ସବୁ କରିବାକୁ ହଁ ଭରିଲା, ଜିଲ୍ଲାପାଳଙ୍କୁ କ୍ଷମା ମାଗିବି ହେଲେ ପାଣ୍ଡିଆନଙ୍କୁ କ୍ଷମା ମାଗିବିନି, କେମିତି ବହୁତ କିଛି କହିଲେ ଭାସ୍କର ସାହୁ

Bhaskar Sahu refused to say sorry for throwing ink to VK Pandian

ଓଡ଼ିଆ ଗସିପ ବ୍ୟୁରୋ: ଆମେ ସମସ୍ତେ ଜାଣିଛନ୍ତି ଚୋର ମୁହଁ ଟାଣ । ଫୁଟାଣି ମାରିବ ସିନା ନିଜେ କରିଥିବା ଭୁଲ୍ ତ୍ରୁଟି ଓ ଦୋଷକୁ କଦାପି ଗ୍ରହଣ କରିବ ନାହିଁ । ଠିକ୍ ଏମିତି କିଛି ଭୁଲ୍ କରି ବଦନାମ ହୋଇଥିଲେ ବି ଭୁଲ୍ ସ୍ୱିକାର ତ ଦୂରର କଥା ବରଂ କ୍ଷମା ମାଗିବାକୁ ବି ମିଡିଆ ଆଗରେ ମୁହଁ ଟାଣ କରି କହିଛି ଭାସ୍କର ।

ହଁ ଭାସ୍କର ସାହୁ, ଓଡ଼ିଶା ବିକାଶର ବିନ୍ଧାଣୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍ ଟି ସଚିବ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ ବା ଭିକେ ପାଣ୍ଡିଆନଙ୍କୁ କ୍ଷମା ମାଗିବ ନାହିଁ ବୋଲି କହିଛି ଭାସ୍କର ।

ବଡ କଥା ହେଉଛି ଉଦାହରତା ଦେଖାଇ ଭାସ୍କରକୁ ଜେଲ୍ ରେ ପୁରାଇନଥିବା ପାଣ୍ଡିଆନଙ୍କ ବିରୋଧରେ ଅପଶବ୍ଦ ବି କହିଛି ଭାସ୍କର । କହିଛି, ମୋ ଅଜାଣତରେ ପୁରୀ ଜିଲ୍ଲାପାଳଙ୍କ ମୁହଁରେ କାଳି ପଡ଼ିଥିବାରୁ ମୁଁ କ୍ଷମା ପ୍ରାର୍ଥନା କରୁଛି । ପାଣ୍ଡିଆନ୍ ବାବୁଙ୍କୁ କିନ୍ତୁ କ୍ଷମା କଦାପି ମାଗିବି ନାହିଁ ବୋଲି କହିଛି ଭାସ୍କର । ଭାସ୍କର ସାହୁ ଯୁକ୍ତି ବାଢ଼ିଛି ଯେ, ପାଣ୍ଡିଆନ୍ ସାର କେବଳ ହାଇକ ସୃଷ୍ଟି କରୁଛନ୍ତି କିନ୍ତୁ ତାଙ୍କ ଅଞ୍ଚଳର କିଛି ବି ବିକାଶ ହୋଇପାରିନି ବୋଲି କହି ରାଗ ଗର ଗର ହୋଇଛନ୍ତି ଭାସ୍କର ।

ଅଧିକ ପଢ଼ନ୍ତୁ: ଏୟାର ହୋଷ୍ଟେସଙ୍କର ଅଣ୍ଡରବିୟର ଫଟୋ ଉଠାଉଥିଲେ 50 ବର୍ଷୀୟ ବୁଢା, ଧରାପଡ଼ିବା ପରେ...

ହେଲେ ସବୁଠି ଗୋଟିଏ ପ୍ରଶ୍ନ- କାହିଁକି କାଳିମାଡ଼? ଦିନକ ତଳେ ସତ୍ୟବାଦୀର UGS କଲେଜ୍ ପରିସରରେ ଆୟୋଜିତ ଏକ ସଭାରେ 5T ସଚିବ ଭି.କେ. ପାଣ୍ଡିଆନ୍ ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରକୁ କାଳି ଫିଙ୍ଗିଥିଲେ କଣାସ ବ୍ଳକ୍ ହରିପୁର ଗାଁର ଭାସ୍କର ସାହୁ । ଅଟକ ଭାସ୍କରଙ୍କୁ ସେହିଦନ ରାତିରେ ହିଁ ପୋଲିସ୍ ଛାଡ଼ି ଦେବା ପରେ ଗତକାଲି କ୍ୟାମେରା ଆଗରେ ମୁହଁ ଖୋଲି ଭାସ୍କର କହିଛନ୍ତି, ତାଙ୍କ ଅଂଚଳର ବିଭିନ୍ନ ସମସ୍ୟାର ବର୍ଷ ବର୍ଷ ଧରି ସମାଧାନ ହେଉନାହଁ ।

