ନିଜ ୪ ବର୍ଷର ପୁଅକୁ ମାରି ରକ୍ତ ଛିଟାକୁ ପିରିୟଡ ବ୍ଲଡ ବୋଲି କହିଲା ମା', ଶୁଣି ପୋଲିସ କାବା... 
 

Who is Suchana Seth Bengaluru CEO who killed her 4 year son
ପୁଅକୁ ମାରି ରକ୍ତ ଛିଟାକୁ ପିରିୟଡ ବ୍ଲଡ ବୋଲି କହିଲା ମା'
 

ଓଡ଼ିଆ ଗସିପ୍ ବ୍ୟୁରୋ: ନିଜ ୪ ବର୍ଷର ପୁଅକୁ ମାରି ବ୍ୟାଗରେ ଭର୍ତ୍ତି କରି ଯାତ୍ରା କଲା ମାଆ । ବେଙ୍ଗାଲୁରୁର ଏକ ଏଆଇ କମ୍ପାନୀର CEOଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପୁଅକୁ ଗୋଆରେ ହତ୍ୟା କରି ସେଠାରୁ ବେଙ୍ଗାଲୁରୁ ଆଣୁଥିଲେ ମହିଳା । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି । ମହିଳାଙ୍କ ବୟସ ୩୯ ବର୍ଷ । ସେ ବେଙ୍ଗାଲୁରୁରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଅଛନ୍ତି । 

ସେ ଗୋଆର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଛାଡପତ୍ର ଦେଇଥିବା ପୂର୍ବତନ ସ୍ବାମୀ ସହ ପୁଅକୁ ଭେଟ କରାଇବାକୁ ଚାହୁଁନଥିଲେ ମହିଳା । ସେଥିଲାଗି ମହିଳା ଜଣକ ପୁଅକୁ ହତ୍ୟା କରିବାକୁ ଚାହୁଁଥିଲେ । ଆଉ ଏହି ହତ୍ୟାର ମୂଳ କାରଣ ଛାଡ଼ପତ୍ର ଦେଇଥିବା ସ୍ୱାମୀ ପ୍ରତି ଅହେତୁକ ଘୃଣାଭାବ। ସୂଚନା ଚାହୁଁନଥିଲେ ସେ ତାଙ୍କ ସ୍ୱାମୀ ତାଙ୍କ ପୁଅକୁ ଭେଟନ୍ତୁ ବା ମିଳାମିଶା କରନ୍ତୁ । ଯାହା ଫଳରେ ସୂଚନା ଏମିତି ଏକ ଭୟଙ୍କର ନିଷ୍ପତ୍ତି ନେଇଛନ୍ତି। 

ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

ସୂଚନା ଅନୁସାରେ, ଗୋଆରେ ଏକ ହୋଟେଲରେ ରହିଥିଲେ ମହିଳା ଜଣଙ୍କ। ହୋଟେଲରୁ ଚେକ୍ ଆଉଟ୍ କରି ବାହାରିବା ପରେ ସେହି ହୋଟେଲର କର୍ମଚାରୀ ରୁମକୁ ଯାଞ୍ଚ କରିବାକୁ ଯାଇଥିଲେ। ସେତେବେଳେ ହୋଟେଲ ରୁମରେ ସେ ରକ୍ତର ଛିଟା ଦେଖିଥିଲେ। ଏହାପରେ ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ଗୋଆର ସ୍ଥାନୀୟ ପୋଲିସକୁ ସମ୍ପର୍କ କରିବା ପରେ ଗୋଆ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଯାଞ୍ଚରୁ ସମ୍ପୃକ୍ତ ମହିଳା ଜଣକ ପୁଅ ବିନା ହୋଟେଲରୁ ବାହାରୁଥିବା ଦେଖିବାକୁ ମିଳିଥିଲା । 

