ଆପଣାନ୍ତୁ ଏହି ଘରୋଇ ଉପାୟ, ହଳଦିଆ ଦାନ୍ତ ହେବ ଧଳା ଚକ୍ ଚକ୍

ଓଡ଼ିଆ ଗସିପ୍ ବ୍ୟୁରୋ: ଯଦି ଆପଣଙ୍କ ଦାନ୍ତ କଳା, ହଳଦିଆ ଏବଂ ଗନ୍ଧଯୁକ୍ତ ହୋଇଥାଏ ତେବେ ଆପଣ କାହା ଆଗରେ ଖୋଲିକି ହସିପାରନ୍ତି ନାହିଁ।ଏବଂ ଏହାଦ୍ୱାରା ଆପଣଙ୍କ ଆତ୍ମବିଶ୍ୱାସ କମ ହୋଇଯାଇଥାଏ। ଏବଂ ଯଦି ଆପଣଙ୍କ ଦାନ୍ତ ସଫା ଏବଂ ଚମକଦାର ହୋଇଥାଏ ତେବେ ଆପଣଙ୍କୁ ଲୋକ ପସନ୍ଦ କରିଥାନ୍ତି।
ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
ଆଜି କାଲିର ଯୁବ ପିଢ଼ି ହେଉ କିମ୍ବା ବୃଦ୍ଧ ଅନେକ ଲୋକ ପାନ ଏବଂ ଗୁଟଖା ଖାଇ ନିଜ ଦାନ୍ତ ଖରାପ କରୁଛନ୍ତି। ଏବଂ ପରେ ଯେତେବେଳେ ସବୁ ନିଶା ଦ୍ରବ୍ୟକୁ ଛାଡିଲା ପରେ ଲୋକଙ୍କ ପାଖରେ ବସିବାକୁ କିମ୍ବା କଥା ହେବାକୁ ସେଇ ଲୋକମାନଙ୍କୁ ଖୁବ ଲାଜ ଲାଗିଥାଏ।ଏମିତି ବି ଅନେକ ଲୋକ ଅଛନ୍ତି , ଯେଉଁମାନେ ପ୍ରତିଦିନ ଭଲଭାବେ ଦାନ୍ତ ସଫା କରିବା ପରେ ମଧ୍ୟ , ସେମାନଙ୍କ ଦାନ୍ତ ହଳଦିଆ ପଡିଥାଏ ।
ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
ଦାନ୍ତ ହଳଦିଆ ପଡିବା ଦ୍ବାରା, ସାମ୍ନା ଲୋକଙ୍କ ସହ କଥା ହେବା କିମ୍ବା ହସିବାକୁ ଭଲ ଲାଗି ନଥାଏ । ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କରେ କିଛି ତଥ୍ୟ । ଦାନ୍ତ ହଳଦିଆ ପଡୁଥିଲେ,ଏଥିପାଇଁ କଣ କରିବେ । କଣ ରହିଛି ଘରୋଇ ଉପାୟ ।
ଘରୋଇ ଉପାୟ: ଏହା ପାଇଁ ବହୁତ୍ ଲାଭଦାୟକ ସୋରିଷ ତେଲ। ସୋରିଷ ତେଲରେ ସାମାନ୍ୟ ଲୁଣ ଓ ଅଳ୍ପ ମାତ୍ରାରେ ହଳଦି ନିଅନ୍ତୁ ଏବଂ ଦାନ୍ତରେ ଲଗାଇ ମସାଜ୍ କରନ୍ତୁ ।ହଳଦି ମଧ୍ୟରେ ଆଣ୍ଟି ବ୍ୟାକ୍ଟେରିଆଲ ତତ୍ୱ ରହିଥାଏ ଯାହାଦ୍ୱାରା ଦାନ୍ତ ସଫା ରହିଥାଏ ଏବଂ କିଟାଣୁ ମରିଯାଇଥାନ୍ତି।
ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
ଏହା ବ୍ୟତୀତ ଲେମ୍ବୁରେ ସାଇଟ୍ରିକ ଅମ୍ଳ ରହିଥାଏ।ଏହା ଦାନ୍ତକୁ ସଫା କରିବା ସଙ୍ଗେସଙ୍ଗେ ଗନ୍ଧ ମଧ୍ୟ ଦୂର କରିଥାଏ।ଏହାପରେ ୫ରୁ ୭ ଲବଙ୍ଗ ନିଅନ୍ତୁ ଏବଂ ଭଲ ଭାବରେ ପେଷି ଦିଅନ୍ତୁ।ଏହାପରେ ସେହି ଲବଙ୍ଗ ଗୁଣ୍ଡନେଇ ସେହି ପାତ୍ରରେ ରଖନ୍ତୁ।ଏହାପରେ ସେହି ସବୁ ଜିନିଷକୁ ଭଲ ଭାବରେ ମିଶାଇଦିଅନ୍ତୁ।ଏହା ପ୍ରସ୍ତୁତ ହୋଇଯିବା ପରେ ବ୍ରସରେ ତାହାକୁ ଲଗାଇ ନିଜ ଦାନ୍ତକୁ ସଫା କରନ୍ତୁ।ଆପଣ ଏହାର ବ୍ୟବହାର ସପ୍ତାହରେ ତିନି ଥର କରନ୍ତୁ।ଆପଣଙ୍କ ଦାନ୍ତ ସଫା ହେବା ସଙ୍ଗେ ସଙ୍ଗେ ଗନ୍ଧ ମଧ୍ୟ ଦୂର ହୋଇଯିବ ଏବଂ ଯଦି ଦରଜ ଥାଏ ତେବେ ତାହା ମଧ୍ୟ କମିଯିବ।
ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !
ହଳଦୀ ଓ ନଡ଼ିଆ ତେଲକୁ ଭଲ ଭାବେ ମିଶାନ୍ତୁ। ଏବେ ଏହାକୁ ଦାନ୍ତରେ ଲଗାନ୍ତୁ। ପାଞ୍ଚ ମିନିଟ୍ ପାଇଁ ଏହାକୁ ସେମିତି ଛାଡ଼ି ଦିଅନ୍ତୁ। ଏହା ପରେ ବ୍ରସ୍ ସାହାଯ୍ୟରେ ଧୀରେ ଧୀରେ ଦାନ୍ତକୁ ଘଷନ୍ତୁ। ଏହା ବ୍ୟତୀତ ପାଚିଲା କଦଳୀ ଚୋପାକୁ ନେଇ ଦାନ୍ତରେ ଘଷିବା ଦ୍ବାରା,ଏହା ଦାନ୍ତରୁ ହଳଦିଆପଣ ଦୂର କରିବାରେ ସାହାଯ୍ୟ କରେ । ନିୟମିତ ଏପରି କଲେ ଏହାର ରେଜଲ୍ଟ ଆପଣ ଖୁବ୍ଶୀଘ୍ର ପାଇପାରିବେ ଓ ଫଳାଫଳ ନିଜେ ଅନୁଭବ ମଧ୍ୟ କରି ପାରିବେ ।
ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!