ପ୍ରତି ମାସରେ ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା, ୫୦୦ରେ ଗ୍ୟାସ ସିଲିଣ୍ଡର, ମହିଳାମାନଙ୍କ ପାଇଁ ବଡ଼ ଘୋଷଣା

ଓଡ଼ିଆ ଗସିପ୍ ବ୍ୟୁରୋ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ତେଲେଙ୍ଗାନାରେ ଜନସଭାକୁ ସମ୍ବୋଧିତ କରି ମହିଳାମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ଏଣିକି ମହିଳାମାନଙ୍କୁ ପ୍ରତି ମାସ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହାସହିତ ରୋଷେଇ ପାଇଁ ଗ୍ୟାସ ସିଲିଣ୍ଡରର ଦାମ୍ ମଧ୍ୟ କମ୍ ହୋଇଯିବ । ମାତ୍ର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ପାଇପାରିବେ ସାଧାରଣ ଲୋକେ ।
ଏହାସହିତ ରାଜ୍ୟ ପରିବହନ ନିଗମର ବସରେ ମହିଳାମାନଙ୍କୁ ମାଗଣା ବସ ସେବା ଯୋଗାଇ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି। ଏହାବ୍ୟତୀତ ସାଧାରଣ ବର୍ଗର ଅନ୍ୟ ଲୋକମାନଙ୍କ ପାଇଁ ମଧ୍ୟ ମୋଟ ୬ଟି ଯୋଜନା ପ୍ରଣୟନ ହେବାକୁ ଯାଉଛି । ଏଭଳି ଅନେକ ଘୋଷଣା କରିଛନ୍ତି ।
ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ
କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ କହିଁଛନ୍ତି ରାଜ୍ୟରେ ତାଙ୍କ ପାର୍ଟି ସରକାର ଗଢିବା ସ୍ୱପ୍ନ ଥିଲା । ରାଜ୍ୟରେ ସରକାର ହେଲେ ପାର୍ଟି ସାଧାରଣ ଲୋକଙ୍କ ପାଇଁ ବହୁତ କିଛି କରିବ । ହାଇଦ୍ରାବାଦର ତୁକ୍କୁଗୁଡ଼ାରେ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ‘ମହାଲକ୍ଷ୍ମୀ’ ଯୋଜନା ସମେତ ପାର୍ଟି ୬ଟି ପ୍ରତିଶ୍ରୁତି ଘୋଷଣା କରୁଛି ଯାହା ନିଶ୍ଚୟ ଭାବରେ ପୂରଣ ହେବ ।
ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
କଂଗ୍ରେସ ସରକାର ଆସିଲେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାବ୍ୟତୀତ ମାତ୍ର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଏବଂ ରାଜ୍ୟ ପରିବହନର ମସରେ ମହିଳାମାନଙ୍କୁ ମାଗଣା ଯାତ୍ରା ସୁବିଧା ମଧ୍ୟ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ ।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଏହି କାର୍ଯ୍ୟକ୍ରମରେ ଜନତାଙ୍କୁ କଂଗ୍ରେସ ପାର୍ଟିକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ସୋନିଆ । ସେହିପରି ରାହୁଲ ଗାନ୍ଧୀ ନିଜ ସମ୍ବୋଧନରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ କରିଛନ୍ତି । ବିପକ୍ଷ ଦଳର ସମସ୍ତ ନେତାଙ୍କ ଉପରେ ବିଭିନ୍ନ ମାମଲା ରୁଜୁ ହୋଇଛି ।
ତେଣୁ ଏସବୁକୁ ଅତିକ୍ରମ କରି କଂଗ୍ରେସକୁ ବିଜୟୀ କରାଇବା ପାଇଁ ଜନସଭାରେ ଆହ୍ୱାନ କରିଥିଲେ ରାହୁଲ ଗାନ୍ଧୀ । ତେଲେଙ୍ଗାନାରେ କଂଗ୍ରେସ ସରକାର ଆସିଲେ ରାଜ୍ୟବାସୀମାନଙ୍କୁ ପ୍ରତିଶ୍ରୁତି ହୋଇଥିବା ସମସ୍ତ ୬ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ରାହୁଲ ପ୍ରକାଶ କରିଛନ୍ତି ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