କଂଗ୍ରେସରୁ ପୁଅ ମନ୍ମଥଙ୍କୁ ନିଲମ୍ବନ ପରେ ପ୍ରବଳ ବର୍ଷିଲେ ବାପା ସୁରେଶ ରାଉତରାୟ, କହିଲେ କଂଗ୍ରେସ ମୋ’...
 

Congress Leader Sura Routrays Reaction After Son Manmath suspended from the congress

କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ

ଓଡ଼ିଆ ଗସିପ୍ ବ୍ୟୁରୋ: ଗଣମାଧ୍ୟମରେ ବୟାନ ଦେବା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ ତଥା ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ମନ୍ମଥ ରାଉତରାୟଙ୍କୁ ମହଙ୍ଗା ପଡ଼ିଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଏ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସର ଶୃଙ୍ଖଳା କମିଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ମନ୍ମଥ କଂଗ୍ରେସର ସଦସ୍ୟ ଥିଲେ।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ହେଲେ ସେ ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ନୁହନ୍ତି ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ବିଜେପି କିମ୍ବା ବିଜେଡି କାର୍ଯ୍ୟାଳୟକୁ ଯିବା ପାଇଁ ସଙ୍କୋଚ କରିବେ ନାହିଁ ବୋଲି ମଧ୍ୟ ବୟାନ ଦେଇଥିଲେ। ଏହି ବୟାନ ପାଇଁ ଗତକାଲି ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ସେ ଏହାର ଉତ୍ତର ନ ରଖିବାକୁ ତାଙ୍କୁ ଦଳରୁ ନିଲମ୍ବତ କରାଯାଇଥିବା କଂଗ୍ରେସ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା ଜଣାଇଛନ୍ତି।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

କଂଗ୍ରେସରୁ ପୁଅ ମନ୍ମଥ ରାଉତରାୟଙ୍କୁ ନିଲମ୍ବନ ପରେ ଆଜି ଦଳ ଉପରେ ପ୍ରବଳ ବର୍ଷିଛନ୍ତି ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସାନପୁଅକୁ ନିଲମ୍ବନ କରିବା ମୋ ପ୍ରତି ଅସମ୍ମାନ ବୋଲି କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁରେଶ ରାଉତରାୟ । ମୋତେ ଦଳ ଅପମାନ କରିଛି । ନିଲମ୍ବନ ନେଇ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ କଡ଼ା ସମାଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ସେ ଦଳ ଭିତରେ କିଏ ବୋଲି ସୁର ପ୍ରଶ୍ନ କରିଛନ୍ତି । ମନ୍ମଥ କିଛି ଭୁଲ କରିନାହିଁ, ଠିକ୍‌ ସମୟରେ ଜବାବ ଦିଆଯିବ ବୋଲି କହିଛନ୍ତି ସୁରେଶ ରାଉତରାୟ । ଦଳରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ପଇସା ଦେଇ ଦଳକୁ କିଣି ରଖିଥିବା କହିଛନ୍ତି ସୁରେଶ । କମିଟିରେ ମନଇଛା ଲୋକଙ୍କୁ ରଖାଯାଇଛି । ଯେଉଁମାନେ କଂଗ୍ରେସ କମିଟିରେ ଅଛନ୍ତି ସେମାନେ, ଦିନେ ହେଲେ କଂଗ୍ରେସ ଅଫିସ ଆସୁନାହାନ୍ତି । ଏହାଛଡ଼ା ଦଳରେ କ’ଣ ଚାଲିଛି ସବୁ ଜାଣିଛି, ଛିନଛତ୍ର କରିବାକୁ କମ୍ ସମୟ ଲାଗିବ ବୋଲି କହିଛନ୍ତି ସୁର ।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଅନ୍ୟପଟେ କଂଗ୍ରେସରୁ ନିଲମ୍ବିତ ହେବା ପରେ ମନ୍ମଥ କହିଛନ୍ତି, ଏ ନିଲମ୍ବନ ମତେ ଫରକ ପକାଇବନାହିଁ। ମୁଁ ମୂଳରୁ କଂଗ୍ରେସର ସଦସ୍ୟ ନ ଥିଲି, ଆଉ ନିଲମ୍ବନ ହେବି କ’ଣ ? ମୋତେ ନ ପଚାରି ମୋ ନାଁ ପିସିସି କମିଟିରେ ରଖାଯାଇଥିଲା। ମୁଁ ଜଣେ କେନ୍ଦ୍ର ସରକାରୀ କର୍ମଚାରୀ। ଏକଥା ପ୍ରଥମରୁ ଯାଞ୍ଚ କରିବାର ଥିଲା। 

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ପ୍ରଥମେ ମୋତେ ସଦସ୍ୟ କରିବା ଭୁଲ୍‌ ଥିଲା। ଏବେ ଭୁଲ୍‌ ଉପରେ ଭୁଲ୍‌ କରୁଛନ୍ତି। ଭୁଲ୍‌ରେ ସଦସ୍ୟ କଲେ, ଏବେ ନିଲମ୍ବନ କରି ପୁଣି ଭୁଲ୍‌ କଲେ। ନିଲମ୍ବନ କରି ସେମ‌ାନେ ‌ଆଗକୁ ବଢ଼ିବାକୁ ସଙ୍କେତ ଦେଇଛନ୍ତି ବୋଲି ମନ୍ମଥ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

Share this story