ଏୟାର ହୋଷ୍ଟେସଙ୍କର ଅଣ୍ଡରବିୟର ଫଟୋ ଉଠାଉଥିଲେ 50 ବର୍ଷୀୟ ବୁଢା, ଧରାପଡ଼ିବା ପରେ...

Woman exposes elderly man who took indecent photos of air hostess on Spicejet
ଏୟାର ହୋଷ୍ଟେସଙ୍କର ଅଣ୍ଡରବିୟର ଫଟୋ ଉଠାଉଥିଲେ 50 ବର୍ଷୀୟ ବୁଢା, ଧରାପଡ଼ିବା ପରେ...

ଓଡ଼ିଆ ଗସିପ୍ ବ୍ୟୁରୋ: ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ (spicejet)ରେ କ୍ୟାବିନ କର୍ମଚାରୀଙ୍କ ଫଟୋ ଜଣେ ଯାତ୍ରୀ ଉଠାଉଥିବା ଅଭିଯୋଗ ହୋଇଛି। ତେବେ ପରେ ତାଙ୍କୁ ଫଟୋ ଡିଲିଟ କରିବାକୁ କୁହାଯାଇଥିଲା। ବିମାନ ସେବା ବର୍ତ୍ତମାନ ଏକ ବିବୃତ୍ତି ଜାରି କରି କହିଛି ଯେ ଯାତ୍ରୀ ଜଣକ ଫଟୋ ଗୁଡ଼ିକୁ ଡିଲିଟ୍ କରି ଦେଇଛନ୍ତି ଓ ଅଗଷ୍ଟ ୨ ରେ ଘଟିଥିବା ଏହି ଘଟଣା ପାଇଁ ଲିଖିତ କ୍ଷମା ପ୍ରାର୍ଥନା କରିଛନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ, ଏହି ଘଟଣା ଅଗଷ୍ଟ ୨ ରେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ଘଟିଥିଲା। ଏହି ଘଟଣାର ଖୁଲାସା ଅଭିଯୁକ୍ତ ଯାତ୍ରୀଙ୍କ ପାଖରେ ବସିଥିବା ଜଣେ ମହିଳା ଯାତ୍ରୀ କରିଥିଲେ, ଯିଏକି ନିଜେ ଜଣେ ମଡେଲ ।

କ୍ୟାବିନ କ୍ରୁଙ୍କ ଅଶ୍ଳୀଳ ଫଟୋ 

ଏହି ବିଷୟରେ ମଡେଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଘଟଣା ବିଷୟରେ ସୂଚନା ଦେଇଥିଲେ। ମଡେଲ୍ ତାଙ୍କ ସୋସିଆଲ୍ ମିଡିଆ ରେ ପୁରା କଥା ସେୟାର କରିଥିଲେ । ସେ କହିଛନ୍ତି ଯେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟର ବିମାନ ନମ୍ବର SG157ରେ ତାଙ୍କ ପ୍ରଥମ ସିଟରେ ବସିଥିବା ସହ-ଯାତ୍ରୀ କ୍ୟାବିନ କର୍ମଚାରୀଙ୍କ କିଛି ଫଟୋ କ୍ଲିକ୍ କରିଥିଲେ । ସ୍ପାଇସଜେଟ ପକ୍ଷରୁ କୁହାଯାଇଛି ଯେ, ଯେତେବେଳେ ଏହି ମାମଲା କ୍ୟାବିନ କ୍ରୁ ସଦସ୍ୟଙ୍କ ନଜରକୁ ଆସିଲା ସେତେବେଳେ ସେମାନେ ଏହାକୁ ବିରୋଧ କରି ଫଟୋ ଡିଲିଟ କରିବାକୁ କହିଥିଲେ, ଯାହା ପରେ ଯାତ୍ରୀ ଫଟୋ ଡିଲିଟ କରି ତାଙ୍କ କାର୍ଯ୍ୟ ପାଇଁ କ୍ଷମା ମାଗିଥିଲେ।

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ମହିଳା ଆୟୋଗ ରିପୋର୍ଟ ମାଗିଥିଲେ

 

ଏହି ଘଟଣାର ସମସ୍ତ ପ୍ରମାଣକୁ ଆଧାର କରି ଦିଲ୍ଲୀ ମହିଳା ଆୟୋଗ ଦିଲ୍ଲୀ ପୋଲିସ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କୁ ନୋଟିସ ଜାରି କରିଛନ୍ତି। ମହିଳା ଆୟୋଗ ପ୍ୟାନେଲ କହିଛି ଯେ ଭାଇରାଲ ଭିଡିଓରେ ଜଣେ ଯାତ୍ରୀ ମହିଳା ବିମାନ କର୍ମଚାରୀ ଏବଂ ତାଙ୍କ ମହିଳା ସହ-ଯାତ୍ରୀଙ୍କ ଅଶ୍ଳୀଳ ଫଟୋ କ୍ଲିକ୍ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

କୁହାଯାଇଛି ଯେ ଯେତେବେଳେ ତାଙ୍କ ଫୋନ୍ ଯାଞ୍ଚ କରାଯାଇଥିଲା, ସେତେବେଳେ ବିମାନରେ ଥିବା ମହିଳାଙ୍କ ଆପତ୍ତିଜନକ ଫଟୋ ରହିଥିଲା। ଦିଲ୍ଲୀ ମହିଳା ଆୟୋଗ ଆଇଜି ବିମାନବନ୍ଦରର ଡିସିପି ତଥା ଡିଜିସିଏର ମହାନିର୍ଦ୍ଦେଶକଙ୍କୁ ଏହି ପ୍ରସଙ୍ଗରେ ଅଗଷ୍ଟ ୨୩ ସୁଦ୍ଧା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଦାଖଲ କରିବାକୁ କହିଛନ୍ତି।

 

Share this story