କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

Surjya narayan patra 1948 to 2023 was an indian politician from biju janata dal
କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟା ୭.୩୧ରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ତଥା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିବାସୀ ସୂର୍ଯ୍ୟନାରାୟଣ ପାତ୍ର ପ୍ରଥମେ BSc ଓ ପରେ LLB କରି ଆରମ୍ଭ କରିଥିଲେ ଓକିଲାତି । ତା’ପରେ ସମାଜସେବା ଓ କ୍ରମେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପି ବନିଯାଇଥିଲେ ଜଣେ ବିଚକ୍ଷଣ ରାଜନେତା ।

ଅଧିକ ପଢ଼ନ୍ତୁ: ଆଜିଠୁ ଦେଶରେ ପରିବର୍ତ୍ତନ ହେବ ଏହି ୫ଟି ନିୟମ, ସିଧା ଆପଣଙ୍କ ପକେଟ୍‌ ଉପରେ ପଡିବ ପ୍ରଭାବ 

ସୂର୍ଯ୍ୟଙ୍କ ରାଜନୈତିକ କ୍ୟାରିୟର ଥିଲା ବହୁତ ଲମ୍ବା । ସାଧାରଣ କାଉନସିଲରଠୁ ବିଧାନସଭାର ବାଚସ୍ପତି ହେବା ଯାଏଁ. ବିଜୁ ବାବୁଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ହେବା ଯାଏଁ ତାଙ୍କର ରହିଛି ବହୁତ ଉପଲବ୍ଧି । ତେବେ ଆସନ୍ତୁ ସଂକ୍ଷେପରେ ଜାଣିବା, କାଉନସିଲରରୁ ବିଧାନସଭାର ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ।

ଅଧିକ ପଢ଼ନ୍ତୁ: ବିଭୀଷଣ ହୋଇ କାହାକୁ ଫାଇଦା ପହଞ୍ଚାଉଛନ୍ତି ସୁବିଧାବାଦୀ ସୌମ୍ୟ?

ସେ ୧୯୭୭ ମସିହାରେ ବ୍ରହ୍ମପୁର ମ୍ୟୁନିସିପାଲିଟି କାଉନସିଲର ହୋଇଥିଲେ ସୂର୍ଯ୍ୟ ପାତ୍ର । ଜନତା ଦଳରୁ ରାଜନୀତି ଆରମ୍ଭ କରିଥିଲେ। ସେ ଦୁଇ ଥର ଜନତା ଦଳରୁ ବିଧାୟକ ହୋଇଥିବା ବେଳେ ବିଜୁ ଜନତା ଦଳରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୪୮ ମସିହାର ଡିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ସୂର୍ଯ୍ୟ ନାରାୟଣ ପାତ୍ର ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାୟକ ଭାବେ ନିର୍ବାଚତ ହୋଇଛନ୍ତି। ବର୍ତ୍ତମାନ ମଧ୍ୟ ସୂର୍ଯ୍ୟ ନାରାୟଣ ପାତ୍ର ଦିଗପହଣ୍ଡିର ବିଧାୟକ ଥିଲେ।

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ଜନତା ଦଳରୁ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୫ ରୁ ୨୦୦୦ ପର୍ଯ୍ୟନ୍ତ ମଧ୍ୟ ମୋହନାରୁ ପୁଣିଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ବିଜୁ ଜନତା ଦଳ ଗଠନ ପରେ ସୂର୍ଯ୍ୟ ନାରାୟଣ ପାତ୍ର ୨୦୦୦ ମସିହାରୁ ୨୦୦୯ ଯାଏଁ  ବିଜୁ ଜନତା ଦଳରୁ ମୋହନାରେ ଦୁଇ ଥର ବିଧାୟକ ହୋଇଥିଲେ। ଏହାପରେ ୨୦୦୯ରୁ ଦିଗପହଣ୍ଡିରୁ ବିଧାୟକ ହୋଇଆସିଛନ୍ତି ସୂର୍ଯ୍ୟ ପାତ୍ର। ୨୦୦୯ ପରେ ୨୦୧୪ ଏବଂ ଏହାପରେ ୨୦୧୯ ନିର୍ବାଚନରେ ମଧ୍ୟ ଦିଗପହଣ୍ଡିରୁ  ବିଜେଡି ପ୍ରାର୍ଥୀଭାବେ ନିର୍ବାଚନ ଲଢି ବିଜୟୀ ହୋଇଆସିଛନ୍ତି ସୂର୍ଯ୍ୟ ପାତ୍ର।

ଅଧିକ ପଢ଼ନ୍ତୁ: ଏହି ୩ଟି ରାଶି ଉପରେ ସୂର୍ଯ୍ୟ-ଶନି-ରାହୁଙ୍କ ରହିବ ଘାତକ ଦୃଷ୍ଟି; ଖରାପ ହେବ ସ୍ବାସ୍ଥ୍ୟ, ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ 

ମୋହନା ପରେ ଦିଗପହଣ୍ଡିର ଲୋକଙ୍କ ହୃଦୟ ଜିତି ଲଗାତର ୭ ଥର ବିଧାୟକ ହୋଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ସେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ, ଜଙ୍ଗଲ ଓ ପରିବେଶ, ଶକ୍ତି, ପର୍ଯ୍ୟଟନ, ଆଇଟି, ସଂସ୍କୃତି, ସୂଚନା ଓ ଲୋକସମ୍ପର୍କ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ବିଭିନ୍ନ ବିଭାଗରେ କାର୍ଯ୍ୟକରି ସେ ତାଙ୍କ ଦକ୍ଷତା ଦେଖାଇଥିବା ବେଳେ ଷୋଡ଼ଶ ବିଧାନସଭାରେ ସେ ୨୦୧୯ ଜୁନ୍‌ ୧ରୁ ୨୦୨୨ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ହୋଇଥିଲେ। ତୃଣମୂଳ ସ୍ତରରେ ସେ ଜଣେ ଭଲ ସଂଗଠକ ଥିଲେ। ତାଙ୍କର ମୃତ୍ୟୁରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ କ୍ଷତି ହୋଇଛି।

Share this story