ଓୟୋ ରୁମରେ ଏମିତି କ'ଣ ଘଟିଲା ? ଅଙ୍ଗନବାଡି କର୍ମୀଙ୍କ ଜୀବନ ଚାଲିଗଲା...

Woman dead who came to the oyo hotel with her boyfriend
ପ୍ରେମ ପାଇଁ ଜୀବନ ଗଲା 

ଓଡ଼ିଆ ଗସିପ୍ ବ୍ୟୁରୋ: ବ୍ରହ୍ମପୁର ଗୋଲାନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ସ୍ଥିତ OYO ହୋଟେଲର ଏକ ରୁମ ଭିତରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ଏହା ଆତ୍ମହତ୍ୟା ନାଁ ହତ୍ୟା ତାହା ବର୍ତ୍ତମାନସୁଦ୍ଧା ସ୍ପଷ୍ଟ ହୋଇନି।

ଅନ୍ୟପକ୍ଷରେ ଦୁଷ୍କର୍ମ ସହ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ପରିବାର ଲୋକେ। ପୁରୀ ଚନ୍ଦନପୁରର ଝିଅ ହୋଇଥିବା ବେଳେ ପୁଅ ରାୟଗଡ଼ାର ବୋଲି ଜଣାପଡ଼ିଛି।ସେ ରାଜଧାନୀ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ପୁଲିସ ପୁଅକୁ ଅଟକ ରଖିଥିବା ଜଣାପଡିଛି।

ଅଧିକ ପଢନ୍ତୁ :ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ! 

ସୂଚନା ମୁତାବକ ଯୁବତୀ ଜଣକ ଅଙ୍ଗନବାଡି କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ । ସୋସିଆଲ ମିଡିଆ ମାଧ୍ୟମରେ ସଙ୍କେତ ସେନାପତି ନାମକ ଜଣେ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ହେବା ପରେ ପ୍ରଥମେ ବନ୍ଧୁତା ଓ ପରେ ତାହା ପ୍ରେମ ସମ୍ପର୍କରେ ବଦଳିଯାଇଥିଲା । ଯୁବତୀଙ୍କୁ ନେଇ ସନ୍ଧ୍ୟା ସମୟରେ ପ୍ରେମିକ ଏକ ଓୟୋ ହୋଟେଲ ଯାଇଥିଲେ । ଯୁବତୀ ଜଣକ ଏକ ଜନ୍ମଦିନ ପାର୍ଟି ଆଟେଣ୍ଡ କରିବା କଥା ଘରେ କହି ସଙ୍କେତଙ୍କୁ ଭେଟିବାକୁ ଆସିଥିଲେ । 

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

କିନ୍ତୁ ସେଠାରେ ଯୁବତୀ କୌଣସି କାରଣରୁ ଅସୁସ୍ଥ ହୋଇପଡିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ବୋଲି ସଙ୍କେତ ପୋଲିସ ଆଗରେ କହିଛନ୍ତି । ପ୍ରାୟ ରାତି ୧୦ଟା ୩୦ ସମୟରେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପ୍ରେମିକାଙ୍କ ମୃତ୍ୟୁ ହେବା ପରେ ପ୍ରେମିକ ସଙ୍କେତ ତାଙ୍କ ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ ।

ଅଧିକ ପଢନ୍ତୁ :ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ଆଗକୁ ଆସୁଛି ଭଲ ସମୟ!

ବ୍ରହ୍ମପୁର ଏସପି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯୁବତୀଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ । ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ଆଗକୁ ବଢାଯିବ ।

ଅଧିକ ପଢନ୍ତୁ :ମକର ସଂକ୍ରାନ୍ତି ଏହି ୬ ରାଶି ପାଇଁ ଅଶୁଭ, ସାବଧାନ ନହେଲେ ହରାଇବେ ସର୍ବସ୍ବ !
 

Share this story