ବିଜେଡିରେ ମିଶିଲେ କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ
ଓଡ଼ିଆ ଗସିପ୍ ବ୍ୟୁରୋ: ବିଜେଡିରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ । ଆଜି ହଜାର ହଜାର ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ମନ୍ମଥ । ସାଂସଦ ମାନସ ମଙ୍ଗରାଜ, ସାଂସଦ ସସ୍ମିତ ପାତ୍ର ଓ ବିଜେଡି ନେତା ବିଭୂତି ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି କ୍ୟାପଟେନ ମନ୍ମଥ ରାଉତରାୟ ।
କ୍ୟାପଟେନ ମନ୍ମଥ ରାଉତରାୟଙ୍କ ସହ ତାଙ୍କ ଅନୁଗାମୀ ମାନଙ୍କୁ ବିଜେଡିକୁ ସ୍ବାଗତ କରି ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ କ୍ୟାପଟେନ ମନ୍ମଥ ଜଣେ ସୁପରିଚିତ ଚେହେରା। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ତାଙ୍କ ଯୋଗଦାନରେ ଦଳ ଆହୁରି ସଶକ୍ତ ହେବ।
ଆଧିକ ପଢନ୍ତୁ : କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ
ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳଵାନ୍ତରାୟ କହିଥିଲେ ଯେ, ଯେ ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ, ଆମ ଆଦର୍ଶ, ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲୋକ ବିଜେଡିରେ ଯୋଗଦେଉଛନ୍ତି। ମନ୍ମଥ ରାଉତରାୟ ବିଜେଡିରେ ଯୋଗଦେଉଥିବାରୁ ଆଜି ଜଟଣୀ ଓ ଖୋର୍ଦ୍ଧା ପାଇଁ ଗର୍ବର ଦିନ।
ବର୍ତ୍ତମାନ ରାଜନୀତିରେ ବହୁ ଶିକ୍ଷିତ ଯୁବକଙ୍କ ଆବଶ୍ୟକତା ରହିଛି। ଏହା ବିଜେଡି ଭିତ୍ତିକୁ ସୁଦୃଢ କରୁଛି। ଆଗାମୀ ଦିନରେ ଏହି ଶକ୍ତି ନିର୍ବାଚନ ଫଳାଫଳରେ ଜଣା ପଡିବ। ମନ୍ମଥ ତଳ ସ୍ତରରୁ ଦଳ ପାଇଁ କାମ କରବେ ଏବଂ ଦଳକୁ ଆହୁରି ଶକ୍ତିଶାଳୀ କରିବେ।
ଆଧିକ ପଢନ୍ତୁ : ଏହି ୫ଟି ଖାଦ୍ୟ ଥାଇରଏଡ୍ ରୋଗୀଙ୍କ ପାଇଁ ବିଷ, ଜାଣନ୍ତୁ କଣ କଣ ?
ଅନ୍ୟପଟେ ବିଜେଡିରେ ଯୋଗଦେବା ପରେ ମନ୍ମଥ ରାଉତରାୟ କହିଛନ୍ତି ଏହା ମୋ ପାଇଁ ଗର୍ବର ମୁହୂର୍ତ୍ତ । ଓଡ଼ିଶାର ଏକ ନମ୍ବର ଦଳ ମୋତେ ଚୟନ କରିଛି । ମୋତେ ଯାହା ବି ଦାୟିତ୍ୱ ମିଳିବ ତାହାକୁ ତୁଲାଇବି । ନିର୍ବାଚନ ଲଢିବି କି ନାହିଁ ତାହା ଦଳ ନିଷ୍ପତ୍ତି ନେବେ । ମୁଁ ଶୃଙ୍ଖଳିତ କର୍ମୀ ଭଳି କାମ କରିବି ।
ମନ୍ମଥ ଆହୁରି ମଧ୍ୟ କହିଛନ୍ତି ମୁଁ ମୋ ବାପାଙ୍କ ଆଶୀର୍ବାଦ ନେଇକି ଆସିଛି। ମୁଁ ତାଙ୍କ ଅନୁମତିରୁ ଆସିଛି। ବିଜୁ ପଟ୍ଟନାୟକ ମୋ ଆଦର୍ଶ, ସେ ମୋ ପରି ପାଇଲଟ ଥିଲେ । ମୁଖ୍ୟମନ୍ତ୍ରୀ ମୋ ପାଇଁ ବହୁତ ଗୁରୁତ୍ୱ ରଖନ୍ତି। ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ଙ୍କ କାର୍ଯ୍ୟ ଶୈଳୀ ମତେ ବହୁତ ପସନ୍ଦ, ତାଙ୍କ କାମ ଗ୍ରାଉଣ୍ଡ ଲେବୁଲରୁ ହୋଇଥାଏ। ଏଥି ସହିତ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମତେ ଗାଇଡ଼ କରିଛନ୍ତି, ବାପାଙ୍କ ସମ୍ମାନ ରକ୍ଷା କରିବା କଥା ସେ ଦେଇଛନ୍ତି।
ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍
ମତେ ଲାଗୁଛି ଓଡ଼ିଶାକୁ ବିକାଶର ସ୍ବପ୍ନ ଆଗେଇବାକୁ ବିଜେଡି ହିଁ ଏକମାତ୍ର ଦଳ। ସବୁ କ୍ଷେତ୍ରରେ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ସେ ପ୍ରକୃତରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ। ତାଙ୍କ ଦଳରେ ଯୋଗଦେବ ମୋ ପାଇଁ ଗର୍ବର ବିଷୟ ବୋଲି ମନ୍ମଥ ରାଉତରାୟ କହିଛନ୍ତି।
ମନ୍ମଥ ରାଉତରାୟଙ୍କ ସହ ଆଜି ତାଙ୍କର ଶତାଧିକ ଅନୁଗାମୀ ବିଜେଡିରେ ଯୋଗଦେଇଛନ୍ତି। ମନ୍ମଥଙ୍କ ସହ ସସ୍ମିତା ଗୁମାନସିଂ, ବିଜୟ ମହାନ୍ତି, ଜ୍ୟୋତିର୍ମୟୀ, ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର, ହଟକିଶୋର ପ୍ରଧାନ, ମନ୍ମଥ ଜେନା, ପ୍ରଶାନ୍ତ ପଟ୍ଟନାୟକ, ଦୁଃଶାସନ ସ୍ୱାଇଁ, ସୁଧାଂଶୁ ବଡ଼ଜେନା, ସୁରେନ୍ଦ୍ର ଜଗଦେବ, ଚନ୍ଦ୍ରଶେଖର ଗୁମାନସିଂ, ଭବାନୀ ଭଞ୍ଜ, ସୁବ୍ରତ ରଣା, ଆଶିଷ ବେହେରା, ବ୍ରଜ ବଡ଼ଜେନା, ପଦ୍ମ ଚରଣ ପ୍ରଧାନ, ଭୁସେନ ରାଏ, ବୃନ୍ଦାବନ ସାହୁ, ଜିତେନ୍ଦ୍ର ରଥ, ସୀତା ରାୟତ, ଇତିଶ ପାହାଡ଼ସିଂ, ସଂକେତ ପାଟଶାଣୀ ବିଜେଡିରେ ସାମିଲ ହୋଇଛନ୍ତି।
ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