ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ! 
 

Guru Shukra Shadashtak Yog will dangerous for 3 zodiac sings
୩ ରାଶିଙ୍କ ପାଇଁ ବଢ଼ିବ ଅଡୁଆ! 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭୋଗ, ବିଳାସ, ସୁଖ ଓ ସମୃଦ୍ଧିର ଗ୍ରହ ଶୁକ୍ର ଓ ବୃହସ୍ପତିଙ୍କ ସଂଯୋଗରେ ଶାଦାଶତକ ଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ଞାନ ଓ ଧନର ଗ୍ରହ ବୃହସ୍ପତି ଓ ଶୁକ୍ର ପରସ୍ପରର ଷଷ୍ଠ ଓ ଅଷ୍ଟମ ବିରାଜମାନ କରିବେ । ଏହି ଯୋଗ ଜାନୁୟାରୀ ୩ରେ ଅର୍ଥାତ୍ ବୁଧବାର ଦିନ ସୃଷ୍ଟି ହେବ । 

ଜ୍ୟୋତିଷ ଶାସ୍ତ୍ରରେ, ଏହି ଯୋଗକୁ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ତେଣୁ ଏହି ଯୋଗ କିଛି ରାଶି ପାଇଁ ଅଶୁଭ ଫଳଦାୟୀ ରହିବ । ଏଭଳି ପରିସ୍ଥିତିରେ, ଆସନ୍ତୁ ଜାଣିବା କେଉଁ ରାଶିକୁ ଏହି ଅବଧି ମଧ୍ଯରେ ସତର୍କ ରହିବାକୁ ପଡ଼ିବ ।

ଅଧିକ ପଢନ୍ତୁ :୧୭ ବର୍ଷର ନାବାଳିକା ଝିଅ ବୟଫ୍ରେଣ୍ଡ ସହ ଯାଇଥିଲେ ବୁଲିବାକୁ, ୧୩ ଜଣ କଲେ ଦୁଷ୍କର୍ମ...

ମେଷ ରାଶି: ଏହି ଯୋଗର ପ୍ରଭାବ ଯୋଗୁଁ ମେଷ ରାଶିର ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ନେଇ ସମ୍ଭାବନା ରହିଛି । ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ ସହ ଜଡି଼ତ ଲୋକଙ୍କୁ ସତର୍କ ରହିବାକୁ ପଡି଼ବ । ଦାମ୍ପତ୍ୟ ଜୀବନରେ ଉତ୍ଥାନ-ପତନ ଦେଖାଦେଇପାରେ । ଏହି ଅବଧି ମଧ୍ୟରେ ଭାବିଚିନ୍ତି ନିଷ୍ପତି ନିଅନ୍ତୁ । କର୍ମକ୍ଷେତ୍ରରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ ନଚେତ୍ କାମ ବିଗଡ଼ିଯାଇପାରେ ।

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

​କନ୍ୟା ରାଶି: ବୃହସ୍ପତି-ଶୁକ୍ରଙ୍କ ସଂଯୋଗରେ ସୃଷ୍ଟି ହେଉଥିବା ଏହି ଯୋଗ କନ୍ୟା ରାଶି ପାଇଁ ଶୁଭ ସାବ୍ୟସ୍ତ ହେବନାହିଁ । ଏହି ସମୟ ମଧ୍ଯରେ ଦାମ୍ପତ୍ୟ ଜୀବନରେ ସମସ୍ୟା ଦେଖାଦେବ। ଅର୍ଥହାନୀ ନେଇ ଯୋଗ ରହିଛି । ବ୍ୟବସାୟରେ ଲାଭ ହ୍ରାସ ପାଇବ । ପରିବାର ମଧ୍ୟରେ ମତଭେଦ ଦେଖାଦେବ । କୌଣସି କାର୍ଯ୍ୟ ସଫଳତାପୂର୍ବକ ସମାପ୍ତ ହେବନାହିଁ । ସମସ୍ୟାମାନ ଲାଗି ରହିବ ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ମୀନ ରାଶି: ମୀନ ରାଶିର ବ୍ୟକ୍ତି ବିଶେଷଙ୍କୁ ଏହି ସମୟ ମଧ୍ୟରେ ସତର୍କ ରହିବାକୁ ପଡିବ । ଶୁକ୍ର ଏବଂ ବୃହସ୍ପତିର ଏହି ଯୋଗ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଯାତ୍ରା ସମୟରେ ବିଶେଷ ସତର୍କତା ଅବଲମ୍ବନ କରନ୍ତୁ । ପରିବାରରେ ପିଲାମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କୌଣସି କାରଣକୁ ନେଇ ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ । ବ୍ୟବସାୟରେ ବିନିଯୋଗ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ନଚେତ୍ ଅସୁବିଧାରେ ପଡ଼ିପାରନ୍ତି ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
 

Share this story