ମୁଁ ଯାହା କହିବି ସେୟା କରିବ, ପୁଅ ମନ୍ମଥଙ୍କୁ ସସ୍ପେଣ୍ଡ କରାଯାଉ ବୋଲି କହିଲେ ଜଟଣୀ ବିଧାୟକ ସୁର ରାଉତରାୟ

MLA Sura Routray demand suspend to his son Manmath Routray
ପୁଅ ମନ୍ମଥଙ୍କୁ ସସ୍ପେଣ୍ଡ କରାଯାଉ ବୋଲି କହିଲେ ଜଟଣୀ ବିଧାୟକ ସୁର ରାଉତରାୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣ ଜାଣିଥିବେ ଯେ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେ ସବୁ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଏହାରି ଭିତରେ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପରିବାରରେ ମହାଭାରତ ଆରମ୍ଭ ହେଲାଣି ବୋଲି ଚର୍ଚ୍ଚା ଜୋର ଧରିଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

କାରଣ ଗତକାଲି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରେ ଜଟଣୀରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିବାବେଳେ ଆଜି ସୁର ଏହାକୁ ଖଣ୍ଡନ କରିଛନ୍ତି।ସୁର ସଫା ସଫା କହିଦେଇଛନ୍ତି ଯେ,’ ୨୦୨୪ରେ ମନ୍ମଥ କଂଗ୍ରେସରୁ ନିର୍ବାଚନ ଲଢ଼ିବ।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ଜଟଣୀରୁ ମନ୍ମଥ ନିର୍ବାଚନ ଲଢ଼ିବେ । କଂଗ୍ରେସରୁ ନାମାଙ୍କନ ଭରିବ ଓ ମୁଁ ଯାହା କହିବି ସେୟା କରିବ। ବିଜେଡି ଓ ବିଜେପି ପକ୍ଷରୁ ମନ୍ମଥଙ୍କୁ ଉସୁକା ଯାଉଛି। ଏଆଇସିସି ନିୟମ ନ ମାନିଲେ ସସ୍ପେଣ୍ଡ କରିବାକୁ କହିଛି। ଦଳୀୟ ଶୃଙ୍ଖଳା ଭାଙ୍ଗିଛି, ସସ୍ପେଣ୍ଡ କରାଯାଉ।

ଅଧିକ ପଢ଼ନ୍ତୁ: ଜନ୍ମାଷ୍ଟମୀ ଅର୍ଦ୍ଧରାତ୍ରିର ଅମୃତ ବେଳାରୁ ଏହି 5ଟି ରାଶିରେ ଧନର ବର୍ଷା, ହେବେ ମାଲାମାଲ୍, ଜାଣନ୍ତୁ ରାଶି ଗୁଡିକର ନାମ ?

ସୂଚନାମୁତାବକ ଗତକାଲି ମନ୍ମଥ କହିଥିଲେ ଯେ ଜଟଣୀ ନିର୍ବାଚନମଣ୍ଡଳୀର ଲୋକଙ୍କ ମତକୁ ଆଧାର କରି ସେ କଂଗ୍ରେସରୁ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେଉଁ ଦଳରୁ ଲଢ଼ିବେ ସେ ସଂପର୍କରେ ଆସନ୍ତା ଅକ୍ଟୋବର ମାସରେ ଘୋଷଣା କରିବେ ବୋଲି କହିଥିଲେ।

ଅଧିକ ପଢ଼ନ୍ତୁ: ଶାଶୂ ଘରକୁ ସ୍ବର୍ଗ କରନ୍ତି ଏହି ଝିଅ; ଏମାନଙ୍କ ପାଖରେ ରହିଥାଏ ଏହି ଖାସ୍ ଗୁଣ, ଜାଣନ୍ତୁ ସେହି ବିଶେଷ ଗୁଣଗୁଡ଼ିକ କଣ...

ସେ ଆହୁରି ମଧ୍ୟ କହିଥିଲେ ଯେ ବିଗତ ସାଢ଼େ ୪ବର୍ଷ ଧରି ନିର୍ବାଚନମଣ୍ଡଳୀରେ କାମ କରି ଆସୁଛି। ଏହାଭିତରେ ଅନେକ ଅଭିଜ୍ଞତା ମିଳିଛି। ମୁଁ ଟିମ୍ ୱାର୍କରେ ବିଶ୍ବାସ କରେ। ତେବେ ଆସନ୍ତା ନିର୍ବାଚନରେ କଂଗ୍ରେସରୁ ନ ଲଢ଼ିବା ପାଇଁ କଲେଜ ଛାତ୍ରଛାତ୍ରୀ, ମହିଳା ଓ ସମସ୍ତଙ୍କର ମତ ରଖିଛନ୍ତି। ଜନତାଙ୍କ ମତକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନେଇଛି। ଏହା ଗୋଟିଏ ଦିନର ନିଷ୍ପତ୍ତି ନୁହେଁ, ଭାବିଚିନ୍ତି ଏ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

ନିର୍ବାଚନମଣ୍ଡଳୀରେ ମଧ୍ୟ ଲୋକଙ୍କ ଭିତରେ ଏକପ୍ରକାର ଦ୍ବନ୍ଦ୍ବ ଦେଖା ଦେଇଥିଲା। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଏକାଧିକ ମତ ରହିଛି। କେଉଁ ଦଳରୁ ପ୍ରାର୍ଥୀ ହେବି ତାହା ସଂପର୍କରେ ଲୋକଙ୍କ ମତ ଜାଣିସାରିଲିଣି। ଆସନ୍ତା ଅକ୍ଟୋବର ମାସରେ ଏହା ସଂପର୍କରେ ଲୋକଲୋଚନକୁ ଆସିଯିବ ବୋଲି ସେ କହିଛନ୍ତି।

ଅଧିକ ପଢ଼ନ୍ତୁ: କାଉନସିଲରରୁ ବାଚସ୍ପତି ହେବ ଯାଏଁ ସୂର୍ଯ୍ୟ ପାତ୍ରଙ୍କ ପଲିଟିକାଲ ଯାତ୍ରା ବିଷୟରେ ଜାଣନ୍ତୁ ସଂକ୍ଷେପରେ...

Share this story