ବ୍ରେନ୍‌ ଟ୍ୟୁମର କାହାକୁ କୁହାଯାଏ ଓ ଏହା କାହିଁକି ହୁଏ ? ଜାଣନ୍ତୁ କାରଣ ଓ ଲକ୍ଷଣ
 

Brain Tumor Symptoms and Signs
ବ୍ରେନ୍‌ ଟ୍ୟୁମର କାହିଁକି ହୁଏ ? ଜାଣନ୍ତୁ କାରଣ ଓ ଲକ୍ଷଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମସ୍ତିସ୍କ ମାନେ ବ୍ରେନ ଏମିତି ଏକ ଜିନିଷ ଯାହା ମଣିଷ ଶରୀରର ମୁଖ୍ୟ ଅଙ୍ଗ ବୋଲି କୁହାଯାଏ l ବ୍ରେନ ଦେହର ସବୁ ଅଙ୍ଗକୁ କଣ୍ଟ୍ରୋଲ କରିଥାଏ l ଦେହର ପ୍ରେତେକ ଟି ଶିରାପ୍ରଶିରା ବ୍ରେନ ସହ ଯୋଡି ହୋଇଥାଏ l ତେବେ ବ୍ରେନ ଟ୍ୟୁମର କାହାକୁ କୁହାଯାଏ ?

ଆମ ମୁଣ୍ଡ ଭିତରେ ଅନେକ ଅଂଶ ରହୁଛି କିନ୍ତୁ ଯେତେବେଳେ ମସ୍ତିଷ୍କ ଭିତରେ ଥିବା ସେଲ ବା ଯେଉଁଠା ପ୍ରପର ମସ୍ତିଷ୍କ ସେଥିରେ କିଛି ଇମବେଲେନ୍ସ ବା ଏବନର୍ମାଲ ଦେଖାଯାଏ ସେତେବେଳେ ତାହାକୁ ବ୍ରେନ ଟ୍ୟୁମର କୁହାଯାଏ ।

ଆଉ ଏହି ବ୍ରେନ ଟ୍ୟୁମର ସାଧାରଣତଃ ଦୁଇ ପ୍ରକାରର ହେଇଥାଏ ଗୋଟିଏ ହେଉଛି ବିନାଇନ ବା ସାଧା ଟ୍ୟୁମର ହେଇଥାଏ ଆଉ ମେଳିଗନେଟ ଏହା ଟ୍ୟୁମର ର କ୍ୟାନ୍ସର ଷ୍ଟେଜ ଅଟେ ।ତେବେ ମେଟେଷ୍ଟେଟିକ ଆଉ ଗୋଟିଏ ପ୍ରକାର ବ୍ରେନ ଟ୍ୟୁମର ଏଥିରେ ଶରୀରର ଗୋଟିଏ ଜାଗାର ଟ୍ୟୁମର ବ୍ରେନ କୁ ମାଡି ଯାଇଥାଏ ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...

ମସ୍ତିଷ୍କ ଟ୍ୟୁମର ଲକ୍ଷଣ

ଡାକ୍ତରଙ୍କ କହିବା ଅନୁସାରେ, କିଛି ଲୋକଙ୍କର କୌଣସି ନିର୍ଦ୍ଦିଷ୍ଟ ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ କେତେକ ଲକ୍ଷଣ ରହିଛି, ଯାହାକୁ ଆମେ ସାଧାରଣ ସମସ୍ୟା ଭାବି ଅଣଦେଖା କରନ୍ତି। ସେଥି ମଧ୍ୟରୁ ମୁଣ୍ଡ ବୁଲାଇବା, ଥକ୍କା, ବାନ୍ତି ହେବା କିମ୍ବା ବାନ୍ତି ଲାଗିବା, ଶୁଣିବା ଏବଂ କଥା କହିବାରେ ସମସ୍ୟା, ହାତ ଏବଂ ପାଦର ଅସ୍ଥିରତା, ଅସ୍ପଷ୍ଟ ଦୃଷ୍ଟିଶକ୍ତି ଇତ୍ୟାଦି ଏହି ରୋଗର ଲକ୍ଷଣ ହୋଇପାରେ। 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

- ମୁଣ୍ଡ ବିନ୍ଧିବା ହଉଛି ବ୍ରେନ ଟ୍ୟୁମର ର ପ୍ରଥମ ଲକ୍ଷଣ ତେବେ ଏହି ମୁଣ୍ଡ ବିନ୍ଧାରେ ପୁରା ମୁଣ୍ଡ ବିନ୍ଧିଥାଏ ଓ ତା ସହିତ ବାନ୍ତି ବି ହେଇଥାଏ । ସକାଳୁ ସକାଳୁ ନିଦରୁ ଉଠିଲା ପରେ ଓ ରାତି ୩ଟାରେ ହଠାତ ମୁଣ୍ଡ ବହୁତ ଜୋରରେ ବିନ୍ଧିବା ଏଥିରେ ଦେଖାଯାଏ ।

