ଦେଖନ୍ତୁ ଭୟାନକ ଭିଡିଓ, ଲୋମ ଟାଙ୍କୁରି ଉଠିବ, ଟୋଲ ଗେଟକୁ ପିଟିଲା ୨୨୦ କିଲୋମିଟର ବେଗରେ ଚାଲୁଥିଲା କାର

Video captures shocking moment of fatal crash at toll booth in Chile
ଟୋଲ ଗେଟକୁ ପିଟିଲା ୨୨୦ କିଲୋମିଟର ବେଗରେ ଚାଲୁଥିଲା କାର

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଯେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ଲୋକଙ୍କୁ ଦେଶର କୌଣସି ଗୋଟିଏ ସ୍ଥାନରେ ସଡ଼କ ଦୁର୍ଘଟଣାର ସାମ୍ନା କରିବାକୁ ପଡୁଛି। ବିଭିନ୍ନ ସମୟରେ ଲୋକେ ରାସ୍ତାରେ ଗାଡି ଚଳାଇବା ସମୟରେ ସେମାନଙ୍କର ଗାଡିର ବେଗକୁ ଏତେ ବଢାଇ ଦିଅନ୍ତି ଯେ ଯାହାକୁ ହଠାତ୍ ନିୟନ୍ତ୍ରଣ କରିବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇଯାଏ। ଏଭଳି ଅସାବଧାନତା କାରଣରୁ ଅନେକ ଥର ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଥାଏ।

ଅନ୍ୟ ଗାଡ଼ି ଅପେକ୍ଷା କାର ସାଧାରଣତଃ ରାଜରାସ୍ତାରେ ଦ୍ରୁତ ଗତିରେ ଚାଲିଥାଏ। ଅନେକ ଲୋକ ସେମାନଙ୍କର ଗାଡ଼ି ଚଳାଇବାର କୌଶଳ ଦେଖାଇବାକୁ ଯାଇ ଗାଡ଼ିର ଗତି ମଧ୍ୟ ବଢାଇ ଦେଇଥାନ୍ତି। ହେଲେ ଏପରି ଦାୟିତ୍ୱହୀନ କାର୍ଯ୍ୟ ହେତୁ ସେମାନଙ୍କୁ କେବଳ ଜୀବନ ହରାଇବାକୁ ପଡେ ନାହିଁ ବରଂ ଯେଉଁମାନଙ୍କର କୌଣସି ଦୋଷ ନାହିଁ ସେମାନଙ୍କୁ ମଧ୍ୟ ନିଜ ଜୀବନ ବଳି ଦେବାକୁ ପଡିଥାଏ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ

ଠିକ ସେହି ଭଳି ଏବେ ଏକ ସଡ଼କ ଦୁର୍ଘଟଣାର ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଦ୍ରୁତ ଗତିରେ ଆସୁଥିବା ଏକ ଟୋଲ ଗେଟ ଠାରେ ଧକ୍କା ହେବା ମାତ୍ରେ ଏହା ଆଖି ପିଛୁଳାକେ ଛିନଛିତ୍ର ହୋଇଯାଉଛି। ଏନେଇ କୁହାଯାଉଛି ଯେ ଦୁର୍ଘଟଣାଗ୍ରସ୍ତ କାର ରାଜରାସ୍ତାରେ ୨୨୦ କିଲୋମିଟର ବେଗରେ ଦୌଡୁଥିଲା। କାର ଡ୍ରାଇଭର ଗାଡ଼ିର ବେଗକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ। ହେଲେ କାର ଦ୍ରୁତ ଗତିରେ ଦୌଡୁଥିବାରୁ ଏହାକୁ ରୋକା ଯାଇ ପାରିନଥିଲା। ଯାହା ପରେ କାର ଟୋଲ ଗେଟ ଠାରେ ପିଟି ହୋଇଯାଇଥିଲା। 

କେବଳ ସେତିକି ନୁହେଁ ଟୋଲ ଗେଟ ଠାରେ ଦୁର୍ଘଟଣାଗ୍ରସ୍ତ ହେବା ପରେ କାର ଛିନଛତ୍ର ହୋଇଯାଇଥିଲା। ଏହି ଦୁର୍ଘଟଣା ଦେଖିବା ମାତ୍ରେ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକଙ୍କ ଲୋମ ଟାଙ୍କୁରି ଉଠିଥିଲା। 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହେବେ ଆପଣ 

ଏହି ଭୟଙ୍କର ଦୁର୍ଘଟଣାରେ କାର ଚାଳକଙ୍କ ଜୀବନ ବଞ୍ଚିଛି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ। ହେଲେ ଏହା ନିଶ୍ଚିତ ଭାବରେ କୁହାଯାଇପାରେ ଯେ ଏଭଳି ଦୁର୍ଘଟଣାରେ କେହି ବଞ୍ଚିଥିବେ। ଏହା କହିବା କଷ୍ଟକର। ଏହି ଦୁର୍ଘଟଣାର ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡ଼ିଆରେ ନିଆଁ ଭଳି ବ୍ୟାପିବାରେ ଲାଗିଛି। 

Share this story