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ସୂଚନା ହୋଟେଲରୁ ବାହାରି ଏକ ଟାକ୍ସି ଯୋଗେ ବେଙ୍ଗାଳୁରୁ ଯାଇଥିଲେ । ଏହାପରେ ଗୋଆ ପୋଲିସ ହୋଟେଲ କର୍ତ୍ତୃପକ୍ଷଙ୍କ ସମ୍ପର୍କ କରି ଟାକ୍ସି ଡ୍ରାଇଭର ନମ୍ବରକୁ ଯୋଗାଯୋଗ କରିଥିଲା।ପରେ ପୋଲିସ ଅଧାରାସ୍ତାରୁ ସୂଚନାଙ୍କୁ ଧରି ପଚରାଉଚରା କରିଥିଲା। ଏହାସହ ହୋଟେଲକୁ ଆଣି ଟାଉଲ ରେ ଲାଗିଥିବା ରକ୍ତ ବିଷୟରେ ପଚାରିବାରୁ ସୂଚନା କହିଥିଲେ ଯେ, ଏହାତାଙ୍କ ପିରିୟଡ ବ୍ଲଡ ଷ୍ଟେନ। ଯାହା ଜାଣି ପୋଲିସ ଆହୁରି ସନ୍ଦେହ କରିଥିଲା। ପରେ ପଚରାଉଚରା ସହ ସୂଚନାଙ୍କ ପାଖେ ଥିବା ବ୍ୟାଗର ସର୍ଚ୍ଚ କରିବା ପରେ ପୋଲିସର ହୋସ୍ ଉଡ଼ିଯାଇଥିଲା । ସୂଚନାଙ୍କ ପାଖେ ଥିବା ବ୍ୟାଗରୁ ମିଳିଥିଲା ୪ ବର୍ଷୀୟ କୁନିପୁଅର ମୃତଦେହ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ଜାଣନ୍ତୁ ପୂରା ଘଟଣା କଣ ଥିଲା : ୧୪ ବର୍ଷ ପୁରୁଣା ସମ୍ପର୍କ କେମିତି ୧୦ ବର୍ଷ ମଧ୍ୟରେ ଭାଙ୍ଗିଥିଲା ସୂଚନା ଙ୍କ ବୈବାହିକ ଜୀବନ। ପଶ୍ଚିମବଙ୍ଗ ନିବାସୀ ସୂଚନା ସେଠ୍ କେରଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ। ବିବାହର ୯ ବର୍ଷ ପରେ ଅର୍ଥାତ୍ ୨୦୧୯ ରେ ଦୁହିଁଙ୍କର ଏକ ପୁଅ ଜନ୍ମ ହେଲା । ଆଗାମୀ ବର୍ଷ ଅର୍ଥାତ୍ ୨୦୨୦ ରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜି ଶେଷରେ ବିବାହ ବିଚ୍ଛେଦ ହୋଇଥିଲା । 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

କୋର୍ଟ ଏହି ମାମଲାର ରାୟ ଶୁଣାଇ କହିଥିଲେ ଯେ, ବାପା ପ୍ରତି ରବିବାର ନିଜ ପୁତ୍ର ସନ୍ତାନକୁ ଦେଖା ସାକ୍ଷାତ କରିପାରିବେ। ହେଲେ ଏହି ରାୟକୁ ପସନ୍ଦ କରୁନଥିଲେ ସୂଚନା ସେଠ୍। କୋର୍ଟଙ୍କ ଏହି ରାୟ ପରେ ସୂଚନା ମାନସିକ ଚିନ୍ତାରେ ରହିବାକୁ ଲାଗିଲେ। କେମିତି ନିଜ ପୁଅକୁ ସ୍ୱାମୀ ନଭେଟନ୍ତୁ ସେ ନେଇ ବିଭିନ୍ନ ପ୍ରକାରର କାହାଣୀ ରଚିଲେ ହେଲେ ସବୁଥିରେ ଫେଲ୍ ହୋଇଥିଲେ ସୂଚନା । ପରେ ସୂଚନା ଏହି ଭୟଙ୍କର ଷଡଯନ୍ତ୍ର ରଚିଥିଲେ।  

ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!
 

Share this story