ୯ ତାରିଖ ଶନିବାର ଠାରୁ ଆରମ୍ଭ ହୋଇଥିବା ୨ ଦିନିଆ ଜି-୨୦ ଶିଖର ସମ୍ମିଳନୀର ପ୍ରଥମ ଦିନରେ ନୂଆଦିଲ୍ଲୀ ଘୋଷଣାନାମାକୁ ଅନୁମୋଦନ କରାଯାଇଥିଲା। ଏହି ଘୋଷଣାକୁ ୧୦୦ ପ୍ରତିଶତ ଅନୁମୋଦନ ମିଳିଛି। ତା ଏହି ଅବଧି ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା। ତାହା ହେଉଛି ଆଫ୍ରିକୀୟ ସଂଘକୁ ଜି-୨୦ ଗୋଷ୍ଠୀର ସଦସ୍ୟ କରିବା, ଋଷିଆ-ୟୁକ୍ରେନ ସଙ୍କଟର ସମାଧାନ, ଋଷିଆ-ୟୁକ୍ରେନ ଶସ୍ୟ ଚୁକ୍ତି, ୟୁକ୍ରେନ ଠାରେ ଦୀର୍ଘମିଆଦୀ ଶାନ୍ତି ଫେରାଇ ଆଣିବା।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

- ଆଫ୍ରିକୀୟ ସଂଘକୁ ଜି-୨୦ ଗୋଷ୍ଠୀରେ ଅନ୍ତର୍ଭୂକ୍ତ କରାଯାଇଛି। ଏହା ସହିତ ଆଫ୍ରିକୀୟ ସଂଘ ସେପ୍ଟମ୍ବର ୯ ତାରିଖ ଶନିବାର ବିଶ୍ୱର ୨୦ ବୃହତ୍ତମ ଅର୍ଥନୀତି ସହିତ ଦେଶକୁ ନେଇ ଗଠିତ ଜି-୨୦ ଗୋଷ୍ଠୀର ସ୍ଥାୟୀ ସଦସ୍ୟ ହୋଇଛିଯ

- ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଆୟୋଜିତ ହୋଇଥିବା ୨୦୨୩ ଶିଖର ସମ୍ମିଳନୀରେ ଏକ ମିଳିତ ଘୋଷଣାନାମା ମଧ୍ୟ ଜାରି କରାଯାଇଛି। ଏହା ପୂର୍ବରୁ ସେପ୍ଟମ୍ବର ୮ ତାରିଖ ଶୁକ୍ରବାର ଚୀନ୍ କେତେକ ପ୍ରସଙ୍ଗରେ ବିଶେଷ କରି ୟୁକ୍ରେନ ପ୍ରସଙ୍ଗରେ ଭିନ୍ନ ମତ ପ୍ରକାଶ କରିଥିଲା। 

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

- ଯେହେତୁ ଆଫ୍ରିକୀୟ ସଂଘ ଜି-୨୦ ଗୋଷ୍ଠୀର ସ୍ଥାୟୀ ସଦସ୍ୟତା ପାଇସାରିଛି। ଅନୁମାନ କରାଯାଉଛି ଯେ ଜି-୨୦ ଗୋଷ୍ଠୀର ନାମ ମଧ୍ୟ ପରିବର୍ତ୍ତନ ହୋଇପାରେ। ଜି-୨୦ ଗୋଷ୍ଠୀର ନାମ ଜି-୨୦ ନାମରେ ପରିବର୍ତ୍ତନ ହୋଇପାରେ।

- ଜି-୩୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଭାରତ ଆସିଥିବା ସଦସ୍ୟ ଦେଶର ନେତା ଗୋଟିଏ ସ୍ୱରରେ କହିଛନ୍ତି ଯେ ଏହା ଯୁଦ୍ଧର ଯୁଗ ନୁହେଁ। ଯାହା ସମଗ୍ର ବିଶ୍ୱର ଲୋକଙ୍କୁ ପ୍ରଭାବିତ କରିଥାଏ।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

- ଜି-୨୦ ସମ୍ମିଳନୀ ଘୋଷଣାପତ୍ରରେ କୁହାଯାଇଛି ଯେ ଜି-୨୦ ହେଉଛି ଆନ୍ତର୍ଜାତୀୟ ଅର୍ଥନୈତିକ ସହଯୋଗ ପାଇଁ ଏକ ପ୍ରମୁଖ ମଞ୍ଚ। ହେଲେ ଏହି ସଙ୍ଗଠନ ଭୌଗୋଳିକ ପ୍ରସଙ୍ଗର ସମାଧାନ ପାଇଁ ନୁହେଁ।

- କେବଳ ସେତିକି ନୁହେଁ ଜି-୨୦ ଶିଖର ସମ୍ମିଳନୀରେ ଋଷିଆ-ୟୁକ୍ରେନ ଶସ୍ୟ ଚୁକ୍ତି ପୁନର୍ବାର ଆରମ୍ଭ କରିବାକୁ ଏକ ଆବେଦନ କରାଯାଇଥିଲା।

- ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ସମ୍ମିଳନୀରେ କୁହାଯାଇଛି ଯେ ମିଳିତ ଜାତିସଂଘର ନିୟମ ଆଧାରରେ ବୁଝାଣଣା କରିବାକୁ ଉଦ୍ୟମ କରାଯିବା ଆବଶ୍ୟକ। 

- ଯାହା ଦ୍ୱାରା ୟୁକ୍ରେନ ଠାରେ ଦୀର୍ଘମିଆଦୀ ଶାନ୍ତି ଫେରାଇ ଅଣାଯାଇ ପାରିବ।

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

Share this story