ବିଭୀଷଣ ହୋଇ କାହାକୁ ଫାଇଦା ପହଞ୍ଚାଉଛନ୍ତି ସୁବିଧାବାଦୀ ସୌମ୍ୟ?

What Soumya babu has done for Odisha let him produce the lists

ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡିର ବିଭୀଷଣ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ । ଘର ଢିଙ୍କି କୁମ୍ଭୀର ସାଜି ଦଳ ପ୍ରତି ଅଡୁଆ ସ୍ଥିଥି ଉପୂଜାଉଛନ୍ତି ସୌମ୍ୟ । ମାନ ସମ୍ମାନ ଦେବାରେ ଦଳ ଅବହେଳା କରିନି ତଥାପି ଆମ ଘରର ହାଲଚାଲରେ ସବୁବେଳେ ପ୍ରଳାପ କରୁଥିବା ସୌମ୍ୟ ସବୁ ବେଳେ ନିଜ ଇଜତ ନିଜେ ହରାଉଛନ୍ତି ।

ଯେଉଁ ଦଳରୁ ସେ ବିଧାୟକ ହୋଇଛନ୍ତି ସେ ଦଳ ବିଜୁ ଜନତା ଦଳକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଫାଇବ ଟି ସଚିବ ଭିକେ ପାଣ୍ଡିୟାନଙ୍କୁ ସହି ପାରୁନଥିବା ସୌମ୍ୟ ରଞ୍ଜନ ସବୁବେଳେ ସୁବିଧାବାଦୀ ରାଜନୀତି କରୁଛନ୍ତି ଆଉ ଏହାକୁ ନେଇ ବାକ୍ ଯୁଦ୍ଧ ଜାରି ରହିଛି । ନିଜ ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସମ୍ପାଦକୀୟ ଜରିଆରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆଲେଖ୍ୟକୁ ବିଭିନ୍ନ ମହଲରୁ ସମାଲୋଚନାର ସ୍ବର ତୀବ୍ର ହୋଇଛି ।

ଅଧିକ ପଢ଼ନ୍ତୁ: ସବୁ କରିବାକୁ ହଁ ଭରିଲା, ଜିଲ୍ଲାପାଳଙ୍କୁ କ୍ଷମା ମାଗିବି ହେଲେ ପାଣ୍ଡିଆନଙ୍କୁ କ୍ଷମା ମାଗିବିନି, କେମିତି ବହୁତ କିଛି କହିଲେ ଭାସ୍କର ସାହୁ

ରାଜ୍ୟର ବରିଷ୍ଠ ରାଜନେତାମାନେ ସୌମ୍ୟରଞ୍ଜନଙ୍କ ଅର୍ନ୍ତନିହିତ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଲେଲିନ୍‌ କହିଛନ୍ତି ‘‘ସୌମ୍ୟ ବାବୁ ଓଡ଼ିଶା ପାଇଁ କଣ କରିଛନ୍ତି । ତାର ଚିଠା ଦିଅନ୍ତୁ । ବିଜୁ ଜନତା ଦଳ ତାଙ୍କୁ ସୁଯୋଗ ଦେଇଛି । ସେ ଦଳକୁ ଅଧିକ ଦେଇଛନ୍ତି ନା ଦଳ ତାଙ୍କୁ ଅଧିକ ଦେଇଛି ତାର ହିସାବ ଦିଅନ୍ତୁ । ସୌମ୍ୟ ବାବୁ ଏ ନେଇ ଅନୁଚିନ୍ତା କରିବା ଦରକାର । ତାଙ୍କୁ ବିଜେଡି ହିଁ ବିଧାୟକ କରିଛି । ନ ହେଲେ ତାଙ୍କ ଜୀବନ ଚାଲିଯାଇଥିଲେ ମଧ୍ୟ ବିଧାୟକ ହୋଇ ପାରି ନଥାନ୍ତେ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ।

ଅନ୍ୟପଟେ ସୌମ୍ୟଙ୍କ ଆଲେଖ୍ୟକୁ ମଧ୍ୟ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ସଚିବଙ୍କୁ ଭରସା କରି ଲୋକଙ୍କ ସମସ୍ୟା ଶୁଣିବାକୁ ପଠାଉଛନ୍ତି । ଆଉ ସେ ଲୋକଙ୍କ ସମସ୍ୟାକୁ ଶୁଣି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପନା କରୁଛନ୍ତି । ତେଣୁ ଲେଖା ମାଧ୍ୟମରେ କାହାକୁ ଡରାଇବା ନିନ୍ଦନୀୟ ।

ଅଧିକ ପଢ଼ନ୍ତୁ: ଦେଖନ୍ତୁ ଭୟାନକ ଭିଡିଓ, ଲୋମ ଟାଙ୍କୁରି ଉଠିବ, ଟୋଲ ଗେଟକୁ ପିଟିଲା ୨୨୦ କିଲୋମିଟର ବେଗରେ ଚାଲୁଥିଲା କାର

ନବୀନଙ୍କ ବିରୋଧରେ ଯେତେ କହିଲେ କି ଲେଖିଲେ କେହି ଗ୍ରହଣ କରିବେ ନାହିଁ । ଯିଏ ଲୋକଙ୍କ କଥା କୁହେ ଆଉ ଲୋକଙ୍କ ପାଖରେ ଥାଏ ସେ କେବେ ହାରିବାର ପ୍ରଶ୍ନ ଉଠୁନି ବୋଲି ପ୍ରସନ୍ନ କହିଛନ୍ତି । ସେହିଭଳି ସୌମ୍ୟ ବାବୁ ସଠିକ ଭାବେ ଆକଳନ ନକରି ସମ୍ପାଦକୀୟ ଲେଖିଛନ୍ତି ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ଢାଲି ।

Share this story