ଅନ୍ୟପକ୍ଷରେ 5T କୌଣସି ସାମ୍ବିଧାନିକ ବିଧିବ୍ୟବସ୍ଥା ହୋଇନଥିବା ସତ୍ତ୍ବେ 5T ସଚିବ ଯେଭଳି ମନ୍ତ୍ରୀଙ୍କ ଭଳି କାର୍ଯ୍ୟ କରୁଛନ୍ତି, ତାର ପ୍ରତିବାଦରେ ସେ କାଳି ମାଡ଼ କରିଥିବା ନିଜ ସଫେଇରେ କହିଛନ୍ତି । ଜିଲ୍ଲାପାଳଙ୍କ ଉପରେ କାଳି ପଡ଼ିଥିବାରୁ ସେ ଅନୁତପ୍ତ ବୋଲି କହିବା ସହ 5T ସଚିବ ଶାସନ ବ୍ୟବସ୍ଥାର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିତାଙ୍କୁ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି ।...

ସୂଚନା ଅନୁଯାୟୀ, ଭାସ୍କର ଜଣେ ସୂଚନା ଅଧିକାରୀ କର୍ମୀ । ବିଭିନ୍ନ ସମାଜସେବା କାର୍ଯ୍ୟରେ ବି ଜଡ଼ିତ । ଦୟା ସୁରକ୍ଷା ଅଭିଯୋନରେ ମଧ୍ୟ ସେ ଜଣେ କର୍ମକର୍ତ୍ତା । ଗତ ପଂଚାୟତ ନିର୍ବାଚନରେ ସେ ସମିତି ସଭ୍ୟ ପଦ ଲାଗି ପ୍ରତିଦ୍ବନ୍ଦ୍ବିତା କରିଥିଲେ । ତେବେ ସେ କୌଣସି ରାଜନୈତିକ ଦଳ ସହ ଜଡ଼ିତ ନଥିବା କହିଛନ୍ତି ।

ଅଧିକ ପଢ଼ନ୍ତୁ: ସତ ସାମ୍ନାକୁ ଆଣିବାରୁ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର, ଭାଇରାଲ ହେଲା ଜେଲର ମ୍ୟାଡ଼ାମଙ୍କ ଅଡିଓ

ସେପଟେ କାଳିମାଡ଼ ଘଟଣାକୁ ନେଇ ତେଜିଛି ରାଜନୀତି । ବିଜେଡି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସୋସିଆଲ ମିଡିଆରେ ବି ଜୋରଦାର କ୍ୟାମ୍ପନ୍ ଚଳାଇଛି । ଭାସ୍କର ନିଜେ କୌଣସି ଦଳ ସହ ସେ ନାହାନ୍ତି ବୋଲି କହିବା ସତ୍ତ୍ବେ, ବିଜେଡି ବିଧାୟକ ଉମାକାନ୍ତସାମନ୍ତରାୟ କିନ୍ତୁ ଭାସ୍କର ବିଜେପିର କର୍ମୀ ବୋଲି ଦୋହରାଇଛନ୍ତି । ଏଥିସହିତ ବିଜେଡିରେ କୌଣସି ଅନ୍ତର୍ଦ୍ବନ୍ଦ୍ବ ନାହିଁ କି ଏହା ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାକୁ ବି ଉମା ଖଣ୍ଡନ କରିଛନ୍ତି ।...

ଦେଖନ୍ତୁ ଭିଡ଼ିଓ:

ସେପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, 5T ସଚିବଙ୍କୁ ଯେଉଁ ବିରୋଧ ହେଲା ତାକୁ ସେ ସମର୍ଥନ କରୁଛନ୍ତି କିନ୍ତୁ ବିରୋଧର ତରିକାକୁ ନାପସନ୍ଦ କରିଛନ୍ତି । ତାସହିତ 5T ସଚିବଙ୍କ ଉପରେ ପୁଣି ଥରେ ବର୍ଷିଛନ୍ତି ଅପରାଜିତା । ସେପଟେ କଂଗ୍ରେସ କହିଛି ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, କେବଳ ଏକ ଡ୍ରାମା । ସେହି ଡ୍ରାମାରେ ମୁଖ୍ୟମନ୍ତ୍ରୀ ବି ସାମିଲ ଥିବା ଦଳ ଅଭିଯୋଗ କରିଛି । କାଳିମାଡ଼ ଘଟଣାରେ ରାଜନୀତି ତେଜିଥିବା ବେଳେ ଆଗକୁ 5T ସଚିବଙ୍କ ଗସ୍ତ ଓ ରାଜନୀତି କେଉଁ ମୋଡ଼ ନେଉଛି ତା ଉପରେ ନଜର...

Share this story