- ସିଜର,ତେବେ ଆଗପଟ ମୁଣ୍ଡ ଆମର ବ୍ୟବହାର କୁ ନିୟନ୍ତ୍ରଣ କରିଥାଏ, ଆମେ କାହାକୁ କେମିତି କଣ କହିବା ସେସବୁ ଗାଇଡ଼ କରିଥାଏ ।ଆଉ ଯେତେବେଳେ ଆମ ବ୍ୟବହାର ରେ ହଠାତ କିଛି ପରିବର୍ତ୍ତନ ଦେଖାଯାଏ ତେବେ ଏହା ବି ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।

- ଗୋଡ଼ ହାତ ବା ଆଙ୍ଗୁଳି ଧୀରେଧୀରେ କରି ହଠାତ ପାରାଲିସିସ ହେଇଯିବା ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।

- ବାମ ପାଖ ମୁଣ୍ଡା ଆମର କଥା କହିବାକୁ,କ୍ରୋଧ,ହସ ଆଦିକୁ ନିୟନ୍ତ୍ରଣ କରିଥାଏ ଯେପରି ଆମେ ବହୁତ ସମୟରେ ହସିବାକୁ ଇଚ୍ଛା ଯହିଲେ ବି ଚୁପ ରହୁ ସେହି କାର୍ଯ୍ୟ କରିଥାଏ । କିନ୍ତୁ ଯେତେବେଳେ ଦେଖିବେ ପାଟ ଖନୀ ମାରିବା ଆରମ୍ଭ କରିବ ବହୁତ ସମୟରେ ଅଚାନକ ରାଗି ଯାଉଥିବେ ତେବେ ତାହା ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।

- ଆଖି ପାଖ ପିଟ୍ୟୁଟାରୀରେ ବା ବ୍ରେନ ପଛରେ ଟ୍ୟୁମର ଥିଲେ ଆଖିରେ ଆପଣ ଦୁଇ ପାଖକୁ ଦେଖି ପାରିବେ ନାହିଁ ଏହା ବି ର୍କ ବ୍ରେନ ଟ୍ୟୁମରର ଲକ୍ଷଣ ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

କାହିଁକି ହୁଏ ବ୍ରେନ ଟ୍ୟୁମର

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମୋବାଇଲ୍ ଫୋନ୍ ବ୍ୟବହାର ସହ ମସ୍ତିଷ୍କ ଟ୍ୟୁମରର ଲିଙ୍କ୍ ରହିଛି। ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ମୋବାଇଲ୍ ଫୋନ୍ ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ରେଡିଏସନ ନିର୍ଗତ କରେ, ଯାହା ମଣିଷ ପାଇଁ କର୍ସିନୋଜେନିକ୍ ହୋଇଥାଏ, ଅର୍ଥାତ୍ ଏହା କର୍କଟ ରୋଗ ସୃଷ୍ଟି କରିଥାଏ। ଏଥିପାଇଁ ବିଶେଷଜ୍ଞମାନେ ହେଡଫୋନ୍ କିମ୍ବା ସ୍ପିକରରେ କଥା ହେବାକୁ ପରାମର୍ଶ ଦିଅନ୍ତି ଏବଂ ଯଥା ସମ୍ଭବ ମୋବାଇଲ ଫୋନରୁ ଦୂରେଇ ରହିବାକୁ କୁହନ୍ତି।

ଶିଳ୍ପ କ୍ଷେତ୍ରରେ ବ୍ୟବହାର ହେଉଥିବା ବିଭିନ୍ନ ରସାୟନ ବା ଯୌଗିକ ପଦାର୍ଥ ସଂସ୍ପର୍ଶରେ ଆସିବା ଫଳରେ ବ୍ରେନ୍ ଟ୍ୟୁମର ହେବାର ଆଶଙ୍କା ଥାଏ। 

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଅଧିକ ପରିମାଣର ଚର୍ବିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମସ୍ତିଷ୍କ ଟ୍ୟୁମର ହେବାର ଆଶଙ୍କା ବଢିପାରେ। ଅନେକ ଅଧ୍ୟୟନ ଅନୁଯାୟୀ, ଖରାପ ଖାଦ୍ୟ ବ୍ୟତୀତ, ଧୂମପାନ କିମ୍ବା ବ୍ୟାୟାମ ନକରିବା ଫଳରେ ମସ୍ତିଷ୍କ ଟ୍ୟୁମର ହୋଇପାରେ।

ଡାକ୍ତରମାନେ କହନ୍ତି ଯେ, ମସ୍ତିଷ୍କ ଟ୍ୟୁମରର ବିକାଶରେ ହରମନ ଅସନ୍ତୁଳନ ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ। ଦୀର୍ଘ ଦିନ ଧରି ହରମନ୍ ରିପ୍ଲେସମେଣ୍ଟ ଥେରାପି ନେଉଥିବା ମହିଳାମାନଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ।

ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story