ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ଆଗକୁ ଆସୁଛି ଭଲ ସମୟ!
 

Rahu Ketu Rashi Parivartan 2024 these 4 zodiac signs will get more benefits
ରାହୁ-କେତୁ ଚଳନ ୪ଟି ରାଶିର ହେବ ଭାଗ୍ୟ ପରିବର୍ତ୍ତନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ରାଶି ପରିବର୍ତ୍ତନ ଦ୍ୱାରା ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଶୁଭ ତ ଆଉ କେତେକ ରାଶି ଉପରେ ଅଶୁଭ ପ୍ରଭାବ ପକାଇଥାଏ। ଚଳିତ ମାସ ଗ୍ରହ ଚଳନ ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ ଅଟେ । କାରଣ ଅନେକ ଗ୍ରହ ଏହି ମାସରେ ସେମାନଙ୍କର ଗତିବିଧି ବା ଚଳନରେ ପରିବର୍ତ୍ତନ କରିଥିବା ବେଳେ ଆଉ କେତେକ ଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଚଳିତ ମାସରେ କେତୁ ଓ ମଙ୍ଗଳ ମଧ୍ଯ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ।

ଶାସ୍ତ୍ର ଅନୁଯାୟୀ, ରାହୁ-କେତୁଙ୍କ ଗୋଚର ବା ରାଶି ପରିବର୍ତ୍ତନକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ରାହୁ-କେତୁଙ୍କ ଗୋଚର ଫଳରେ ରାଶିର ଭାଗ୍ୟରେ ଅନ୍ଧକାର ଘୋଟି ଆସିଥାଏ । ବର୍ତ୍ତମାନ ରାହୁ ମେଷ ଓ କେତୁ ତୁଳା ରାଶି ବିରାଜମାନ ଅଛନ୍ତି । ଜାନୁଆରି ୩୦ ତାରିଖରେ ଏହି ଦୁଇ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବେ । ରାହୁ ମୀନରେ ଓ କେତୁ କନ୍ୟାକୁ ଚଳନ କରିବେ।  ତେବେ ଏହି ଚଳନ ୪ଟି ରାଶି ଶୁଭଫଳଦାୟୀ ପ୍ରମାଣିତ ହେବ । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳି ୪ଟି ରାଶି ବିଷୟରେ... 

ଅଧିକ ପଢନ୍ତୁ :୨୦୨୪ରେ ଶନି ଓ ଶୁକ୍ରଙ୍କ ରାଜଯୋଗ, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ!

ବୃଷ ରାଶି- ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଅଗ୍ରଗତି । ଦୂରସ୍ଥାନକୁ ଯାତ୍ରା ଲାଭଦାୟୀ ହେବ । ଜମିଜମା ଓ ଯାନ କ୍ରୟ ନେଇ ଯୋଗ ରହିଛି । ସୁଖ ଓ ସମୃଦ୍ଧତା ବୃଦ୍ଧି ପାଇବ । ସାମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ଏହି ସମୟରେ ଗରିବଙ୍କୁ ଦାନ କରିବା ଦ୍ବାରା ସୌଭାଗ୍ୟ ପ୍ରାପ୍ତି ହେବ ।

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ମିଥୁନ ରାଶି- ରାହୁ-କେତୁଙ୍କ ଏହି ରାଶି ପରିବର୍ତ୍ତନ ମିଥୁନ ରାଶିର ଲୋକଙ୍କ ପାଇଁ ଶୁଭ ପ୍ରମାଣିତ ହେବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । ଚାକିରି କରୁଥିବା ବ୍ୟକ୍ତିଙ୍କ ପଦୋନ୍ନତି ନେଇ ଯୋଗ ରହିଛି । ଆର୍ଥିକ୍ ସ୍ଥିତି ମଜଭୁତ ହେବ । ପରିବାର ସଦସ୍ୟଙ୍କଠାରୁ ଆର୍ଥିକ୍ ସହଯୋଗ ମିଳିବ। ବ୍ୟବସାୟୀମାନେ ଲାଭବାନ ହେବେ ।

ଅଧିକ ପଢନ୍ତୁ :ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ! 

ସିଂହ ରାଶି- ବୈବାହିକ ଜୀବନରେ ମଧୁରତା ଆସିବ । ରାହୁ-କେତୁଙ୍କ ଶୁଭ ଛାୟା ଯୋଗୁଁ ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ । ଧନ ଲାଭ ନେଇ ସମ୍ଭାବନା ରହିଛି । କୋଟ କଚେରୀ ମାମଲାରେ ସଫଳତା ମିଳିବ । ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ । ଛାତ୍ରଛାତ୍ରୀଙ୍କ ପାଇଁ ଏହି ସମୟ ଶୁଭ ରହିବ ।

ଅଧିକ ପଢନ୍ତୁ :ଏହି ରାଶିରେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେବା ସହ ପାରିବାରିକ ଜୀବନରେ ତିକ୍ତତା ଦେଖା ଦେବ, ପଢନ୍ତୁ ରାଶିଫଳ 

ମୀନ ରାଶି- ଏହି ସଂଯୋଗ ମୀନ ରାଶି ପାଇଁ ମଧ୍ଯ ଅତ୍ୟନ୍ତ ଶୁଭଦାୟୀ ରହିବ । ଅନେକ ଉତ୍ସରୁ ଆର୍ଥିକ୍ ଲାଭ ମିଳିବ । ଚାକିରି ଓ ବ୍ୟବସାୟରେ ଅଗ୍ରଗତି ହେବ । ଜୀବନସାଥୀଙ୍କ ସହ ଚାଲିଥିବା ବିବାଦର ସମାଧାନ ହେବ । ଘରେ ସମୃଦ୍ଧତା ଆସିବ। ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜଭୁତ ହେବ ।

ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story